T20 ବିଶ୍ୱକପ କ୍ରିକେଟ : ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
1 min read
- ଦୁବାଇ, ମୁମ୍ବାଇ//TATKAL ODISHA//
ଚବିଶ ଘଣ୍ଟାର କୈଫିୟତ ତଳବର ଉତ୍ତର ଦେବାର କୁହାଯାଇଥିଲେ ହେଁ ବାଙ୍ଗଲାଦେଶ ଔପଚାରିକତା ପୂରଣ କରି ନ ଥିବାରୁ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ଦିଆଯାଇଛି।
ଆଇସିସି ଏହି ବଡ଼ ନିଷ୍ପତ୍ତି ନେଇଛି ।
ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ।
ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇବ। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି।
ଭାରତରେ ଖେଳିବ ନାହିଁ ବୋଲି ବାଂଲାଦେଶ ପୂର୍ବରୁ କରିଥିବା ଜିଦକୁ ଆଇସିସି ଅଗ୍ରାହ୍ୟ କରିବାରୁ ଉକ୍ତ ଦେଶ ଏକ ଘରିଆ ହୋଇ ଯାଇଛି I
ଚବିଶ ଘଣ୍ଟାରଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା। ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ବକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି।
