tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶିଲା ପଟ୍ଟନାୟକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା

1 min read
  • ମୁଖ୍ୟମନ୍ତ୍ରୀ କହିଲେ, ଘଟଣା ଅତ୍ୟନ୍ତ ଦୁଃଖ ଦାୟକ
  • ଭୁବନେଶ୍ୱର //TATKAL ODISHA//

ବିଳମ୍ବରେ ହେଉ ପଛକେ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି I ମୃତ ଶିଲା ପଟ୍ଟନାୟକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି I

ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୈଦ୍ୟୁତିକ ଗଣମାଧ୍ୟମ ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିଲା।

ନିଚ୍ଛକ ସମ୍ବାଦ ପରିବେଷଣ ଏବଂ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ତାଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Share

Leave a Reply