ଆଇଏଏସ୍ ପ୍ରଥମ ନିଯୁକ୍ତି: ୯ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳ
1 min read
ଭୁବନେଶ୍ୱର,//TATKAL oDISHA//
ତାଲିମ ପରେ ୨୦୨୪ ବ୍ୟାଚର ଆଇଏଏସ୍ଙ୍କୁ ଓଡ଼ିଶା ସରକାର ନିଯୁକ୍ତି ଦେଇଛନ୍ତି। ସେମାନେ ୯ ଉପଖଣ୍ଡରେ ଉପଜିଲ୍ଲାପାଳ ଭାବେ ନିଜର ପ୍ରଥମ ନିଯୁକ୍ତି ପାଇଛନ୍ତି।
ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। କସ୍ତୁରୀ ଶାଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲାବେଳେ ଫାବି ରଶିଦଙ୍କୁ କୋରାପୁଟ, ମୃଣଲିକା ରାଥୋରଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି
ଅନିମେଶ ପ୍ରଧାନଙ୍କୁ ଓ ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।
ଅନ୍ୟପକ୍ଷରେ ଶୁଭ୍ରା ପଣ୍ଡାଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲାବେଳେ, ପୱନ କୁମାରଙ୍କୁ ଟିଟିଲାଗଡ଼, ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼, ଭଗତ ଶମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
