tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

1 min read

Oplus_153223168

ଭୁବନେଶ୍ୱର,//TATKAL ODISHA//

 ସୋମବାର ସ୍ଥାନୀୟ ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ଓଡ଼ିଶାର ନିର୍ମାଣ ଯୁଗର ସାରଥୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ତେଇଶିତମ ଶ୍ରାଦ୍ଧ ସମାରୋହରେ ବିଶିଷ୍ଟ ଯୁବ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି I

କଂଗ୍ରେସର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱ କରିଛନ୍ତି I 

   ପ୍ରାରମ୍ଭରେ ଅଖିଳ ଭାରତୀୟ କଂଗ୍ରେସ ସଭ୍ୟା ମନୀଷା ତ୍ରିପାଠୀ କହିଥିଲେ, ବସନ୍ତ ବାବୁ ଯାହା କହୁଥିଲେ, ତାହା କରୁଥିଲେ I କେବେ ଡରି ଯାଉ ନ ଥିଲେ I ସେ ଉପକୂଳ ଓଡ଼ିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି, ହେଲେ ଅଭିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଅନେକ କାଳଜୟୀ କାର୍ଯ୍ୟ କରିଥିଲେ I ନବରଙ୍ଗପୁରର ସହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଥିଲେ I ସେ ଯୁବପୀଢ଼ିଙ୍କୁ ଅଧିକ ସୁଯୋଗ ଦେଇଥିଲେ I ଆମେ  ବସନ୍ତ ବାବୁଙ୍କ ଭଳି ନିଷ୍ଠାବାନ ହେବା ସହ ତାଙ୍କର ଅବଦାନକୁ ହୃଦବୋଧ କରିବା ଜରୁରୀ I’

  ଏଆଇଏସଏଫର ନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି ଯେ, ‘ବସନ୍ତ ବାବୁ ଛାଡ଼ି ଯାଇଥିବା କାର୍ଯ୍ୟକୁ ଯଦି ଆମେ ଆଗେଇ ନେଇ ପାରିବା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି I ଦୂରଦୃଷ୍ଟି ନେତା ଥିଲେ ସେ I ଘୃଣାର ରାଜନୀତି ଠାରୁ ସେ ଉର୍ଧ୍ଵରେ ଥିଲେ I ସମଗ୍ର ରାଜ୍ୟର ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ I’ 

   ବିଜେଡି ଛାତ୍ର ମହିଳା ମୋର୍ଚ୍ଚାର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ଯେଉଁ ଜଗତସିଂହପୁର ମାଟିରେ ବସନ୍ତ ବାବୁଙ୍କ ଭଳି ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ, ସେଇ ମାଟିରେ ମୋର ଜନ୍ମ I କଟକ ରିଙ୍ଗ ରୋଡ ଓ ରେଭେନ୍ସା ଓଭର ବ୍ରିଜ  ମୁକସାକ୍ଷୀ ଭାବେ ଛାଡ଼ି ହୋଇଛି I ଧାର୍ଯ୍ୟ ସମୟ ପୂର୍ବରୁ ସେ  କାର୍ଯ୍ୟ ଶେଷ କରୁଥିଲେ I ସମୟାନୁବର୍ତ୍ତିତା ଥିଲା ତାଙ୍କ ଜୀବନର ବଡ଼ ଅଂଶ I ପର୍ଯ୍ୟାପ୍ତ ଅର୍ଥ ନ ଥାଇ ବି ସେ ଅନେକ କାର୍ଯ୍ୟ କରିଛନ୍ତି I’

Oplus_153223168

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐସୂର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ,

Share

Leave a Reply