ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ: ‘ମୋ ସରକାର ଏକ ସମୃଦ୍ଧ, ସଶକ୍ତ, ସମାବେଶୀ ଓଡ଼ିଶା ନିର୍ମାଣ କରୁଛି’
1 min read
ଭୁବନେଶ୍ୱର //TATKAL ODISHA//
ମୋ ସରକାର ଏକ ସମୃଦ୍ଧ, ସଶକ୍ତ ଓ ସମାବେଶୀ ଓଡିଶା ନିର୍ମାଣ କରୁଛି, ଯେଉଁଠାରେ ଅଭିବୃଦ୍ଧି ସହାନୁଭୂତି ବହନ କରେ ଏବଂ ବିକାଶ ମର୍ଯ୍ୟାଦା ପ୍ରଦାନ କରେ I ଭିଜନ ୨୦୩୬ ଆଡକୁ ଆଗେଇ ଯାଉଥିବା ଆମର ଯାତ୍ରା, ଲୋକଙ୍କ ଆତ୍ମ ବିଶ୍ୱାସ ଦ୍ୱାରା ପରିଚାଳିତ, ଅନୁଷ୍ଠାନ ଦ୍ୱାରା ସଶକ୍ତ ଓ ପ୍ରତ୍ୟେକ ଓଡ଼ିଆର ଭବିଷ୍ୟତ ଦ୍ୱାରା ପ୍ରେରିତ I
ରାଜ୍ୟପାଳ ଡ. ହରିବାବୁ କମ୍ବମ ପାଟିଙ୍କ ଏଭଳି ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ। ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦ ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ ।

ରାଜ୍ୟପାଳ କହିଛନ୍ତି ଯେ,
“ଚାଲିବି ଚାଲିବି ନ ପଡିବି ଥକି, ମୁଦିବା ଆଗରୁ ଆଖି “.. କାରଣ, ଆମେ ଲୋକଙ୍କ ପାଇଁ ଯେଉଁ ପ୍ରତିଶୃତି ବହନ କରୁଛୁ ତାହା ଆମେ ତାହା ହାସଲ କରୁଛୁ I ଯାହା ହାସଲ କରିଛୁ, ତାହା ଆମ ପାଇଁ ବଡ଼ I ଓଡ଼ିଶା ପ୍ରତି ଆମର ଯେଉଁ ଭବିଷ୍ୟତ ଅଛି, ତାହା ଆମେ ଏପର୍ଯ୍ୟନ୍ତ ଯାହା ନିର୍ମାଣ କରିଛୁ, ତାହାଠାରୁ ଉଜ୍ବଳ I “
- ୨୦୩୬ ଏପ୍ରିଲ ୧ ତରଖ ଆମ ସମ୍ମୁଖରେ ସତ୍ୟନିଷ୍ଠ ପ୍ରତଜ୍ଞା ଭଳି ଦଣ୍ଡାୟମାନ I
- ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିଆନ ଆମେରିକୀୟ ଦଲାର ଅର୍ଥନୀତି ଟାର୍ଗେଟ I
- ୮୩୦୦ କୋଟି ଟଙ୍କାର ରାମେଶ୍ୱରରୁ ପାରାଦ୍ୱୀପ ଉପକୂଳ ରାଜପଥ ଅନୁମୋଦନ I
- ୮୦୩୮ କୋଟି ବ୍ୟୟରେ ଭୁବନେଶ୍ୱର ବାଇପାସ
- ଇଣ୍ଡିଆ ସେମିକାଣ୍ଡକ୍ତର ମିଶନ ଅଧୀନରେ ୨୦୬୬ କୋଟି ବିନିଯୋଗ ଯୋଜନା I
- ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୧୦୬ କୋଟି I
- ୨୦୩୦ ସୁଦ୍ଧା ସୌର, ବାୟୁ ଓ ଉନ୍ନତ ଶକ୍ତି ସଂଚୟ ସମାଧାନ ପାଇଁ ୧୦ ଗିଗାୱାଟ ପୁନଃ ନବୀକରଣ କ୍ଷମତା ସ୍ଥାପନ I
ରାଜ୍ୟପାଳ କହିଛନ୍ତି ଯେ, ମୋ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘଗୁଡ଼ିକୁ ସୁଦୃଢ଼ କରିବା ଏବଂ ଭିତ୍ତିଭୂମି ସହାୟତା ଯୋଗାଇବା ପାଇଁ ବ୍ୟାପକ ଭାବରେ ପ୍ରତିଷ୍ଠାନ ଗଠନ କାର୍ଯ୍ୟ ଆରମ୍ଭ କରିଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୧୧୪ଟି ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୬୫୦୦ରୁ ଅଧିକ ମିଶନ ଶକ୍ତି ଗୃହ ଆବଣ୍ଟିତ କରାଯାଇଛି । ‘ସୁଭଦ୍ରା ଶକ୍ତି କେନ୍ଦ୍ର’ ପଦକ୍ଷେପ ଅଧୀନରେ ୩୩୮ଟି ବ୍ଲକ୍-ସ୍ତରୀୟ କେନ୍ଦ୍ର ଓ ୩୦ଟି ଜିଲ୍ଲା-ସ୍ତରୀୟ କେନ୍ଦ୍ର ନିର୍ମାଣ ବ୍ୟବସ୍ଥା କରାଯାଇଥିଲା, ଯାହା ମଧ୍ୟରୁ ୩୨୨ଟି ବ୍ଲକ୍ କେନ୍ଦ୍ର ଓ ୧୩ଟି ଜିଲ୍ଲା କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଛି ।
ମୋ ସରକାର ଦକ୍ଷତା, ଉତ୍ପାଦକତା ଏବଂ ଉଦ୍ୟୋଗ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ କ୍ଷମତା ବୃଦ୍ଧି ଉପରେ ପ୍ରମୁଖ ଗୁରୁତ୍ବ ଦେଇଛନ୍ତି ।
ଏମିତି ବହୁ ଲୋକ ହିତକର ଯୋଜନା କାର୍ଯ୍ୟକାରୀ ହୋଇଛି I
ସୁରକ୍ଷା କଡାକଡି
ଗୁରୁତ୍ୱପୂର୍ଣ୍ଣ ବିଧାନସଭା ବଜେଟ ଅଧିବେଶନ ପାଇଁ ସୁରକ୍ଷା ତ୍ରିସ୍ତରୀୟ କରିବା ସହ କଡ଼ାକଡି କରାଯାଇଛି I
ବିଧାନସଭା ସାମ୍ନାରେ ୫ଟି ଅସ୍ଥାୟୀ ସୁଲିସ କ୍ୟାମ୍ପ୍ ହାଉସ୍ ନିର୍ମାଣ କରାଯାଇଥିବା ବେଳେ ଗୃହ ଭିତରେ ଓ ବାହାରେ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ, ସ୍ନେକ୍ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି I
୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି I ସେମାନେ ବିଧାନସଭା ଚତୁଃପାର୍ଶ୍ଵକୁ ଘେରି ରହିଛନ୍ତି ।
ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିଛି ପୂରା ଅଞ୍ଚଳ।
ଗୃହ ଚାଲିବା ସମୟରେ ଯେଉଁ ସଂଗଠନ ଧାରଣା ସ୍ଥଳକୁ ଆସିବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି।
ଗାନ୍ଧୀମାର୍ଗକୁ ଏଆଇ କ୍ୟାମେରା ସର୍ଭଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ।
ଗୋଟିଏ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି ବୋଲି ଭୁବନେଶ୍ବର ଡିସିପି ସ୍ପଷ୍ଟ କରିଛନ୍ତି ।
