tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ

1 min read

ଭୁବନେଶ୍ୱର //TATKAL ODISHA//

ପବିତ୍ର ଜାଗରରେ ଓଡିଶାର ସୁନାମଧନ୍ୟ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଉ ଇହ ଜଗତରେ ନାହାନ୍ତି I

ଅସୁସ୍ଥତା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ I ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି I

ସ୍ବର୍ଗତା ପଟ୍ଟନାୟକ ପିଲା ଦିନରୁ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ I ଛାତ୍ରୀ ଜୀବନରୁ ସେ ଗୀତ ଗାଇବା ଆରମ୍ଭ କରି ବେଶ ସଫଳତା ପାଇଥିଲେ I ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସହ ସେ ବହୁ ସୁପର ଡୁପର ହିଟ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ I

ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ ସହ ଶୋକ ବ୍ୟକ୍ତ କରିଛନ୍ତି I

ମୁଖ୍ୟମନ୍ତ୍ରୀଙ୍କ ଶୋକ

Share

Leave a Reply