tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଉ ଇହ ଜଗତରେ ନାହାଁନ୍ତି ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ର

1 min read

ଭୁବନେଶ୍ଵର,//TATKAL ODISHA//

ରାଜ୍ୟର ଏକାଧୂକ ଓଡ଼ିଆ ସମ୍ବା ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ର ଶନିବାର କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ୩ ବର୍ଷ ବୟସ ୟସ ହୋଇଥିଲା ।

ଗତ ଗତ ବର୍ଷକ ତଳେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶୁଭ୍ରା ମିଶ୍ରଙ୍କ ପରଲୋକ ଘଟିଥିଲା । ସ୍ୱର୍ଗତ ମିଶ୍ର ଭୁବନେଶ୍ୱରରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ବାସଭବନ ଇଚ୍ଛାପୁରରେ ଅବସ୍ଥାନ କରୁଥିଲେ । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ପୂର୍ବରୁ ହାଇଟେକ୍ ହସ୍ପିଟାଲରେ ସେ ଦୀର୍ଘ ଦେଢମାସ ଧରି ଚିକିତ୍ସିତ ହେବା ପରେ ଗତ ତିନିଦିନ ତଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ । ଅନ୍ତିମ ସମୟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ ।

“ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧ ଭାବେ ସ୍ବର୍ଗତ ଦୁଲାଲ ମିଶ୍ର ୧୯୭୧ ଭାରତ-ବାଙ୍ଗଲାଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀ ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ’

ସ୍ଵର୍ଗତ ମିଶ୍ରଙ୍କ ନିଜ ବାସସ୍ଥାନ କେନ୍ଦ୍ରାପଡ଼ାସ୍ଥିତ ଇଚ୍ଛାପୁର ହୋଇଥ୍ସେଲେ ହେଁ ଦୀର୍ଘଦିନ ଧରି କଟକ ଓ ଭୁବନେଶ୍ଵରରେ ଅବସ୍ଥାନ କରି ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧ ଭାବେ ଦୁଲାଲ ବାବୁ ୧୯୭୧ ଭାରତ-ବାଙ୍ଗଲାଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀର ଖବର ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ ।

ପରବର୍ତ୍ତୀ ସମୟରେ ଭୁବନେଶ୍ବରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ ଦିନଲିପି’ ଏବଂ ବାଲେଶ୍ଵରରୁ ପ୍ରକାଶିତ ଦୈନିକ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି ଦାୟିତ୍ଵ ସମ୍ପାଦନ କରିଥିଲେ ।

ସ୍ବର୍ଗତ ମିଶ୍ର ଜଣେ ସଚ୍ଚୋଟ, ନିରପେକ୍ଷ ଓ ନିଭୀକ ସାମ୍ବାଦିକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ I

ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ଅରବିନ୍ଦ ନଗର ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଜ୍ୟେଷ୍ଠପୁତ୍ର ଦେବାଶିଷ ମିଶ୍ର ମୁଖାଗ୍ନି ଦେଇ ଦେଇଛନ୍ତି ।

ସ୍ବର୍ଗତ ମିଶ୍ରଙ୍କ ମୃତ୍ୟୁରେ ବହୁ ସାମ୍ବାଦିକ ଶୋକ ପ୍ରକାଶ କରିଛନ୍ତି I

Share

Leave a Reply