tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଦିବାସୀ ସଶକ୍ତିକରଣ, ଐତିହ୍ୟ ସଂରକ୍ଷଣ ଉପରେ ବାସା ଭ୍ରାତାଙ୍କ ଗୁରୁତ୍ବ

1 min read
  • ମୁଖ୍ୟ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,//TATKAL ODISHA//
ମୟୂରଭଞ୍ଜ ଜିଲ୍ଲାର ସାମାଜିକ,ସାଂସ୍କୃତିକ ଓ ଶିକ୍ଷାଗତ ବିକାଶ ଉପରେ କେନ୍ଦ୍ରିତ ଥିଲା। ସେଥିପାଇଁ ସରକାର ଆଦିବାସୀ ସଶକ୍ତିକରଣ, ଐତିହ୍ୟ ସଂରକ୍ଷଣ ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ପଦକ୍ଷେପ ନିଆଯାଉ।

  • ରାଇରାଙ୍ଗପୁର ଠାରେ ଏକ ଜାତୀୟ ଜନଜାତି ବିକାଶ ସଂସ୍ଥାନସ୍ଥାପନ ହେଉ। ତାହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଜନଜାତିଙ୍କ ଉପରେ ଗବେଷଣା କାର୍ଯ୍ୟରେ ନିୟୋଜିତ ହେଉ।
  • ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ସେଣ୍ଟର୍ ଫର୍ ଝୁମର ସ୍ଥାପନା କରାଯାଉ।
  • ଖିଚିଙ୍ଗ ସ୍ଥିତ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟକୁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ଅଧୀନକୁ ଅଣାଯାଉ।

ନିକଟରେ ରାଷ୍ଟ୍ରପତିଙ୍କୁ ଭେଟିଥିବା ଓଡ଼ିଶାର ସ୍ୱନାମଧନ୍ୟ ସୁସନ୍ତାନ ତଥା ଯମଜ ଭ୍ରାତା ପ୍ରଫେସର କିଶୋର ବାସା ଓ ଇଞ୍ଜିନିୟର ଅଶୋକ ବାସା ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।


 ଶୁକ୍ରବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ଏଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

୧୮ନଭେମ୍ବର ୨୦୨୫ରେ ବସା ଭ୍ରାତା ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ଓଡ଼ିଶା ସମ୍ବନ୍ଧୀୟ ନିଜ ନିଜ କ୍ଷେତ୍ର ସମ୍ବନ୍ଧୀୟ ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିଥିଲେ। ସେହି ପରିପ୍ରେକ୍ଷୀରେ ଏହି ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଅନୁ ଗର୍ଗ, କମିଶନର ତଥା ଶାସନ ସଚିବପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗିରୀଶଏସ୍‌.ଏନ୍ କମିଶନର ତଥା ଶାସନ ସଚିବ ପର୍ଯ୍ୟଟନ ବିଭାଗ ବଳବନ୍ତ ସିଂହ, କମିଶନର ତଥା ଶାସନ ସଚିବ ଏସ୍‌ଟି ଓ ଏସ୍‌ସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ବି. ପରମେଶ୍ୱରନ୍‌, କମିଶନର ତଥା ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଜୟ କେତନ ଉପାଧ୍ୟାୟ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଏହି ବୈଠକରେ ଉପସ୍ଥିତ ଥିଲେ।

Share

Leave a Reply