tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌: ଫାଇନାଲରେ ଭାରତ

1 min read
  • ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନ ଚିତ୍‌ପଟାଙ୍ଗ୍ :

ନୂଆଦିଲ୍ଲୀ, ହରାରେ//TATKAL ODISHA//
ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଆଫଗାନିସ୍ତାନକୁ ଚିତ୍‌ପଟାଙ୍ଗ୍ କରିଦେଇଛି।

ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୧୦ ରନର ଏକ ବଡ଼ ସ୍କୋର କରିଥିଲା। ଓପନର ବୈଭବ ସୂର୍ଯ୍ୟବଂଶୀ, ଆୟୁଷ ମହାତ୍ରେ ଓ ଆରନ୍ ଜର୍ଜଙ୍କ ଏକ ସ୍ୱତନ୍ତ୍ର ଇନିଂସ ପାଇଁ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।

ଭାରତର ଓପନର ବୈଭବ ସୂର୍ଯ୍ୟବଂଶୀ ୩୩ ବଲରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳି ଥିଲାବେଳେ ଅଧିନାୟକ ଆୟୁଷ ମହାତ୍ରେ ୫୯ ବଲରୁ ୬୨ ରନ ଏବଂ ଅନ୍ୟମ ଓପନର ଆରନ୍ ଜର୍ଜ ଶତକ ହାସଲ କରିଥିଲେ। ଫଳରେ ଭାରତ ମ୍ୟାଚ୍ ହାତେଇ ନେଇଥିଲା। ଫାଇନାଲକୁ ଯିବା ରାସ୍ତା ସଫା ହୋଇଥିଲା।

Share

Leave a Reply