tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବ୍ୟାଙ୍କକୁ ଶବ ଧରି ଆସିବା ଘଟଣା, ତଦନ୍ତ କରିବେ ଉତ୍ତରାଞ୍ଚଳ ଆରଡିସି

1 min read

କେନ୍ଦୁଝର ବ୍ୟାଙ୍କରୁ ଟଙ୍କା ନ ମିଳିବା ଘଟଣା

  • ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟଥିତ, ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାକୁ ପରାମର୍ଶ

ଭୁବନେଶ୍ୱର//TATKAL ODISHA//

କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଠିକ୍ ସମୟରେ ଟଙ୍କା ନ ପାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଭାବେ ବ୍ୟଥିତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇ ଯାଇଛି। ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରା ଯାଇଥିବା ବେଳେ, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି। ଏହା ସହିତ ବ୍ୟାଙ୍କ୍ ରୁ ତାଙ୍କ ପ୍ରାପ୍ୟ ଟଙ୍କା ମଧ୍ୟ ଦିଆ ଯାଇଛି।

ତେବେ, ଏଭଳି ଘଟଣା କାହିଁକି ଘଟିଲା, ଏବଂ ଏହାର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପୂର୍ଣ୍ଣ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରାଞ୍ଚଳ RDC ଆସନ୍ତାକାଲି ଠାରୁ ତାଙ୍କ ତଦନ୍ତ ଆରମ୍ଭ କରିବେ ବୋଲି ଜଣା ଯାଇଛି।

Share

Leave a Reply