ରବିବାର ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ
1 min read
- ଦକ୍ଷିଣ ଓଡ଼ିଶାର ବନ୍ୟା ସ୍ଥିତି
ଭୁବନେଶ୍ୱର,//TATKAL ODISHA//
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦକ୍ଷଣ ଓଡ଼ିଶାର ସ୍ଥିତି କ’ଣ ରହିଛି ତାହା ପରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଅର୍ଥାତ ରବିବାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ। ତାଙ୍କ ସହ ଉପସ୍ଥିତ ରହିବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
