ଝାରସୁଗୁଡ଼ାରେ ୧ ଲକ୍ଷ କୋଟି ଟଙ୍କା ନିବେଶ ବେଦାନ୍ତ:ଅନୀଲ ଅଗ୍ରୱାଲ୍
1 min read
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ମୁଖ୍ୟ
- ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ
- ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ
- ସରକାର ଦେଇଛନ୍ତି ୫୦୦ ଏକର ଜାଗା
ଭୁବନେଶ୍ୱର,//TATKAL ODISHA//
ଓଡ଼ିଶାର ଝାରସୁଗୁଡ଼ାରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ। ଏଥିପାଇଁ ୫୦୦ ଏକର ଜାଗା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ପଶ୍ଚିମ ଓଡ଼ିଶାକୁ ବଡ଼ ହସ୍ପିଟାଲ୍ ଭେଟି ଦେବ ବେଦାନ୍ତ।

ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ୍।
ପରେ ଗଣମାଧ୍ୟମକୁ ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ, କେବଳ ଶିଳ୍ପ ନୁହେଁ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବ ବେଦାନ୍ତ। ପଶ୍ଚିମ ଓଡ଼ିଶାରେ ଖୋଲିବ ବଡ଼ ହସ୍ପିଟାଲ। ରାଜ୍ୟ ସରକାରଙ୍କୁ ପକ୍ଷରୁ ଯେଉଁଠି ପ୍ରସ୍ତାବ ଦିଆଯିବ, ସେଠାରେ ହସ୍ପିଟାଲ କରାଯିବ। ଏବେ ବେଦାନ୍ତ ପକ୍ଷରୁ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ହସ୍ପିଟାଲ୍ ପରିଚାଳନା କରାଯାଉଛି। ସେଠାରେ ଥିବା ହସ୍ପିଟାଲ୍ରେ ୨୦ ଶଯ୍ୟା ରହିଛି। ଆଗାମୀ ଦିନରେ ହଜାରେ ଶଯ୍ୟା ବିଶଷ୍ଟ ହସ୍ପିଟାଲ ଖୋଲିବ ବେଦାନ୍ତ ବୋଳଇ ଶ୍ରୀ ଅଗ୍ରୱାଲ୍ ପ୍ରକାଶ କରିଛନ୍ତି।
