ବିକଶିତ ଓଡ଼ିଶାର ନୂଆ ପରିଚୟ-ଜ୍ଞାନ, ଦକ୍ଷତା, ସୁଯୋଗ : ପ୍ରସ୍ତୁତ ‘ରୋଡ ମ୍ୟାପ’
1 min read
Oplus_151126016
- ବିକାଶର ଧାରା, ଓଡ଼ିଶା ସାରା
- ସମୃଦ୍ଧ ଓଡ଼ିଶା ପାଇଁ ‘ରୋଡ ମ୍ୟାପ‘ ପ୍ରସ୍ତୁତ
- ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’
- କେଜିରୁ ପିଜି ଯାଏ ଶିକ୍ଷା ଖର୍ଚ୍ଚ ମାଗଣା ହେବ I
- ଚାରୋଟି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଉଛି I
- ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି I
- ଭୁବନେଶ୍ୱର,//TATKAL ODISHA //LIVE//
ବିକାଶର ଧାରା, ଓଡ଼ିଶା ସାରା I ବିକଶିତ ଓଡ଼ିଶାର ନୂଆ ପରିଚୟ-ଜ୍ଞାନ, ଦକ୍ଷତା, ସୁଯୋଗ I ରାଜ୍ୟର ଆଜି ଠାରୁ ଆରମ୍ଭ ହେଉଛି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ I ଦୁଇ ବର୍ଷରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି I ଆମେ ପ୍ରତି ଜିଲ୍ଲାରେ ଶିଳ୍ପାୟନକୁ ଗୁରୁତ୍ୱ ଦେଇଛୁ I ଏଆଇ ଟେକନୋଲୋଜି ସବୁ କ୍ଷେତ୍ରରେ ବ୍ୟବହାର କରାଯାଉଛି I ଆମ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି I
ଶୁକ୍ରବାର ଲୋକସେବା ଭବନସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦୁଇ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଏସିଏସ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ,
- ଆମେ ଦୁଇ ବର୍ଷ ସଫଳତାର ସହ ଅତିକ୍ରମ କରିଛୁ I ଅନେକ ନୂଆ ଯୋଜନା ଆରମ୍ଭ ହୋଇଛି I
- ନୂଆ, ସମୃଦ୍ଧ ଓଡ଼ିଶା ପ୍ରଦାନ ପାଇଁ ଭିଜନ ଡକ୍ୟୁମେଣ୍ଟସ ସହ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି I
- ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ ଭଳି ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି I
- କେଜିରୁ ପିଜି ଯାଏ ଶିକ୍ଷା ଖର୍ଚ୍ଚ ମାଗଣା ହେବ I
- ଚାରୋଟି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଉଛି I
- ୮ଟି ସଡ଼କ ପଥ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା I
- ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ପାଇଁ ସମନ୍ତରାଳ ରାସ୍ତା ହୋଇଛି I
- ଅନୁସୂଚିତ ଜାତି, ଜନଜାତି ବର୍ଗର ଲୋକଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଛି I ଡ୍ରପ ଆଉଟ ହାର ହ୍ରାସ ହୋଇଛି I ଛାତ୍ର ଛାତ୍ରୀଙ୍କ ପାଇଁ ଛାତ୍ର ବୃତ୍ତି ବୃଦ୍ଧି ହୋଇଛି I ବୈଷୟିକ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
- ଅଭିଯୋଗ ଶୁଣାଣି ମାଧ୍ୟମରେ ମୋଟ୍ ୧୪,୬୫୧ଟି ଅଭିଯୋଗ ଗ୍ରହଣcv କରାଯାଇଥିବା ବେଳେ ୧୩,୮୯୭ଟି ଅଭିଯୋଗର ନିଷ୍ପରି କରାଯାଇଛି।
- ନାଗରିକମାନଙ୍କ ପାଇଁ ସେବାଗୁଡ଼ିକର ସହଜରେ ଉପଲବ୍ଧତା ସୁନିଶ୍ଚିତ ଏକୀକୃତ WhatsApp ଚାଟ୍ବଟ୍ ‘ଆମ କରିବା ନିମନ୍ତେ ସାଥୀ’ର ଶୁଭାରମ୍ଭ କରାଯାଇଛି।
- ୧୦ଟି ନକ୍ସଲ ପ୍ରଭାବିତ ଜିଲ୍ଲାର ୪୮୪ଟି ଗ୍ରାମରେ ‘ଗ୍ରାମୋଦୟ କାର୍ଯ୍ୟକ୍ରମ’ କାର୍ଯ୍ୟକାରୀ କରାଯାଇଛି।
- ସରକାରଙ୍କ ପ୍ରମୁଖ ସୁଭଦ୍ରା ଯୋଜନା ଅଧୀନରେ ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯାଉଛି I
- ଇଡକୋ ପକ୍ଷରୁ ଖୋର୍ଦ୍ଧା ଡେରାସ ଠାରେ ୧୨୧.୯୫ କୋଟି ବ୍ୟୟରେ ୧୫୨.୭୮ ଏକର ଜମି ଉପରେ ‘ସି-ଫୁଡ୍ ପାର୍କ’ ବିକଶିତ କରାଯାଇଛି I
- ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୭ଟି ବୈଠକରେ ୭୨,୨୨୬.୬୭ କୋଟି ଟଙ୍କାର ୩୪୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏହା ମାଧ୍ୟମରେ ୨,୧୪,୧୯୩ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
- ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୯ଟି ବୈଠକରେ ୭,୯୬,୬୩୮.୧୨ କୋଟି ଟଙ୍କାର ୮୯ ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି; ଏହାଦ୍ବାରା ୩,୧୦,୮୨୫ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି।
- ଓଡ଼ିଶା ସରକାରଙ୍କ ଦ୍ବାରା ମୋଟ ୧୫ଟି ନିଯୁକ୍ତି ମେଳା ମାଧ୍ୟମରେ ୨୭ଟି ବିଭାଗର ୪୪,୧୨୮ଟି ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
- ଜାତୀୟ ଏବଂ ବିଶ୍ବ ପ୍ଲାଟଫର୍ମରେ ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରି ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିବାକୁ ନୂତନ ପର୍ଯ୍ୟଟନ ଟ୍ୟାଗଲାଇନ୍ “ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଗ୍ରହଣ କରାଯାଇଛି।
- ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍-ଇଜିପି) ଅଧୀନରେ ଗତ ଦୁଇ ବର୍ଷରେ ୪,୯୦୦ ଅଣୁ ଉଦ୍ୟୋଗକୁ ସହାୟତା ଯୋଗାଇ ଦିଆଯାଇଛି।
- ପିଏମ୍ ବିଶ୍ବକର୍ମା ଯୋଜନା କାରିଗର ପଞ୍ଜିକୃତ ହୋଇଛନ୍ତି; ୧୪୩.୬୪ ଲକ୍ଷରୁ ଅଧିକ ହିତାଧିକାରୀ କୋଟି ଋଣ ବଣ୍ଟନ କରାଯାଇଥିବା ବେଳେ ପାରମ୍ପରିକ କାରିଗରଙ୍କୁ ୫୫,୬୫୨ ଗୋଟି ଆଧୁନିକ ଟୁଲକିଟ୍ ବଣ୍ଟନ କରାଯାଇଛି।
- ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ କରାଯାଇଛି; ଏହା ଅଧୀନରେ ଗତ ଦୁଇ ବର୍ଷ ମଧ୍ୟରେ ୧,୧୩,୮୦୯ ଅନୁସୂଚିତ ଜନଜାତି ପରିବାରକୁ ସାମିଲ କରାଯାଇ ୨୮୭ କୋଟି ପାଣ୍ଠି ଖର୍ଚ୍ଚ ହୋଇଛି। ପିଏମ୍ ଜନମନ ଅଧୀନରେ ଓଡ଼ିଶାର ୬୮,୬୦୫ ପିଭିଟିଜି ପରିବାରର ୩,୧୪,୫୧୪ ଜନଜାତି ସିଧାସଳଖ ଉପକୃତ ହଉଛନ୍ତି; ୨,୩୦୦ ଅନୁସୂଚିତ ଜନଜାତି ଯୁବକ ଯୁବତୀଙ୍କୁ ସ୍ବନ୍ଦ୍ବକାଳୀନ ଦକ୍ଷତା କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯାଇଛି।
ସେହିପରି ଏକ ପେଡ଼ ପଡ଼ ମା’ କେ ନାମ’ ଅଧୀନରେ ଗତ ଦୁଇ ବର୍ଷରେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ୧୪,୮୪ କୋଟି ଅଧିକ ଚାରା ରୋପଣ କରାଯାଇଛି; ୧୭ ସେପ୍ଟେମ୍ବର ୨୦୨୫ରେ, ଗୋଟିଏ ଦିନରେ ସର୍ବାଧିକ ୧.୪୫ କୋଟି ଚାରା ରୋପଣର ରେକର୍ଡ ସ୍ଥାପିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସ୍ପଷ୍ଟ କରିଛନ୍ତି ।
