20/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି : ସ୍କୁଲ, ନର୍ସରୀ, କ୍ୟାଟେରିଙ୍ଗ, ରଦି ଜିନିଷର ହୋଲସେଲ

1 min read

Oplus_16908288

  • ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ : ଆଜୀବନ ସଦସ୍ୟ ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

ଭୁବନେଶ୍ୱର,//TATKAL ODISHA //

ବୁଦ୍ଧଙ୍କ ଶାନ୍ତିର ମନ୍ଦିରରେ ଅଶାନ୍ତି I ଜମି ମାଫିଆଙ୍କ ଲୁଲୁପ ଦୃଷ୍ଟି I ବୁଦ୍ଧ ଧର୍ମର ପ୍ରସାର ସ୍ଥାନ ଏବେ ଆଉ ଏକ ବ୍ୟବସାୟ ସ୍ଥଳ ପାଲଟିଛି I

ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା ସ୍ଥାନ ଭଡ଼ା ଦିଆ ଯାଉଛି I ଜମି ହଡ଼ପ କରି ହୋଇଛି ସ୍କୁଲ ଏବଂ ସେଠି ଡ୍ରେସ୍, ବହି, ଖାତା, ସବୁଥରେ ପି.ସି.ରେ କାର୍ଯ୍ୟ ଋଲିଛି I

ଏଭଳି ମାରାତ୍ମକ ଅଭିଯୋଗ କରିଛନ୍ତି ଭୁବନେଶ୍ଵର ବୁଦ୍ଧମନ୍ଦିରର ବରିଷ୍ଠ ସଦସ୍ୟ ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର I

ରବିବାର ସନ୍ଧ୍ୟାରେ ୟୁନିଟ୍-୪ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଜ୍ଞାନେନ୍ଦ୍ର କହିଛନ୍ତି ଯେ, ବୁଦ୍ଧ ମନ୍ଦିରରେ ଖୋଲାଖୋଲି ଭାବେ ଚାଲିଛି ବ୍ୟବସାୟ I ସ୍କୁଲ୍ ପଇସାରେ ହରିଲୁଟ୍ ହେଉଛି I

  • ଡ. ଜ୍ଞାନେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ୧୯୫୬ ମସିହାରେ ଯେତେବେଳେ ପୃଥ‌ିବୀରେ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା, ସେତିକିବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧକ୍ରମେ ସବୁ ରାଜ୍ୟରେ ବୁଦ୍ଧ ଧର୍ମର ପ୍ରୟର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହି କ୍ରମରେ ଡଃ ହରେକୃଷ୍ଣ ମହତାବ ସେତେବେଳେର ମୁଖ୍ୟମନ୍ତ୍ରୀ ବୁଦ୍ଧଧର୍ମର ପ୍ରୟର ପ୍ରସାର ପାଇଁ ୩ ଏକର ସରକାରୀ ଜମି ଭୁବନେଶ୍ଵରର ପ୍ରମୁଖ ସ୍ଥଳରେ ଟଙ୍କିକିଆ ସଲାମୀରେ ଉତ୍କଳ ବୌଦ୍ଧ ସଂଘକୁ ଦେଇଥିଲେ । ଏହି ସମ୍ପତ୍ତି ଉପରେ ବିଭିନ୍ନ ସମୟରେ ବିଭିନ୍ନ ଜମିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ । କିନ୍ତୁ ନବୀନ ସରକାର ଆସିବା ପରେ ୨୦୦୨ ମସିହାରେ ସେତେବେଳର ଶାସନର ପ୍ରମୁଖ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସମ୍ପର୍କୀୟ କହୁଥିବା ବ୍ୟକ୍ତି ଏହି ଜମିକୁ ହାତେଇବା ପାଇଁ ଏକ ଟ୍ରଷ୍ଟ ନାମରେ ଅନଧୂକୃତ ଜଣେ ବ୍ୟକ୍ତିଙ୍କ ଠାରୁ ଚୁକ୍ତିପତ୍ର ରେଜିଷ୍ଟ୍ରି କରି ସ୍କୁଲ ଆରମ୍ଭ କରିଦେଲେ ।

ବୁଦ୍ଧ ମନ୍ଦିର ସ୍କୁଲ ବିଲଡ଼ିଙ୍ଗର ହୋଲଡ଼ିଙ୍ଗ ଟିକସ ଦିଆଯାଇ ପାରୁନାହିଁ ଅଥଚ ଲକ୍ଷ୍ନୌ ବୁଦ୍ଧ ମନ୍ଦିରର ଇଲେକ୍ତି ବିଲ୍ ୭ଲକ୍ଷ ଟଙ୍କା ଭୁବନେଶ୍ଵର କେନ୍ଦ୍ର ଦେଲା।

ଡ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ଲୋନ୍ ନାମରେ ୫ ବର୍ଷ ହେବ ଭୁବନେଶ୍ଵର କେନ୍ଦ୍ର, ଅନ୍ୟ ବାବଦରେ ୩୦ଲକ୍ଷ ଟଙ୍କା ଦେବା, ଆବଶ୍ୟକତା ନଥାଇ ୬୦ ଲକ୍ଷ ଟଙ୍କାର ସୋଲାର ସ୍କୁଲ୍‌ରେ ଲଗାଇବା ବିଷୟ ଉପରେ ତଥା ୨୩ବର୍ଷ ଆୟବ୍ୟୟର ସ୍ୱତନ୍ତ୍ର ଅଡ଼ିଟ୍ ପାଇଁ ପ୍ରଶ୍ନ କରିବା ପରେ, ତାଙ୍କୁ କିଭଳି ଏହି ସଂସ୍ଥାରୁ ବିଦା କରାଯିବ, ୪ ବର୍ଷ ହେବ ବାରମ୍ବାର ସହରି ନକ୍ସଲଙ୍କ ଦ୍ବାରା ନକ୍ସା ପ୍ରସ୍ତୁତ ୠଲିଛି ।

ଡଃ ଜ୍ଞାନେନ୍ଦ୍ର ବୁଦ୍ଧ ସଂଘରେ ୪୦ ବର୍ଷର ଇତିହାସ ଲେଖୁବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଲୋକାର୍ପଣ ହେବା ପରେ, ଲୁଟେରାମାନଙ୍କ ମୁଖା ଖୋଲି ଯାଇଛି ।

ମୋର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ ବୁଦ୍ଧ ମନ୍ଦିର ଓ ସ୍କୁଲର ଆର୍ଥକ ଅନିୟମିତତା ଓ ବୁଦ୍ଧଧର୍ମ ସଂସ୍ଥାରୁ ବ୍ୟବସାୟୀ କରଣ ବନ୍ଦ ପାଇଁ ବିହୀତ ପଦକ୍ଷେପ ନେବା ସହ ବୁଦ୍ଧଧର୍ମର ପ୍ରସ୍ତର ଓ ପ୍ରସାରରେ ସହଯୋଗ କରନ୍ତୁ ବୋଲି ଡ ଜ୍ଞାନେନ୍ଦ୍ର ଅପିଲ କରିଛନ୍ତି ।

Share

Leave a Reply