ମହାନଦୀ ବିବାଦ : ଆପୋଷ ବୁଝାମଣାରେ ହେବ ସମାଧାନ : ବିଶ୍ୱଭୂଷଣ
1 min read
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱଭୂଷଣଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ
ଭୁବନେଶ୍ୱର//TATKAL ODISHA//
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କର ନୀଳକଣ୍ଠ ନଗର ସ୍ଥିତ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।
ଏହି ଅବସରରେ ଶ୍ରୀ ସାଏ ସାକ୍ଷାତ କରି ଉଭୟ ଓଡ଼ିଶା ଓ ଛାତିଶଗଡ଼ର ସମ୍ପର୍କ ର ସୁଦୃଢତା ଉପରେ ଆଲୋଚନା କରିଥିଲେ।

ଶ୍ରୀ ହରିଚନ୍ଦନ ଶ୍ରୀ ସାଏଙ୍କୁ ଉଭୟ ରାଜ୍ୟ ଭିତରେ ଥିବା ବିବାଦକୁ ଆପୋଷ ଭୁଝାମଣl ଭିତରେ ସମାଧାନ କରି ମିତ୍ର ଭାବରେ ରାଜ୍ୟ ରାଜ୍ୟ ମଧ୍ୟରେ ସୌହାର୍ଦ୍ଧ୍ୟ ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ଫଳରେ ରାଜ୍ୟବାସୀଙ୍କର ବିକାଶ ହେବା ସହିତ ଦେଶ ପ୍ରଗତି କରିବା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।
ଏହି ସାକ୍ଷାତ ସମୟରେ ଶ୍ରୀ ସାଏଙ୍କର ଧର୍ମପତ୍ନୀ ଏବଂ ରାଇପୁର ବିଧାନସଭାର ବିଧାୟକ ପୁରନ୍ଦର ମିଶ୍ର ଉପସ୍ଥିତି ଥିଲେ।
