tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ହତାଶାର ପ୍ରଳାପ କରୁଛି କଂଗ୍ରେସ: ତ୍ରିବେଦୀ

1 min read

ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅମୂଳକ, ଅଯୌକ୍ତିକ,ଭ୍ରମାତ୍ମକ


ଭୁବନେଶ୍ୱର,//TATKAL ODISHA//
ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅତ୍ୟନ୍ତ ଅମୂଳକ, ଅଯୌକ୍ତିକ ଏବଂ ଭ୍ରମାତ୍ମକ। ଏହା ଦୀର୍ଘ ଦିନର କ୍ଷମତାରୁ ବାହାରେ ରହିବାର ଓ ହତାଶାର ପ୍ରଳାପ। କଂଗ୍ରେସର ଅଭିଯୋଗ ଅନୁଯାୟୀ ଯେଉଁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ନୂଆ ଭୋଟର ତାଲିକାରୁ କଟାଯାଇଛି ସେଥିରୁ ୨.୮ କୋଟି ମୃତ, ୬.୩୦ କୋଟି ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ୧ କୋଟି ଏକାଧିକ ସ୍ଥାନରେ ପଂଜୀକୃତ ଏବଂ ୩.୦୧ କୋଟି ଭୋଟର ନିଜ ଠିକଣାରେ ଅନୁପସ୍ଥିତ। ଏହି ଭୋଟରମାନଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ଆଇନ ଅନୁଯାୟୀ ନୋଟିସ୍ ଦିଆଯାଇଛି। ଏଭଳି ଭୋଟରଙ୍କ ପାଇଁ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦି ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ବେନିୟମ ଭାବେ ସାମିଲ କରିବାର ଉଦ୍ୟମ ଭାରତବର୍ଷର ଏକତା ଓ ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୋମବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସୁଧାଂଶୁ ତ୍ରିବେଦୀ ଏଭଳି ଭାବେ ଆଟାକ୍ କରିଛି। ଡ.ତ୍ରିବେଦୀ କହିଛନ୍ତି ଯେ, ଭାରତବର୍ଷ ଓ ଏହାର ସଶକ୍ତ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ରାହୁଲ ଗାନ୍ଧୀ। ୨୦୧୨ ଠାରୁ ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଭାରତର ସମସ୍ତ ସାମ୍ବିଧାନିକ ସଂସ୍ଥା ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଏଲ୍‌ଆଇସି ଭଳି ରାଷ୍ଟ୍ରାୟତ ଅର୍ଥନୈତିକ ସଂସ୍ଥା ସଂପର୍କରେ ଜନମାନସରେ ସନ୍ଦେହପୂର୍ଣ୍ଣ ଧାରଣା ସୃଷ୍ଟି କରିବାର ବିଫଳ ପ୍ରୟାସ ପଦାରେ ପଡିଛି। ଗତ ୧୨ ବର୍ଷର ମୋଦିଙ୍କ ସରକାର ସମୟରେ ଦେଶରେ ଅତି ଦରିଦ୍ରଙ୍କ ସଂଖ୍ୟା ୨୭.୧% ରୁ ୨.୬% କୁ ଖସି ଆସିଛି। ପ୍ରାୟ ୫୦ କୋଟି ଲୋକ ଅତି ଉତ୍କଟ ଦାରିଦ୍ର ସୀମାରେଖାର ଉର୍ଦ୍ଧ୍ୱକୁ ଉଠିଛନ୍ତି । ଆର୍ôଥକ ବିକାଶ ସହିତ ଦେଶରେ ଦାରିଦ୍ୟ ହ୍ରାସ ପାଉଛି।
ଡ.ତ୍ରିବେଦୀ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ସଂସ୍ଥାଗୁଡିକ ଯେଉଁ ଦେଶମାନଙ୍କୁ ‘ହାପିନେସ୍ ଇଣ୍ଡେକ୍ସ’ ବା ‘ଖୁସି ସୂଚନାଙ୍କ’ର ଶୀର୍ଷ ସ୍ଥାନରେ ଥିବାର ଦେଖାଉଥିଲା, ବର୍ତ୍ତମାନ ସେହି ଦେଶମାନଙ୍କରେ ଏବେ ବ୍ୟାପକ ହିଂସା ଓ ଅରାଜକତା ଘଟୁଥିବାବେଳେ ଭାରତରେ ଜନସାଧାରଣ ମୋଦିଜୀଙ୍କ ନେତୃତ୍ୱାଧିନ ବିଜେପି ସରକାରରେ ଖୁସିରେ ଅଛନ୍ତି। କିନ୍ତୁ କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ଏହି ପ୍ରଗତିକୁ ସହି ନପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ସେମାନେ ନିର୍ବାଚନକୁ ନେଇ ଇଭିଏମ୍ ଓ ନିର୍ବାଚନ କମିଶନ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଦନାମ କରୁଛନ୍ତି, ସୁପ୍ରିମକୋର୍ଟକୁ ଅସମ୍ମାନ କରୁଛନ୍ତି, ଆକାଶବାଣୀ କେନ୍ଦ୍ର ଭିତରକୁ ଧସେଇ ପଶୁଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇ ଅରାଜକତା ସୃଷ୍ଟି କରିବା ସହ ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ଦୁର୍ବଳ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି । କଂଗ୍ରେସର ଏହି ଭଳି ଆଚରଣକୁ ଦେଶବାସୀ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଛନ୍ତି ବୋଲି ଡ.ତ୍ରିବେଦୀ କହିଛନ୍ତି ।

ଡ.ତ୍ରିବେଦୀ କହିଛନ୍ତି ଯେ, କଂଗ୍ରେସ କାହିଁକି ନିର୍ବାଚନ ହାରୁଛି ତାହାର ସମୀକ୍ଷା ନକରି ନିର୍ବାଚନ କମିଶନଙ୍କୁ ଓ ଏସ୍‌ଆଇଆର୍ ପ୍ରକ୍ରିୟାକୁ ଦୋଷ ଦେଉଛି। ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ କେନ୍ଦ୍ରରେ ସରକାର ଗଠନ ପୂର୍ବରୁ କଂଗ୍ରେସ ଦୀର୍ଘ ସମୟ ଧରି କ୍ଷମତାରୁ ବାହାର ରହିଆସିଛି। ୨୦୦୦ରୁ ଓଡ଼ିଶାରେ, ୧୯୯୫ ରୁ ଗୁଜରାଟରେ, ୧୯୯୦ରୁ ଉତ୍ତର ପ୍ରଦେଶ ଏବଂ ବିହାରରେ ସରକାର ଗଠନ କରିନାହିଁ। ୭୦ ଦଶକରୁ ତାମିଲନାଡୁରେ, ୧୯୭୭ରୁ ବେଙ୍ଗଲରେ କ୍ଷମତାରେ ନାହିଁ। କେରଳରେ ମୁସଲିମ ଲିଗ୍ ଏବଂ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ସାହାଯ୍ୟ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯଥାକ୍ରମେ ୱାଇନାଡ୍ ଓ ରାଇବରେଲୀର ଲୋକସଭା ଆସନରୁ ଜିତୁଥିବାବେଳେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିକୁ ଆହ୍ୱାନ ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଡ.ତ୍ରିବେଦୀ କହିଛନ୍ତି।

କଂଗ୍ରେସ ଶାସିତ କେରଳ ରାଜ୍ୟର ଗୃହମନ୍ତ୍ରୀ ରମେଶ ଚେନିଥେଲିବାଲା, ତିରୁଅନନ୍ତପୁରମର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବଂ କର୍ଣ୍ଣାଟକର ସରକାର ମନ୍ତ୍ରୀମାନେ ସଂପ୍ରତି ଏସ୍‌ଆଇଆର୍ ପ୍ରକ୍ରିୟା ଯୋଗୁଁ ଉକ୍ତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଛି ବୋଲି ଭୂୟସୀ ପ୍ରଶଂସା କରିଛନ୍ତି। ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ପ୍ରକ୍ରିୟାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଏଲ୍‌ଓ ନିଯୁକ୍ତ ହୋଇଥାନ୍ତି। କଂଗ୍ରେସ ଶାସନ କାଳରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପ୍ରଶାସନିକ ସୁପାରିଶ ଆଧାରରେ ନିଯୁକ୍ତି ମିଳୁଥିଲା । ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଏଥିରେ ସଂସ୍କାର କରାଯାଇ ଏକ ତିନିଜଣିଆ କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କୁ ଅନ୍ତଭୁର୍କ୍ତ କରାଯାଇଛି । କଂଗ୍ରେସ ବଡ଼ ବଡ଼ କଥା କହୁଥିବା ବେଳେ ନିଜ ଶାସିତ ରାଜ୍ୟମାନଙ୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି କମିଟିରେ ବିରୋଧୀ ଦଳ ନେତାଙ୍କୁ କହିଁକି ରଖୁନାହିଁ ଟି.ଏନ.ଶେଷାନ, ଏମ.ଏସ.ଗିଲଙ୍କ ଭଳି ମୁଖ୍ୟ ନିର୍ବାଚନ କମିଶନମାନେ କିଭଳି କଂଗ୍ରେସ ଦଳ ପାଇଁ କାମ କରି ପରେ କଂଗ୍ରେସରୁ ନିର୍ବାଚନ ଲଢ଼ି ମନ୍ତ୍ରୀ ପଦ ହାତେଇଥିଲେ, ତାହା ସମସ୍ତେ ଜାଣିଛନ୍ତି। ସେହିପରି ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ କିପରି ସାରା ଦେଶରେ ନିର୍ବାଚନକୁ ଘୁଂଚାଇ କଂଗ୍ରେସ ସପକ୍ଷରେ ଭୋଟ କରାଇବାକୁ ଚେଷ୍ଟା କରିଥିଲେ ତାହା ମଧ୍ୟ ଦେଶବାସୀ ଭୁଲିନାହାନ୍ତି । ସେହି କଂଗ୍ରେସ ଦଳ ଆଜି ନିର୍ବାଚନ ଓ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରିବା ପୂର୍ବରୁ ନିଜକୁ ନିଜେ ଆତ୍ମଚିନ୍ତନ କରିବାକୁ ଡ.ତ୍ରିବେଦୀ ପରାମର୍ଶ ଦେଇଛନ୍ତି।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ।

Share

Leave a Reply