ପୁଣ୍ୟ ଶ୍ଳୋକ ବିଶ୍ୱନାଥ ଦାସ
1 min read
ଓଡିଶାର ଅନ୍ୟତମ ବରପୁତ୍ର ସ୍ୱ. ବିଶ୍ୱନାଥ ଦାସଙ୍କର ଜନ୍ମ ଦିବସ | ଗଞ୍ଜାମ ଜିଲ୍ଲା ବେଲଗାଁ ଗାଁରେ ସେ 8 ମାର୍ଚ୍ଚ1889 ରେ ଏକ କାନ୍ୟ କୁବ୍ଜ ବ୍ରାହ୍ମଣ ପରିବାରେ ଜନ୍ମ ଗ୍ରହଣ କରିଥିଲେ| ରେଭେନ୍ସା କଲେଜରୁ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ |କଲିକତା ବିଶ୍ୱବିଦ୍ୟାଳରୁ ଆଇନରେ ସ୍ନାତକ ଶିକ୍ଷା ଲାଭ କରିଥିଲେ|
ଓଡିଶା ଓ ଉତ୍ତର ପ୍ରଦେଶ ଉଭୟ ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ |
ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିଥିଲେ | ସେ ଥିଲେ ବ୍ରିଟିଶ ଓଡିଶାର ଦ୍ଵିତୀୟ ପ୍ରଧାନମନ୍ତ୍ରୀ (1937-1939), ମୁଖ୍ୟମନ୍ତ୍ରୀ (1971-72, )ଉତ୍ତର ପ୍ରଦେଶ ରାଜ୍ୟପାଳ (1962-67), ରହି ନିଜକୁ ଜଣେ ଜନନାୟକ ଭାବେ ପ୍ରତିଷ୍ଠିତ କରିଥିଲେ |ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠରେ ସେ ଗୁରୁତ୍ପୂର୍ଣ୍ଣ ଭୂମିକା ନେଇଥିଲେ ସେ ଗରିବ କଲ୍ୟାଣ, ଖାଦ୍ୟ ସୁରକ୍ଷା, ତଥା ବେଦ ବିଜ୍ଞାନ ଶିକ୍ଷା ପାଇଁ ବିଭିନ୍ନ ଟ୍ରଷ୍ଟ ଗଠନ କରିଥିଲେଓ ଅର୍ଥ ବ୍ୟବସ୍ଥା କରିଥିଲେ | ଲାଲା ଲଜପତ ରାୟ ଙ୍କ ପ୍ରତିଷ୍ଠିତ ଭାରତ ସେବକ ସମାଜ (ଲୋକ ସେବକ ମଣ୍ଡଳ)ର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ|
ଏହି ପୁଣ୍ୟ ପୁରୁଷ 2 ଜୁନ 1984 ମସିହାରେ 95 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ |
ତାଙ୍କ ପବିତ୍ର ସ୍ମୃତିରେ ତାଙ୍କ ଜୟନ୍ତୀ ରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏
- ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ|
