ନାରୀ ନାରାୟଣୀ
1 min read
Oplus_16908288
ନାରୀ ନାରାୟଣୀ
(ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ)
–
ନାରୀ ହେଉଛି ସୃଷ୍ଟିକର୍ତ୍ତାଙ୍କର ଏକ ଅନବଦ୍ୟ ସୃଷ୍ଟି, ଯାହାଙ୍କ ବିନା ଏ ସୁନ୍ଦର ସୃଷ୍ଟି ସମ୍ଭବ ନୁହେଁ |
ପ୍ରାଚ୍ୟ, ପାଶ୍ଚାତ୍ୟ ସବୁ ରାଷ୍ଟ୍ରରେ କାଳ ନିର୍ବିଶେଷରେ ଏହା ସ୍ୱୀକୃତ ଯେ ନାରୀ ସମାଜର ଅବିଛେଦ୍ୟ ଅଙ୍ଗ ଓ ପ୍ରକୃତି ପୁରୁଷର ମିଳନରେ ସୁନ୍ଦର ସମାଜଟିଏ ଗଢ଼ିଉଠେ |ଛୋଟ ବଡ ଅନେକ ଦାୟିତ୍ୱ ନିର୍ବାହ କରି ଉଭୟ ନାରୀ ଓ ପୁରୁଷ ସମାଜକୁ ଆଗେଇ ନେଇଥାନ୍ତି |ସେଇ ନାରୀମାନଙ୍କ ସମ୍ମାନ ଓ ସ୍ବାଧୀକାର ପାଇଁ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି |
ତେବେ ଏହି ଦିବସ ପାଳନ ପାଇଁ ନାରୀମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି |
ଇତିହାସରୁ ଜଣାଯାଏ ସବୁ ସମୟରେ ନାରୀକୁ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବେ ବିବେଚନା କରାଯାଇଛି |ଶିଳ୍ପ ବିପ୍ଳବ ପରେ ନାରୀ ତାର କର୍ମ କ୍ଷେତ୍ରର ପରିସୀମାକୁ ବ୍ୟାପକ କଲା | ଅନେକ ବୃତ୍ତିରେ ନିମଗ୍ନ ରହି ପରିବାରର ଆର୍ଥିକ ପ୍ରଗତିରେ ସହାୟକ ହେବା ସହିତ ଦେଶର ଆର୍ଥିକ ପ୍ରଗତିକୁ ଦୃଢ଼ତା ପ୍ରଦାନ କଲା |ତଥାପି କର୍ମ କ୍ଷେତ୍ରରେ ତାର ଅସୁରକ୍ଷିତ ଭାବନା କୁ ସମାଜ ଦୁରେଇ ଦେଇ ପାରିଲାନି | ଅନେକ ସମସ୍ୟାପୂର୍ଣ୍ଣ ସ୍ଥାନରେ କାମକଲା ପରେ ମଧ୍ୟ ପୁରୁଷଙ୍କ ତୁଳନାରେ କମ ପାରିଶ୍ରମିକ ତାକୁ ମିଳୁଥିଲା |ଅଥଚ ତାର ସ୍ଵଭାଵ ସୁଲଭ ନୀତିରେ ସେ ଏସବୁର ପ୍ରତିବାଦ କରୁନଥିଲା|କ୍ରମେ ଶିକ୍ଷାର ପ୍ରସାର ପରେ ସେ ସଚେତନ ହେଲା ଓ ଅନ୍ୟାୟର ପ୍ରତିବାଦ କଲା |1857 ମସିହା ମାର୍ଚ୍ଚ 8 ତାରିଖ ଥିଲା ନାରୀଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ |
Newyork ର ଏକ ବସ୍ତ୍ର ଶିଳ୍ପର ମହିଳାମାନେ ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ | 1908ମସିହା ମାର୍ଚ୍ଚ 8 ତାରିଖରେ 15000 ମହିଳା newyork ରାଜ ରାସ୍ତାରେ ଶୋଭାଯାତ୍ରା କରିଥିଲେ |ସେମାନଙ୍କ ଦାବି ଥିଲା କାମ ସମୟର ଅବଧି କମ କରିବା, ଭଲ ବେତନ ଦେବା, ଓ ଭୋଟ ଅଧିକାର ପାଇବା | ଏହାର ପର ବର୍ଷ ଫେବୃଆରୀ 28 ତାରିଖରେ ସମଗ୍ର ଆମେରିକାରେ “ମହିଳା ଜାତୀୟ ଦିବସ “ପାଳନ କରାଗଲା |
1910ମସିହାରେ ଡେ଼ନମାର୍କର ରାଜଧାନୀ କୋପେନ ହେଗେନରେ ଏକ ସମ୍ମିଳନୀରେ 17 ଟି ଦେଶର 100 ଜଣ ପ୍ରତିନିଧି ଯୋଗଦେଇଥିଲେ ଓ ମହିଳା ଦିବସ ପାଳନ କୁ ସ୍ୱୀକୃତି ଦେଇଥିଲେ, |1911ମସିହାରେ ପ୍ରଥମ ଥର ପାଇଁ ଅଷ୍ଟ୍ରିଆ, ଡେ଼ନମାର୍କ, ଜର୍ମାନୀ ଓ ସ୍ବୀଜରଲାଣ୍ଡ ଦେଶର ଲକ୍ଷଲକ୍ଷ ଲୋକ ନାରୀମାନଙ୍କ ଏହି ଆନ୍ଦୋଳନରେ ସାମିଲ ହେଲେ |ଆମେରିକାରେ ଫେବୃଆରୀ ଶେଷ ରବିବାର ପାଳନ କରାଗଲା ଜାତୀୟ ମହିଳା ଦିବସ ଓ 1913 ମସିହାରୁ ଫେବୃଆରୀ ଶେଷ ରବିବାରକୁ ରୁଷୀୟ ମାନେ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କଲେ |1975ମସିହାରେ ଜାତିସଂଘ ଏହାକୁ ସ୍ୱୀକୃତି ଦେଇ ମାର୍ଚ୍ଚ 8 ତାରିଖରେ ଏହାକୁ ପାଳନ କରିବାକୁ ପଦକ୍ଷେପ ନେଲା |
ସମୟ ବଦଳିଛି |ଅନେକ ସଂଗ୍ରାମ ପରେ ନାରୀ ତାର ସାମ୍ବିଧାନିକ ଅଧିକାର ପାଇଛି |”ଆନ୍ତର୍ଜାତିକ ମହିଳା ଦିବସ”ନାରୀମାନଙ୍କ ରାଜନୈତିକ, ଅର୍ଥନୀତିକ, ଶୈକ୍ଷିକ, ମାନସିକ ଓ ସାମାଜିକ ଜୀବନର ସଫଳତାର ନିଦର୍ଶନ ଅଟେ |
ଆମେଏହି ଦିନରେ ନାରୀଙ୍କୁ ସମ୍ମାନ ଦେବାପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଉ | ଚୀନ, ଆମେରିକା, ବୁଲଗାରିଆ, କାଜାଖସ୍ଥାନ, ମଙ୍ଗୋଲିଆ, ୟୁକ୍ରେନ ଆଦି ଦେଶରେ ଏହାକୁ ସରକାରୀ ଛୁଟିଦିବସ ଘୋଷଣା କରାଯାଇଛି | ଏହି ଅବସରରେ ସେଠାରେ ପୁରୁଷ ମାନେ ସେମାନଙ୍କ ମା, ଭଉଣୀ, ସ୍ତ୍ରୀ, ସହକର୍ମୀଙ୍କୁ ସମ୍ମାନ ଜଣେଇ ଫୁଲ ଓ ଉପହାର ଡେଇଥାନ୍ତି |ଅନେଜ ଏହାକୁ “mother’s day “ଭାବେପାଳିଥାନ୍ତି |
ଆମ ରାଜ୍ୟରେ ମଧ୍ୟ ମହିଳାଙ୍କ ପାଇଁ ଅନେକ ଯୋଜନା କରାଯାଉଛି |
ବିଶ୍ୱର ଅଧା ଜନସଂଖ୍ୟା ନାରୀ |ସେମାନେ ଅବହେଳିତ ହେଲେ କୌଣସି ଜାତି ଆଗେଇବ ନାହିଁ | ସଚେତନତା ଅଭାବରୁ ଅନେକ ଯୋଜନା ଫଳପ୍ରସୁ ହେଉନି | ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକସହାୟତା ଓ କ୍ଷମତା ପ୍ରଦାନ ଦ୍ୱାରା ନାରୀ ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା ଚାଲିଛି | ଗର୍ଭବତୀ ମହିଳାଙ୍କ ପାଇଁ “ମମତା “କିଶୋରୀମାନଙ୍କ ପାଇଁ “ସବଳା “ଓ ଆହୁରି ଅନେକ ଯୋଜନା ହୋଇଛି |
ଲିଙ୍ଗ ଗତ ପାର୍ଥକ୍ୟ ଦୁରେଇ ଦେବା ପାଇଁ ସରକାର “ବେଟି ପଢ଼ାଓ ଓ ବେଟି ବଚାଓ କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକାମାନଙ୍କୁ ଶିକ୍ଷିତ କରି ସୁସ୍ଥ ସମାଜ ଗଠନ ପାଇଁ ବ୍ୟବସ୍ଥା କରିଛନ୍ତି |”ସୁଭଦ୍ରା “ଯୋଜନା ମାଧ୍ୟମରେ ନାରୀକୁ ଅର୍ଥ ରାଶି ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ଚାଲିଛି |2026-27 gender budget estimate re ଓଡିଶା ସରକାର ₹122,764.56 crore ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ରଖିଛନ୍ତି|,ଯାହା ପୁର୍ବ ବର୍ଷ ତୁଳନାରେ 36% ଅଧିକ | ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମିଶନ ଶକ୍ତି, ପଞ୍ଚାୟରାଜ ଓ ପାନୀୟ ଜଳ ବିଭାଗ ରେ ମହିଳାଙ୍କ ଭାଗିଦାରୀ ପାଇଁ ସରକାର ଅଧିକ ଅର୍ଥ ବ୍ୟବସ୍ଥା କରିଛନ୍ତି| ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମହିଳାଙ୍କ ପ୍ରବେଶକୁ ଗୁରୁତ୍ୱ ଦିଆଯାଇଛି, ଯାହା ମହିଳାଙ୍କୁ ସଶକ୍ତ କରିବ |କିଶୋରୀ କନ୍ୟାଙ୍କ ଶିକ୍ଷା ପାଇଁ ସରକାର ଆର୍ଥିକ ଅନୁଦାନ ଦେଉଛନ୍ତି |
ତଥାପି ନାରୀନିଜକୁ ଅସୁରକ୍ଷିତ ମନେକରୁଛି |କେନ୍ଦ୍ର ସରକାର ssg ସଂଗଠନ ଗୁଡିକୁ ଆର୍ଥିକ ସହାୟତା ଦେଇ “ଲକ୍ଷପତି ଦିଦି “ସୃଷ୍ଟି ପାଇଁ ବ୍ୟବସ୍ଥା କରିଛନ୍ତି | ନାରୀମାନେ ଆର୍ଥିକ ଦିଗରୁ ସ୍ଵଛଳ ହେଲେ ପରିବାର ତଥା ସମାଜ ସୁସ୍ଥ ରହିବ, ଏହି ଅଭିମୁଖ୍ୟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକ୍ରମ କରୁଛନ୍ତି | ଏତେ ସୁନ୍ଦର ବ୍ୟବସ୍ଥା ଭିତରେ ବି ନାରୀ ପୁରୁଷ କେନ୍ଦ୍ରିକ ରୂଢି ବାଦୀ କୁସଂସ୍କାରରେ ନିଜକୁ ଅସହାୟ ମନେକରୁଛି |ପ୍ରତିଦିନ ଖବରର ଶିରୋନାମା ‘ନାରୀ ନିର୍ଯ୍ୟାତନା, ଅତ୍ୟାଚାର ‘ଦେଖିବାକୁ ମିଳୁଛି |
ଅନେକ କ୍ଷେତ୍ରରେ ନାରୀ, ନାରୀର ଶତ୍ରୁଭାବେ ଠିଆ ହେଉଛି | ନାରୀଟିଏ ସ୍ୱାଧୀନତାକୁ ସ୍ବେଛାଚାରିତା ମନେ କରି ନିଜର କ୍ଷତି କରିବା ସହିତ ସମାଜର ମଧ୍ୟ କ୍ଷତି କରୁଛି | ଏସବୁ ବନ୍ଦ ନ ହେଲାଯାଏଁ ମହିଳା ଦିବସ ପାଳନ କେବଳ ଔପଚାରିକତା ହୋଇ ରହିଯିବ | “ନାରୀ ନୁହେଁ ସେ p “ଏକଥା ଆମେ ଯେମିତି ଭୁଲି ନ ଯାଉ |🙏
- ସଭାପତି, “ଅବି “ଓ ସାଧାରଣ ସମ୍ପାଦକ ଓଡ଼ିଆ ଜାତୀୟ ସମ୍ମିଳନୀ ;🙏🙏
Email :srikantadash.bpc@gmail.com
