ଓଡିଶାର ‘ବିନୋବା’: ପଞ୍ଚମ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ
1 min read
- ଶ୍ରୀକାନ୍ତ ଦାଶ
- ++++++++
ଓଡ଼ିଶାର ପଞ୍ଚମ ମୁଖ୍ୟମନ୍ତ୍ରୀ ଥିଲେ ସଦାଶିବ ତ୍ରିପାଠୀ |ତାଙ୍କର ଜନ୍ମଦିନ 21ଏପ୍ରିଲ 1910,ତତ୍କାଳୀନ ମାଡ୍ରାସ presidency ର ନବରଙ୍ଗପୁରରେ |
ଗାନ୍ଧିବାଦୀ ଜନନାୟକଙ୍କର ଜନ୍ମ ଏକ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରରେ ହୋଇଥିଲା |ସେ ପ୍ରାୟ 400ଏକରରୁ ଉର୍ଦ୍ଧ ଜମିର ମାଲିକ ଥିଲେ |ନିଜର ତିନି ପୁଅଙ୍କ ପାଇଁ ଜଣ ପିଛା 22ଏକର ଜମି ରଖି ବାକି ସମସ୍ତ ଜମି ଭୁମିହୀନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ |
ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ରହିଥିଲେ ଓ ଓଡିଶା ବିଧାନସଭାକୁ 1951,1957,1961ଓ 1967ରେ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତା ପ୍ରମାଣିତ କରିଥିଲେ |ସେ ରାଜ୍ୟର ରାଜସ୍ବ ମନ୍ତ୍ରୀ ଭାବେ ଦୀର୍ଘ କାଳ ରହି ରାଜ୍ୟର ସେବା କରିଥିଲେ |1965ମସିହା ଫେବୃଆରୀ 21ତାରିଖରୁ 1967 ମସିହା ମାର୍ଚ୍ଚ 8ତାରିଖ ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ |ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ odisha land reform act ଗୃହୀତ ହୋଇଥିଲା |
1967ବିଧାନସଭା ନିର୍ବାଚନରେ ଜାତୀୟ କଂଗ୍ରେସ ନିର୍ବାଚନରେ ବହୁମତ ପାଇପାରିନଥିଲା |ଏଣୁ ସଦାଶିବ ତ୍ରିପାଠୀ ବିଧାନସଭାରେ ବିରୋଧୀଦଳ ନେତା ଭାବେ ଦାୟିତ୍ୱ ତୁଲାଇ ଥିଲେ I

ସେ ଥିଲେ ଜଣେ ସରଳ ଗାନ୍ଧିବାଦୀ ମଣିଷ |କୌଣସି ଅବସ୍ଥାରେ ସେ ସତ୍ୟ ସହ ସାଲିସ କରିନଥିଲେ |ନିଜ ବିଚାରରେ ଦୃଢ ରହୁଥିଲେ | ଜଣେ ବିତ୍ତଶାଳୀ ତଥା ପ୍ରତିଷ୍ଠିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ସରଳ, ନିଷ୍କପଟ ଦେଶ ସେଵୀ ଶେଷ ଜୀବନରେ ଜଣେ ନିମ୍ନ ମଧ୍ୟବିତ୍ତ ମଣିଷ ଜୀବନ ବିତେଇଥିଲେ |ରୋଗ ଶଯ୍ୟାରେ ପଡି 1980ମସିହା ସେପ୍ଟେମ୍ବର 9ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ |ଅବଶ୍ୟ ତତ୍କାଳୀନମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକ ସରକାରଙ୍କ ତରଫରୁ ଚିକିତ୍ସା ସୁବିଧା ଯୋଗେଇ ଦେଇଥିଲେ |
ଏଇ ସାଲିସ ବିହୀନ ଓଡିଶାର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ତିରୋଧାନ ଦିବସରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ
