ସୁଜାତା ରାଉତ କାର୍ତ୍ତିକେୟନଙ୍କ ‘ବିସ୍ପୋରଣ’: ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ
1 min read
Oplus_16908288
- ଆଲେଖ୍ୟ ଲେଖି କଲେ ହଲଚଲ, MMDR ACT ସଂଶୋଧନ ନେଇ ୨୦ ବିଜେପି ସାଂସଦଙ୍କୁ ସମାଲୋଚନା
- ଆଲେଖ୍ୟର ଶୀର୍ଷକ ରହିଛି -“ପରିବର୍ତ୍ତନନ ପ୍ରତିଫଳନ”
- ଓଡ଼ିଶା ହରାଇବ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ନିଯୁକ୍ତିର ସୁଯୋଗ
- ଓଡ଼ିଶାର ଅଧିକାର, ସ୍ବାଭିମାନ ମିଳିତ ଲଢେଇ କରିବା : ସୁଜାତା
ଭୁବନେଶ୍ୱର //TATKAL ODISHA//
//ANALYSIS //
‘ଖଣି ଓଡ଼ିଶାର, କ୍ଷତି ଓଡ଼ିଶାର I କିନ୍ତୁ ଟିକସ ଓ ଲେଭି ଉପରେ ଅଧିକାର ଓଡ଼ିଶାର ରହିବ ନାହିଁ I ତେଣୁ ନିଜ ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିବାର ଅଧିକାର ହରାଇବାମାନେ-ପୁଞ୍ଜିନିବେଶ, ଶିଳ୍ପ ବିକାଶ, ନିଯୁକ୍ତିର ସୁଯୋଗ ହରାଇବା I”
ବୁଧବାର ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ତଥା ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ଏକ ଆଲେଖ୍ୟ ଲେଖି ବଡ଼ ବିସ୍ପୋରଣ କରିଛନ୍ତି I ‘ସକାଳ’ରେ ତାହା ପ୍ରକାଶ ପାଇଛି I
ଆଲେଖ୍ୟର ଶୀର୍ଷକ ରହିଛି -“ପରିବର୍ତ୍ତନନ ପ୍ରତିଫଳନ”
ସୁଜାତା ବିଜେପିର ନିର୍ବାଚିତ ସାଂସଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିଯନ୍ତ୍ରଣ) ଆକ୍ଟ ସଂଶୋଧନ ବିଲ୍ ପାର୍ଲାମେଣ୍ଟରେ ପାରିତ ହେଲାବେଳେ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ନୀରବ ରହିଥିଲେ। ‘ଓଡ଼ିଆ ଅସ୍ମିତା’ ଓ ‘ପରିବର୍ତନ’ ନାମରେ କ୍ଷମତାକୁ ଆସିଥିବା ରାଜ୍ୟ ସରକାର ମଧ୍ୟ ସଠିକ କାର୍ଯ୍ୟ କରି ନାହାନ୍ତି I
“ଡବଲ୍ ଇଞ୍ଜିନ୍” ସରକାରଙ୍କ ଦ୍ୱାରା ଓଡ଼ିଶାବାସୀ ପ୍ରତାରିତ ହେଉଛନ୍ତି” – ସୁଜାତା
MMDR Actର ସଂଶୋଧନ ଯୋଗୁଁ ଓଡ଼ିଶାରେ ଅନେକ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି I
ସୁଜାତା ରାଉତ କାର୍ତ୍ତିକେୟନ କ୍ଷତିର ଲମ୍ବା ତାଲିକା ଦେଇଛନ୍ତି I ତାହା ହେଉଛି,
- ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୫,୦୦୦ କୋଟି ସଂଗ୍ରହ ଅସମ୍ଭବ ହେବ I
- ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରଣ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି।
- ଗଙ୍ଗାଧର ମେହେର ସିଚାଇ ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ହଜାର ହଜାର ଚାଷୀଙ୍କୁ ଉପକୃତ କରିବା ସହ ପ୍ରାୟ ୨୫,୦୦୦ ହେକ୍ଟର ମରୁଡ଼ିପ୍ରବଣ ଜମିକୁ ଜଳସେଚନ ସୁବିଧା ଯୋଗାଇଛି। ଏହି ପ୍ରକଳ୍ପର ଖର୍ଚ ପ୍ରାୟ ୧,୦୦୦ କୋଟି ଟଙ୍କା କେଉଁଠୁ ଆସିବ I
- ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ହସ୍ପିଟାଲକୁ ବିଶ୍ବସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ରୂପାନ୍ତରଣ ପାଇଁ ପ୍ରାୟ ୪,୦୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଛି। ବାକି ଟଙ୍କା ଆସିବ କେଉଁଠୁ?
- ପାରାଦୀପର IOCL ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ , ଯାହା ଓଡ଼ିଶାର ଅନେକ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ, ତାହା ପାଇଁ ପ୍ରତିବର୍ଷ ପ୍ରାୟ ୩,୦୦୦ କୋଟି ଟଙ୍କାର ସବସିଡି ରାଜ୍ୟ ସରକାର ବହନ କରିବେ ।
- ଲକ୍ଷ ଲକ୍ଷ ପରିବାରକୁ ସ୍ବାସ୍ଥ୍ୟ ସୁରକ୍ଷା ଦେଇଥିବା BSKY ପାଇଁ ପ୍ରତିବର୍ଷ ପ୍ରାୟ ୫,୦୦୦ କୋଟି ଟଙ୍କା ଖର୍ଚ ହେଉଥିଲା ।
- ଓଡ଼ିଶାର ପ୍ରାୟ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମଧାହ୍ନ ଭୋଜନରେ ପ୍ରାତଃଭୋଜନ ଯୋଡ଼ିବାକୁ ହେବ ସମସ୍ୟା I

ସୁଜାତା କହିଛନ୍ତି ଯେ, କୋଇଲା ଉପରେ କେନ୍ଦ୍ର ସରକାର ଆଦାୟ କରୁଥିବା ‘ସ୍ବଚ୍ଛ ଶକ୍ତି ସେସ୍’ର ଉଦାହରଣ ନିଅନ୍ତୁ | ଏହି ସେସ୍ ବାବଦରେ ଓଡ଼ିଶାରୁ ହଜାର ହଜାର କୋଟି ଟଙ୍କା ଆଦାୟ ହେଉଛି, କିନ୍ତୁ ସେହି ଅର୍ଥ ଦେଶର ଅନ୍ୟ ଅଞ୍ଚଳରେ ଖର୍ଚ ହେଉଛି। ଏହି ସେସ୍ରୁ ଓଡ଼ିଶାକୁ ତା’ର ନ୍ୟାୟସଙ୍ଗତ ଭାଗ ଦେବା ପାଇଁ ବିଜେଡି କେନ୍ଦ୍ରରେ ଥିବା ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସିଛି । କିନ୍ତୁ ଆଜିପର୍ଯ୍ୟନ୍ତ ଓଡ଼ିଶା ଏ ବାବଦରେ କୌଣସି ଅର୍ଥ ପାଇନାହିଁ । ପ୍ରଭାବିତ ହେବ ଆମ ପରିବେଶ ଓ ସ୍ଥାନୀୟ ସମୁଦାୟ I’
ସୁଜାତା କହିଛନ୍ତି ଯେ, “ବିଜେପି ଦଳ ଦାବି କରୁଛି ଯେ, ଏହି ସଂଶୋଧନର ଉଦ୍ଦେଶ୍ୟ ସମଗ୍ର ଦେଶରେ ଟିକସ ହାରରେ ସମାନତା ଆଣିବା | ତେବେ ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଭଳି ଏକ ରାଜ୍ୟ ପାଖରେ ଶିଳ୍ପକୁ ଆକର୍ଷିତ କରିବା ପାଇଁ ଆଉକେଉଁ ପ୍ରୋତ୍ସାହନ ରହିବ? ରାଜ୍ୟର ନିଜର ଟିକସ ଲାଗୁ କରିବାର କ୍ଷମତା ଥିଲେ, ତାହାକୁ ବ୍ୟବହାର କରି ରାଜ୍ୟ ବାହାରକୁ ଯାଉଥିବା ଖଣିଜ ଉପରେ ଟିକସ ଲାଗୁ କରିପାରେ | ଆଉ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରୁଥିବା ଉଦ୍ୟୋଗଗୁଡ଼ିକୁ ଆବଶ୍ୟକ ଟିକସ ରିହାତି ମଧ୍ୟ ଦେଇପାରେ । ଏହା ଓଡ଼ିଶାକୁ ନୂଆ ପୁଞ୍ଜିନିବେଶ ଆଣିବା ସହିତ ଶିଳ୍ପ ସ୍ଥାପନ ଏବଂ ରାଜ୍ୟ ମଧ୍ୟରେ ମୂଲ୍ୟଯୋଗକୁ ବଢ଼ାଇଥା’ନ୍ତା। ଅଧିକ ନିଯୁକ୍ତି ସୃଷ୍ଟି ହୋଇଥା’ନ୍ତା ଏବଂ ରାଜ୍ୟର ରାଜସ୍ବ ମଧ୍ୟ ବହୁଗୁଣିତ ହୋଇପାରିଥା’ନ୍ତା।”
ସୁଜାତା ପୁଣି କହିଛନ୍ତି ଯେ, “୧୯୩୬ ମସିହାରେ ଦୀର୍ଘ ଓ ଐତିହାସିକ ସଂଗ୍ରାମ ପରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା – ରାଜ୍ୟ ଗୌରବ ଏବଂ ନିଜ ଭାଗ୍ୟ ନିଜେ ଗଢ଼ିବାର ଦୃଢ଼ ସଂକଳ୍ପରୁ ପ୍ରେରିତ ହୋଇ ସେହିଦିନଠାରୁ ଗତ ୯୦ ବର୍ଷ ମଧ୍ୟରେ ଓଡ଼ିଶା ଅନେକ ଆହ୍ବାନ ଓ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । କିନ୍ତୁ କେବେ ନିଜକୁ ଅସହାୟ ମନେ କରିନାହିଁ । ପ୍ରତ୍ୟେକ ଆହ୍ବାନକୁ ସାହସର ସହିତ ସାମ୍ନା କରି ଓଡ଼ିଶା ଆଗକୁ ବଢ଼ିଚାଲିଛି ଏବଂ ନିଜ ଲୋକଙ୍କୁ ସଶକ୍ତ କରିଆସିଛି।”

“କିନ୍ତୁ ଏମଏମଡିଆର ଆକ୍ଟ ସଂଶୋଧନ ଚିନ୍ତାଜନକ I
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଛନ୍ତି ଠିକ୍ କହିଛନ୍ତି – ତାହା ହେଉଛି, “ଓଡ଼ିଶାର ଭାଗ୍ୟରେ ଏକ ନିର୍ଣ୍ଣାୟକ ମୋଡ଼। ଓଡ଼ିଶାର ଦୀର୍ଘଯାତ୍ରାରେ ଏହା ଏକ କଳା ଦିନ।”
ସୁଜାତା ଅପିଲ କରିଛନ୍ତି ଯେ,
“ଆମ ମଧ୍ୟରେ ମତଭେଦ ଥାଇପାରେ, ରାଜନୈତିକ ମତପାର୍ଥକ୍ୟ ଥାଇପାରେ । କିନ୍ତୁ ଆଜି ଓଡ଼ିଶାର ଅଧିକାର, ସ୍ବାଭିମାନ ଏବଂ ଆମ ଭବିଷ୍ୟତ ପିଢ଼ିର ହକ୍ ପାଇଁ ଆମେ ସମସ୍ତେ ଏକାଠି ଠିଆ ହୋଇ ଲଢ଼ିବା ଆମର ଦାୟିତ୍ବ I”
ସୁଜାତାଙ୍କ ଏଭଳି ଟିପ୍ପଣୀ ପରେ ବିଜେପିର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କି ଭୂମିକା ନେଉଛନ୍ତି ତାହା ଦେଖିବା କଥା I
