ଏପ୍ରିଲ ୩୦ ପୂର୍ବାହ୍ନ ୧୧ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
1 min read
ଭୁବନେଶ୍ୱର //TATKAL ODISHA //
ଆସନ୍ତା ଏପ୍ରିଲ ୩୦ ଗୁରୁବାର ପୂର୍ବାହ୍ନ ୧୧ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ I ମହିଳା ସଂରକ୍ଷଣ ଉପରେ ଆଲୋଚନା ହେବାର ଜଣାପଡିଛି I ଏନେଇ ରାଜ୍ୟପାଳ ଅନୁମତି ଦେଇଛନ୍ତି I
ଶୁକ୍ରବାର ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 174ର (1 )ରେ ଅର୍ପିତ କ୍ଷମତା ପ୍ରୟୋଗ ପୂର୍ବକ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ I ଏଥିନିମନ୍ତେ ସପ୍ତଦଶ ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ 30 ଏପ୍ରିଲ 2026 ଗୁରୁବାର ପୂର୍ବାହ୍ନ 11 ଘଟିକା ସମୟକୁ ବିଧାନସଭା ଭବନ, ଭୁବନେଶ୍ବରରେ ଅନୁଷ୍ଠିତ ହେବା ପାଇଁ ରାଜ୍ୟପାଳ ସଦୟ ସମନ କରିଛନ୍ତି ।
ଓଡିଶା ବିଧାନସଭାର ସଭାର ସ୍ବତନ୍ତ୍ର ଅଧିବେଶନରେ ସଦସ୍ୟମାନଙ୍କୁ ଯୋଗଦାନ କରିବା ନିମନ୍ତେ ବିଧାନସଭା ସଚିବ ଅନୁରୋଧ କରିଛନ୍ତି I
