ହୀରାକୁଦ ବନ୍ୟଜନ୍ତୁ ‘ଡିଏଫଓ’ ଅଫିସରେ ‘ଟେଣ୍ଡର ଫିକ୍ସିଂ’?
1 min read
Oplus_16908288
- ଟେଣ୍ଡର ପୂର୍ବରୁ କାର୍ଯ୍ୟାରମ୍ଭ
- ବିବାଦ ଘେରରେ ଡିଏଫଓ!!
- ରାକେଟ ସକ୍ରିୟ ଥିବା ଅନୁମାନ
- ନିୟମିତ କେଳେଙ୍କାରୀ ଚାଲିଥିବା ଅଭିଯୋଗ
- ସମ୍ବଲପୁର,ହୀରାକୁଦ, ବୁର୍ଲା,//TATKAL ODISHA//
- //SUPER EXCLUSIVE REPORT //
ସ୍ୱଚ୍ଛତା ଓ ଅସ୍ମିତାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିଲେ ହେଁ କିଛି ଅଧିକାରୀ ତାହାକୁ ବେଖାତିର କରି ଖୋଲାଖୋଲି ଭାବେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ‘ଟେଣ୍ଡର ଫିକ୍ସିଂ’ ଭଳି କେଳେଙ୍କାରୀରେ ସାମିଲ ହେଉଛନ୍ତି I
ସମ୍ବଲପୁର ସହରସ୍ଥ ମୋତିଝରଣରେ ଥିବା ହୀରାକୁଦ-ଦେବ୍ରିଗଡ଼ ବନ୍ୟଜନ୍ତୁ ବନଖଣ୍ଡ (DFO) କାର୍ଯ୍ୟାଳୟ ବିରୋଧରେ ଏଭଳି ମାରାତ୍ମକ ଅଭିଯୋଗ ଆସିଛି I ଜଙ୍ଗଲ ବିଭାଗ ଅଧୀନରେ ଥିବା ଏହି କାର୍ଯ୍ୟାଳୟରେ “ଜଙ୍ଗଲୀ ଶାସନ” ଚାଲିଥିବା କୁହାଯାଉଛି I
ଦିନ ଦ୍ବିପହରରେ ସବୁ ସରକାରୀ ଆଇନ କାନୁନକୁ ଏଠି ମାଡି ମକଚି ବେଆଇନ କାର୍ଯ୍ୟ ଚାଲିଛି?
ରାଜ୍ୟର ସବୁ ବିଭାଗର ‘ନୋଡାଲ ଏଜେନସୀ‘ ଭାବେ ଜଣାଶୁଣା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ନୀତି ନିୟମର ବି ଖୋଲା ଉଲ୍ଲଘଂନ ହୋଇଛି I ସାଧାରଣ ପ୍ରଶାସନ ବିଭାଗ ଓ ଆଇନ ବିଭାଗ ଏନେଇ ସ୍ୱତନ୍ତ୍ର ନିୟମ ଲାଗୁ କରିଛନ୍ତି I
ଏଥିପାଇଁ ବଡ଼ ଧରଣର ରାକେଟ ସକ୍ରିୟ ଥିବା କୁହାଯାଉଛି I

ଟେଣ୍ଡର ବେଳର ଦୃଶ୍ୟ
ଦେଖନ୍ତୁ… ସମ୍ବଲପୁର ହୀରାକୁଦ DFO କାର୍ଯ୍ୟାଳୟରେ ଟେଣ୍ଡେର ବେଳର ଦୃଶ୍ୟ : ଭିଡ଼ିଓ କନଫରେନ୍ସ ଜରିଆରେ ଅଂଶ ଗ୍ରହଣ କରୁଛନ୍ତି… ସମ୍ମୁଖରେ ବସିଛନ୍ତି ଡିଏଫଓ, ଏସିଏଫ ଏବଂ ଅନ୍ୟ କର୍ମଚାରୀ..

ଆମ ସମ୍ବଲପୁର, ହୀରାକୁଦ ପ୍ରତିନିଧି ଅନୁସନ୍ଧାନ କରି ଜାଣିବାକୁ ପାଇଛନ୍ତି ଯେ, ପ୍ରାୟ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ଗାଦି ମାଡ଼ି ବସିଥିବା ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ବିରୋଧରେ ଏହି ଟେଣ୍ଡର ଫିକ୍ସଂ ଅଭିଯୋଗ ଆସିଛି I ତାଙ୍କ ଵାହୁଛାୟା ତଳେ ରହି ଓ ଅନ୍ୟ କିଛି ଅଧିକାରୀ ଓ କର୍ମଚାରୀ ପ୍ରାୟ ତିରିଶ ଲକ୍ଷ ଟଙ୍କାର ଟେଣ୍ଡରକୁ ଚଞ୍ଚକତା କରି ନିଜର ମନ ପସନ୍ଦର ପ୍ରଡ଼କ୍ସନ ସଂସ୍ଥାକୁ ଦେଇଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ ହୋଇଛି I ଉକ୍ତ ସଂସ୍ଥା ଟେଣ୍ଡର ଖୋଲିବା ପୂର୍ବରୁ କୁଆଡେ ସୁଟିଂ କାର୍ଯ୍ୟ ଆରମ୍ଭ କରିଥିବା ଡିଏଫଓ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି I ଅନ୍ୟପକ୍ଷରେ ଟେଣ୍ଡରର ସବୁ ସର୍ତ୍ତ ପୂରଣ କରୁଥିବା ସରକାରୀ ପଞ୍ଜିକୃତ ସଂସ୍ଥାକୁ ଅଣଦେଖା କରାଯାଇଛି I ଏମିତି ବାରମ୍ବାର ହେଉଛି I କେହି ନଜର ପକାଉ ନାହାନ୍ତିI

- ସବୁ ଗୁମର ଖୋଲିଥିଲେ ହେଁ ଡିଫଓ ଅଂଶୁପ୍ରଜ୍ଞା ଦାସଙ୍କ ସବୁ ଅଭିଯୋଗକୁ ଅସ୍ବୀକାର କରିଛନ୍ତି I ସେ କହିଛନ୍ତି ଯେ, “ଆମେ I&PR ନିୟମ ଅନୁସାରେ ଟେଣ୍ଡର କାର୍ଯ୍ୟ କରିଛୁ I କିଛି ଭୁଲ ହୋଇ ନାହିଁ I ଉପରୁ ଯାହା ନିର୍ଦେଶ ଆସିଛି କରିଛୁ I ଯଦି କିଛି ସମସ୍ୟା ଦେଖୁଛନ୍ତି, ତାହାଲେ ଉପରେ ଜଣାନ୍ତୁ ଓ ଆଇନର ଆଶ୍ରୟ ନିଅନ୍ତୁ”
କେଉଁ ଅଦୃଶ୍ୟ ଶକ୍ତି ବଳରେ ଅଂଶୁପ୍ରଜ୍ଞା ବଳିଆନ ତାହା ଅନୁସନ୍ଧାନ ସାପେକ୍ଷ I ହେଲେ ସବୁ କଥା ଲୋକେ ଜାଣିବା ଦରକାର I ଯଦି I&PR ନିୟମ ସେ ପାଳିଥିବା କଥା କହିଛନ୍ତି, ତାହାଲେ ଡିଏଫଓ FINANCIAL BID କାହିଁକି ମାଗିଥିଲେ? ଦ୍ଵିତୀୟରେ ଅଣ ପଞ୍ଜିକରଣ ସଂସ୍ଥାକୁ କଣ ପାଇଁ ଟେଂଡରରେ ସାମିଲ କରିଥିଲେ??
ଦୁର୍ନୀତି ମୁଳୋତପାଟନ ଓ ଭାବମୂର୍ତ୍ତି ରକ୍ଷା ପାଇଁ ତୃତୀୟ ମହଲା ଏଥିପ୍ରତି ନଜର ଦେଵା ଜରୁରୀ I ପୂର୍ବ ସରକାରଙ୍କ ସମୟରୁ ଏଭଳି ଚାଲିଥିବା ଚର୍ଚ୍ଚା ଜୋର ଧରିଛି I
ଆଶ୍ଚର୍ଯ୍ୟର କଥା, ଟେଣ୍ଡର ହାତେଇଥିବା ଉକ୍ତ ସଂସ୍ଥାର କୌଣସି ପ୍ରତିନିଧି ଟେଣ୍ଡର ଖୋଲିବା ଦିନ ଉପସ୍ଥିତ ରହି ନ ଥିଲେ I କେବଳ “ଭିଡ଼ିଓ କନଫରେନ୍ସ” ଜରିଆରେ ହିଁ ସାମିଲ ହୋଇଥିଲେ I କେଉଁ ନିୟମରେ ତାହା ହୋଇଥିଲା ସାଧାରଣରେ ଅନୁମେୟ I
ଅନ୍ୟପକ୍ଷରେ ଟେଣ୍ଡରର ସମସ୍ତ ନୀତି -ନିୟମ ଆଧାରରେ ସମସ୍ତ କାଗଜପତ୍ର, ଇଏମଡି ଆଦି ପୈଠ ସହ ଟେଣ୍ଡର ଖୋଲିବା ଦିନ ଉପସ୍ଥିତ ରହିବା ସତ୍ୱେ ପୁରସ୍କାରପ୍ରାପ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥାକୁ ମନଇଚ୍ଛା କାଟି ଦିଆଯାଇଛି I
ଏଭଳି କେଳେଙ୍କାରୀ ହୀରାକୁଦ ଡ଼ିଏଫଓ କାର୍ଯ୍ୟାଳୟରେ କ୍ରମାଗତ ଭାବେ ଚାଲିଥିବା ଚର୍ଚ୍ଚା ଜୋର ଧରିଛି I ଏହା ଯଦି ସତ୍ୟ ତାହାଲେ ନିଶ୍ଚିତ ଭାବେ ସାଙ୍ଘାତିକ I
ତେଣୁ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ହେଲେ ଅଭିଯୁକ୍ତ ଡିଫଓ ଓ ଅନ୍ୟ ଅଧିକାରୀଙ୍କ ଅସଲ ମୁଖା ଖୋଲିଯିବ I

ଟେଣ୍ଡର ପାଇଁ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ : ଯେଉଁ ନମ୍ବର ଦିଆଯାଇଛି ସେସବୁ ‘ ଆଉଟ ଅଫ ଅର୍ଡର’
ଘଟଣା କ୍ରମ :
ଗତ ୧୦ ଫେବୃଆରୀ ୨୦୨୬ରେ ‘ସମ୍ବାଦ’ ଖବରକାଗଜ ହୀରାକୁଦ, ଡେବ୍ରିଗଡ଼ ଓ ସମ୍ବଲପୁର ଚିଡ଼ିଆଖାନା ଉପରେ ୪ଟି ଡକ୍ୟୁ ଫିଲ୍ମ ନିର୍ମାଣ ନିମନ୍ତେ ନୋଟିସ ନଂ -୩୦, ୩୨, ୩୩, ୩୪ରେ ଚାରୋଟି ଟେଣ୍ଡର ବିଜ୍ଞାପନ ପ୍ରକାଶ ପାଇଥିଲା I ଏସବୁ ଇଂରାଜୀ/ ଓଡ଼ିଆରେ ହେବାକୁ କୁହାଯାଇଥିଲା I
ସୂଚନା ଓ ଲୋକସମ୍ପର୍କ ବିଭାଗର EMPANELLED ସଂସ୍ଥା ସହ ଅଣ ପଞ୍ଜିକୃତ ସଂସ୍ଥା ଟେଣ୍ଡରରେ ଅଂଶ ଗ୍ରହଣ କରିପାରିବେ ବୋଲି ସେଥିରେ କୁହାଯାଇଥିଲା I ମାତ୍ର ଟେଣ୍ଡରର ସର୍ତ୍ତ ଥିଲା ପୋଷ୍ଟାଲ କି ଅନଲାଇନ ନୁହେଁ, ହାର୍ଡ କପି (TENDER PAPER) ନେବା ବାଧ୍ୟତାମୂଳକ I ଟେଣ୍ଡର ପେପରର ମୂଲ୍ୟ ୨୩୬୦ ଟଙ୍କା ଥିବାବେଳେ ଇଏମଡି ମୂଲ୍ୟ ଥିଲା ୧୩,୫୦୦ I ବ୍ୟାଙ୍କ ଡ୍ରାଫ୍ଟ ଦେବାକୁ ପଡିଥିଲା I ସେହିକ୍ରମରେ ଚାରୋଟି ଟେଣ୍ଡର ପେପର ପାଇଁ ସ୍ୱତନ୍ତ୍ର ମୂଲ୍ୟ ଓ ତଦସଂଲଗ୍ନ ଇଏମଡି ଦେବା ବ୍ୟବସ୍ଥା ହୋଇଛି I ଅର୍ଥାତ ଯେଉଁ ସଂସ୍ଥା ଚାରୋଟି ଫିଲ୍ମ ପାଇଁ ପକାଇବ, ସେଇ ସଂସ୍ଥା ଟେଣ୍ଡର ପେପର ମୂଲ୍ୟ ବାବଦକୁ ମୋଟ ୯,୪୪୦ ଟଙ୍କା ଏବଂ ଇଏମଡି ବାବଦକୁ ୫୪, ୦୦୦ ଟଙ୍କା ଦେବାକୁ ପଡିଛି I ଦେଇଛନ୍ତି ମଧ୍ୟ I ଅଳ୍ପ କିଛି ନାମୀ ଦାମୀ ସଂସ୍ଥା ଆବେଦନ କରିଥିଲେ I
ଟେଣ୍ଡର ପେପର ପକାଇବାର ଶେଷ ତାରିଖ ୨୫. ୦୨. ୨୦୨୬ ଥିଲା ଏବଂ ଟେଣ୍ଡର ଖୋଲିବା ଦିନ ଫେବୃଆରୀ ୨୬ ଥିଲା I ତଦନୁଯାୟୀ ଟେଣ୍ଡର ଖୋଲିଥିଲା I ସେଦିନ ଗୋଟିଏ ମାତ୍ର ଏମ୍ପାନେଲଲେଡ଼ ସଂସ୍ଥା ଥିବାବେଳେ ଅନ୍ୟ ଏକ ବିଜ୍ଞାପନ ଏଜେନ୍ସୀ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ I ହେଲେ ଡିଏଫଓ ଚଞ୍ଚକତା କରି “ଭିଡ଼ିଓ କନଫରେନ୍ସ” ଜରିଆରେ ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଫିଲ୍ମ ନିର୍ମାଣ କାର୍ଯ୍ୟାଦେଶ ଦେଇଥିବା ମାରାତ୍ମକ ଅଭିଯୋଗ ହୋଇଛି I ଯଦି ଏହା ସତ ତାହାଲେ ସାଙ୍ଘାତିକ I ଏହାକୁ ନେଇ ବିବାଦ ତୀବ୍ର ହୋଇଛି I
ନିୟମ ଉଲ୍ଲଘଂନର ନୂଆ ଫର୍ଦ :
- ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଦ୍ୱାରା ନ୍ୟାସନାଲ ଟେଣ୍ଡର ଜରିଆରେ ତାଲିକାଭୁକ୍ତ ହୋଇଥିବା “ଏମ୍ପାନେଲ୍ଲଡ଼ ସଂସ୍ଥା” ବିନା କିଛି କାର୍ଯ୍ୟ ହେବା କଥା ନୁହେଁ I ହେଲେ କେଉଁ ନିୟମରେ ହୀରାକୁଦ ଡିଫଓ ଅଫିସ ଦ୍ୱାରା ଅଣପଞ୍ଜିକୃତ ସଂସ୍ଥାକୁ ସାମିଲ କରାଯାଇଛି?
- ରାଜ୍ୟ ସରକାର ଡକ୍ୟୁ ଫିଲ୍ମ ପ୍ରଡକ୍ସନ ପାଇଁ ସ୍ୱତନ୍ତ୍ର ଅର୍ଥ ଧାର୍ଯ୍ୟ କରିଛନ୍ତି I ହୀରାକୁଦ ଡିଫଓ ଅଫିସ ତାହାକୁ ଗ୍ରହଣ ନ କରି ମନଇଛା କାର୍ଯ୍ୟ କରିଛି I ଟେଣ୍ଡର ବେଳେ ସ୍ୱତନ୍ତ୍ର ଅର୍ଥ ଆହ୍ୱାନ କରାଯାଇଛି I
- ଟେଣ୍ଡର ବିଜ୍ଞାପନରେ ଖବରକାଗଜରେ ସମ୍ପର୍କ ପାଇଁ ଯେଉଁ ନମ୍ବର ୦୬୬୩-୨୫୪୮୭୪୩ ଏବଂ ମୋବାଇଲ ନଂ ଦିଆଯାଇଛି ତାହା ଲାଗୁ ନାହିଁ I ଜାଣିଶୁଣି ଦିଆଯାଇଛି I
- କେବଳ ସରକାରୀ ଅର୍ଥ ଖର୍ଚ୍ଚ କରିବା ଲକ୍ଷ୍ୟରେ ଡିଫଓ ଏମିତି କରିଥିବା କୁହାଯାଉଛି I
ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି I ସରକାର ତୁରନ୍ତ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ…
(କ୍ରମଶଃ)
