tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୁବାସିନୀଙ୍କ ପ୍ରଶ୍ନ ଉପରେ ମନ୍ତ୍ରୀଙ୍କ ଉତ୍ତର: ସ୍କୁଲକୁ ଫେରିଛନ୍ତି ୬୦, ୭୨୯ ଡ୍ରପ ଆଉଟ ପିଲା

1 min read

ଭୁବନେଶ୍ୱର//TATKAL ODISHA//

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ହଜାର ୭୨୯ ଡ୍ରପ ଆଉଟ ପିଲା ସ୍କୁଲକୁ ଫେରି ଆସିଛନ୍ତି I ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ I

   ଶୁକ୍ରବାର ସପ୍ତଦଶ ବିଧାନସଭା ପଞ୍ଚମ ତଥା ଶୀତ ଅଧିବେଶନର ଦ୍ଵିତୀୟ ଦିବସ ଧାର୍ଯ୍ୟ ସାଢ଼େ ଦଶରେ ଆରମ୍ଭ ହୋଇଥିଲା I ବାଚସ୍ପତି ସୁରମା ପାଢ଼ୀ ଆସନ ଗ୍ରହଣ କରିବା କ୍ଷଣି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I

 ରାଜ୍ୟରେ ସ୍କୁଲ ଗୁଡିକରେ ଛାତ୍ର ଛାତ୍ରୀ ଡ୍ରପ ଆଉଟ ନେଇ ଆଲୋଚନା ହୋଇଛି I

  ବସ୍ତା ବିଧାୟିକା ସୁବାସିନୀ ଜେନା ମୂଳ ପ୍ରଶ୍ନ କରିଥିଲା ବେଳେ ଅତିରିକ୍ତ ପ୍ରଶ୍ନ ପଚାରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ୱାଇଁ , ସିଦ୍ଧାନ୍ତ ମହାପାତ୍ର ପ୍ରମିଳା ମଲ୍ଲିକ I 

   ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସ୍କୁଲଗୁଡିକରେ ଡ୍ରପ ଆଉଟ କମାଇବା ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି I ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ ହଜାର ୭୨୯ ଡ୍ରପ ଆଉଟ ପିଲା ସ୍କୁଲକୁ ଫେରି ଆସିଛନ୍ତି I 

 ହେଲେ ଆଦିବାସୀ ଓ ସଂଖ୍ୟା ଲଘୁ ଅଞ୍ଚଳରେ ଡ୍ରପ ଆଉଟ କମାଇବା ପାଇଁ ସୁବାସିନୀଙ୍କ ସହ ଅନ୍ୟ ସଦସ୍ୟମାନେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି I 

ମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନିଆ ଯାଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି I 

Share

Leave a Reply