ଶ୍ରୀମନ୍ଦିରରେ ପଞ୍ଚୁକ ପାଞ୍ଚ ଦିନ ବଦଳରେ ହେବ ଚାରି ଦିନ
1 min read
- ଦେଖନ୍ତୁ ମହାପ୍ରଭୁଙ୍କ ବେଶର ତାଲିକା
ପୁରୀ//TATKAL ODISHA//
ଚଳିତ ବର୍ଷ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ଯାଉଥିବାରୁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ ନାହିଁ । ତେଣୁ ଶ୍ରୀମନ୍ଦିରରେ ପଞ୍ଚୁକ ପାଞ୍ଚ ଦିନ ବଦଳରେ ଚାରି ଦିନ ପାଳନ କରାଯିବ I
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ.. ପଞ୍ଚୁକ ବ୍ରତରେ କେଉଁ ଦିନ କେଉଁ ବେଶ ହେବ?
।। ପଞ୍ଚୁକ ନୀତିକାନ୍ତି ବିବରଣୀ – ୨୦୨୫ ।।
- ୦୨. ନଭେମ୍ବର ୨୦୨୫ , ରବିବାର : ଲକ୍ଷ୍ମୀ ନାରାୟଣ ବେଶ, ହରି ଉତ୍ଥାପନ ବଡ଼ ଏକାଦଶୀ ।*
- ୦୩. ନଭେମ୍ବର ୨୦୨୫ , ସୋମବାର : ତ୍ରିବିକ୍ରମ ବେଶ, ଗରୁଡ଼ ଉତ୍ଥାପନ ନୀତି ।*
- ୦୪. ନଭେମ୍ବର ୨୦୨୫ , ମଙ୍ଗଳବାର : ଲକ୍ଷ୍ମୀନୃସିଂହ ବେଶ ।*
- ୦୫. ନଭେମ୍ବର ୨୦୨୫ , ବୁଧବାର : କାର୍ତ୍ତିକ/ରାସ ପୂର୍ଣ୍ଣିମା, ରାଜରାଜେଶ୍ୱର ବେଶ ବା ସୁନାବେଶ ।
