ଇସ୍କନର ଦୌରାତ୍ମ୍ୟ ଜାରି, ଶ୍ରୀଜଗନ୍ନାଥ ପରମ୍ପରାର କରୁଛି ଖୋଲା ଉଲ୍ଲଘଂନ?
1 min read
- ଗଜପତି ମହାରାଜଙ୍କ ଚିଠି ପରେ ବି ଅମାନ୍ୟ
- ଅଦିନିଆ ରଥଯାତ୍ରା ନେଇ ଜିଦରେ ଅଟଳ ଇସ୍କନ
- ବେପାର ପାଇଁ ରଥଯାତ୍ରାକୁ ଆୟୋଧ କରିଥିବା ଅଭିଯୋଗ
ପୁରୀ, ଭୁବନେଶ୍ୱର,କୋଲକାତା,//TATKAL ODISHA//:
“ଇସ୍କନର ଦୌରାତ୍ମ୍ୟ ଜାରି ରହିଛି I ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ଖୋଲା ଉଲ୍ଲଘଂନ କରି ଅଦିନିଆ ରଥଯାତ୍ରା କରିବାକୁ ନିଜ ଜିଦରେ ଅଟଳ ରହିଛି I ପୁରୀ ଗଜପତି ମହାରାଜ ବାରମ୍ବାର ଚିଠି ଲେଖିବା ସତ୍ୱେ ଇସ୍କନ ଆଦୌ ମାନୁନାହିଁ I ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ତର ସହ ନେବାକୁ ବିଭିନ୍ନ ମହାଲରୁ ଦାବି ହୋଇଛି I”
“ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱବ୍ୟାପୀ ସବୁ ଜଗନ୍ନାଥ ମନ୍ଦିରରେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ନବଦିବଶାତ୍ମକ ରଥଯାତ୍ରା ହୋଇପାରିବ। ହଜାର ହଜାର ବର୍ଷର ଇଏ ପରମ୍ପରା। ଏହାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ବି ସର୍ବମାନ୍ୟ। ତେଣୁ ହିନ୍ଦୁ ଧର୍ମ ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଥିବା ଇସ୍କନ ସଂସ୍ଥାକୁ ବି ମାନିବାକୁ ପଡ଼ିବ।’
ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇଥିବା ଇସ୍କନ ସଂସ୍ଥାର ମାୟାପୁର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସାଙ୍କୁ ପୁଣି ଥରେ ଏଭଳି କଡ଼ା ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜ ଶ୍ରୀଶ୍ରୀ ଦିବ୍ୟସିଂହ ଦେବ।

ଗଜପତି ମହାରାଜ କହିଛନ୍ତି, ବାରମ୍ବାର ଚିଠି ଲେଖାଯିବା ସତ୍ତ୍ୱେ ଇସ୍କନ ତାର ଅଦିନିଆ ରଥଯାତ୍ରା କରିବା ଗ୍ରହଣଯୋଗ୍ୟ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ପରିପନ୍ଥି। ଏନେଇ ଗୋଟିଏ ନୀତି ନିୟମ ରହିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ବିଭିନ୍ନ ଦେଶରେ ଥିବା ଇସ୍କନ ମନ୍ଦିର ସ୍ନାନ ଯାତ୍ରା ଓ ରଥ ଯାତ୍ରା ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବା କଥା। ମନଇଛା ହୋଇପାରିବ ନାହିଁ ବୋଲି ମହାରାଜ ସ୍ପଷ୍ଟ କରିଛନ୍ତି।
କାହିଁକି ଗଜପତି ଚିଠି ଲେଖିଲେ.
ଗତ ୧୯ ଅକ୍ଟୋବର ୨୦୨୫ I
ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଶ୍ରୀ ଦାସା ଗଜପତିଙ୍କୁ ଚିଠି ଲେଖି ଜଣାଇଛନ୍ତି,
“ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ରଥଯାତ୍ରା ଆରମ୍ଭ ହେଉଥିଲେ ହେଁ ଜ୍ୟେଷ୍ଠ ପୂର୍ଣ୍ଣିମା ସମୟରେ ଭାରତର ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ଆୟୋଜନ କରାଯିବ। କିନ୍ତୁ ବିଦେଶରେ ଥିବା ବିଭିନ୍ନ ଇସ୍କନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୯ ଦିନ ଭିତରେ ସାରିବାକୁ ନେଇ ସହମତ ହୋଇପାରୁ ନାହୁଁ।”
ଦାସାଙ୍କ ଏଭଳି ଚିଠି ପାଇବା ପରେ ଗଜପତି ମହାରାଜ ଖପ୍ପା ହେବା ସହ ପୁଣି ଥରେ ଚିଠି ଲେଖି କହିଛନ୍ତି ଯେ,
“ଇସ୍କନକୁ ତା’ର ନିଷ୍ପତ୍ତିର ପୁନର୍ବିଚାର କରୁ। ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦେଉ।’
