ରାଜ୍ୟସଭା ଟକ୍କର: ସମସ୍ତ ୪ ଆସନ ପୋଛି ନେବା ଚକ୍କରରେ ବିଜେପି!
1 min read
Oplus_16908288
- ତିନୋଟି ଆସନ ଜିତିବା ନିଶ୍ଚିତ
- ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା
- ସବୁ ଶିବିର ଚଳଚଞ୍ଚଳ, ଛକାପଞ୍ଝା
ଭୁବନେଶ୍ୱର,//TATKAL ODISHA//
ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତିନୋଟି ରାଜ୍ୟସଭା ଆସନ ବିଜେପି ହାତେଇବା ନିଶ୍ଚିତ । କେବଳ ଚତୁର୍ଥ ଆସନ ପାଇଁ ଚାଲିଛି କସରତ। ସମ୍ଭବତଃ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ଗୋଟି ଚାଳନା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି I ଏନେଇ ଶାହ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି I
ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କାହା ମୁଣ୍ଡରେ ସୁନା କଳସ ଢଳାଯିବ ଏବଂ କିଏ ରାଜେନ୍ଦ୍ରାସନରେ ବସିବେ, ସେଥିପାଇଁ ସବୁ ଶିବିରରେ ଆରମ୍ଭହୋଇଯାଇଛି ଅଙ୍କକଷା । ଏଥୁରେ ଶାସକ ବିଜେପି ଦଳ ଆଗରେ ରହିଛି। ବିଜେପି ସଂସଦୀୟ ବୋର୍ଡ଼ ବୈଠକର ଚୂଡ଼ାନ୍ତ ନିଷ୍ପରି ପରେ କୌଣସି ମୁହୂର୍ତ୍ତରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ ।

ଯାହା ଚର୍ଜା ହେଉଛି,
- ତାଲିକାରେ ସର୍ବାଗ୍ରେ ନାଁ ରହିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ I
- ଦ୍ଵିତୀୟରେ ଶଙ୍ଖଛାଡ଼ି ପଦ୍ମଧରିଥିବା ସୁଜିତ୍ କୁମାର
- ତୃତୀୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଅନ୍ୟ ଦୁଇ ଜଣ ଦୌଡ଼ରେ ଅଛନ୍ତି, ସେମାନେ ହେଉଛନ୍ତି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜୟପାଲ ସିଂ ତୋମାର I
ଯଦି ବିଜେଡି ଓ କଂଗ୍ରେସ ଏକ ହେବେ ତାହାଲେ ଚତୁର୍ଥ ଆସନରେ ଜଣେ ସ୍ଵାଧୀନ ପ୍ରାର୍ଥୀ ରାଜ୍ୟସଭା ଯାଇପାରିବେ। ଅନ୍ୟପଟେ, ବିଜେପିକୁ ବିଜେଡି ସମର୍ଥନ କଲେ ବିଜେପି ସବୁ ଆସନକୁ ପୋଛି ନେବ।
ନବୀନଙ୍କ ଉପରେ ସମସ୍ତଙ୍କ ନଜର
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେଉଁ ନିଷ୍ପରି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ନବୀନ ନିବାସରେ ଦଳୀୟ ବିଧାୟକଙ୍କ ସହ ଦୁଇଥର ବୈଠକ କରିସାରିଛନ୍ତି । ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ଇତ୍ୟବସରେ ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ଫର୍ମ ନେଇସାରିଛନ୍ତି। ତେଣୁ ସବୁଥର ଭଳି ଏଥର ବି ନବୀନ ପଟ୍ଟନାୟକ ଯଦି ସରପ୍ରାଇଜ୍ କାର୍ଡ ଖେଳିବେ ତାହାଲେ ଅଙ୍କ ବିଗିଡ଼ିଯିବ।
ବିଜେଡିରୁ ତିନି ଜଣ ରାଜ୍ୟସଭା ଦୌଡ଼ରେ ଅଛନ୍ତି… ସେମାନେ ହେଉଛନ୍ତି..
- ସତୃପ୍ତ ମିଶ୍ର
- ପ୍ରଣବ ଦାସ
- ଦେବୀ ପ୍ରସାଦ ମିଶ୍ର

ଏଭଳି ସ୍ଥିତିରେ କଂଗ୍ରେସ ପାଞ୍ଚ ବୁଦ୍ଧିଜୀବୀଙ୍କ ତା ସୁପାରିଶ କରିଛି। ବିଜେଡି ସମର୍ଥନ କଲେ ଏମାନଙ୍କ ଭିତରେ ଜଣେ ସ୍ଵାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଯାଇପାରିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
କଂଗ୍ରେସ ତାଲିକାରେ ୫ ବୁଦ୍ଧିଜୀବୀ
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ସହ କଥା ହେବାକୁ ହେବା ପରେ ଆମ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହେବ। ଏଥର ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ। ୫ଟି ନାଁକୁ ନେଇ ଆଲୋଚନା ଚାଲିଛି।
ସେମାନେ ହେଉଛନ୍ତି..
- ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ,
- ପ୍ରଫେସର ପ୍ରଭାସ ପଟ୍ଟନାୟକ,
- ଡାକ୍ତର ସୁବ୍ରତ ଆଚାର୍ଯ୍ୟ,
- ଆଇନଜୀବୀ ପିକେ ରାଏ
- ଦତ୍ତେଶ୍ଵର ହୋତା
ସ୍ୱାଧୀନ ଭାବେ ଏମାନଙ୍କ ଭିତରୁ ଜଣେ ବିଜେଡି-କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯାଇପାରିବେ । ଆମେ ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟ ନାୟକଙ୍କୁ ପ୍ରାରମ୍ଭିକ ସୂଚନା ଦେଇଛୁ। ହେଲେ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଆସିନାହିଁ । ଯଦି ବିଜେଡି ହଁ କରେ ତାହାଲେ ରାଜ୍ୟ ଓ ଦେଶ ପାଇଁ ବଡ଼ ଉଦାହରଣ ସୃଷ୍ଟି ହେବ ବୋଲି ଦାସ ପ୍ରକାଶ କରିଛନ୍ତି ।
