tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଜ୍ୟସଭା ଫଳ: ମନମୋହନ, ସୁଜିତ୍‌, ସନ୍ତୃପ୍ତ,ଦିଲ୍ଲୀପଙ୍କ ମୁଣ୍ଡରେ ଶିରିପା

1 min read

Oplus_16908288


ଭୁବନେଶ୍ୱର,/TATKAL ODISHA//
ପ୍ରଥମରୁ ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରିନେଇଛନ୍ତି।


କଡ଼ା ସୁରକ୍ଷା ଭିତରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରୁ ହୋଇଥିଲା ରାଜ୍ୟସଭା ଭୋଟ୍‌। ସେଥିପାଇଁ ଗୃହକୁ ଦିନକ ପାଇଁ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପ୍ରଥମ ଭୋଟ୍ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପ୍ରଥମ ପସନ୍ଦ ଭୋଟ୍ ପ୍ରଥମ ପ୍ରାର୍ଥୀଙ୍କୁ ଯାଇଛି।

ପ୍ରଥମ ପସନ୍ଦକୁ ମିଳିଥିବା ୩୦ରୁ ଅଧିକ ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ସେଇକ୍ରମରେ ରାଜ୍ୟ ବିଜେପି ସଭାପତି ତଥା ଦଳୀୟ ପ୍ରାର୍ଥୀ ମନମୋହନ ସାମଲଙ୍କୁ ପ୍ରଥମ ପସନ୍ଦ ମୋଟ୍ ୩୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ଅନ୍ୟତମ ପ୍ରାର୍ଥୀ ସୁଜିତ୍ କୁମାରଙ୍କୁ ୩୫ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଡ. ସନ୍ତୃପ୍ତ ମିଶ୍ରଙ୍କୁ ୩୧ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୪ ଖଣ୍ଡ ଭୋଟ ମିଳିଛି। ତେବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ ପ୍ରଥମ ପସନ୍ଦ ଭୋଟ୍ ମିଳିଛି। ବସ୍ତୁତଃ ବିଜେପିକୁ ମିଳିଛି ୩ ଆସନ।


ପ୍ରଥମ ପସନ୍ଦକୁ ମିଳିଥିବା ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ବିଜେପି ଏଥିରେ ବେଶି ସଫଳ ହୋଇଛି। ସେହି ଅନୁସାରେ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ୫.୮ ପ୍ରତିଶତ ଭୋଟ୍ ଏଭଳି ୧୧ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି। ସନ୍ତୃପ୍ତ ମିଶ୍ରଙ୍କ ଗୋଟିଏ ଭୋଟ୍ ବଳକା ଥିବାରୁ ତାହା ଦତ୍ତେଶ୍ୱର ହୋତାଙ୍କୁ ଯାଇଛି। ଫଳରେ ଦତ୍ତେଶ୍ୱର ହୋତା ୨୪ ଭୋଟ୍ ପାଇଛନ୍ତି ।


ଗଣମାଧ୍ୟମକୁ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ସଂଖ୍ୟା ଗଣିତ ଖେଳରେ ପଛରେ ପଡ଼ିଯାଇଛି ବିରୋଧୀ ଦଳ। ଶାସକ ବିଜେପି ଟିକିଏ ଆଗୁଆ ଚିନ୍ତା କରି ୩୦ ପରେ ବଳକା ଭୋଟ୍‌କୁ ସୁରକ୍ଷିତ ରଖିବାକୁ ଚିନ୍ତା କରିଥିଲେ। ତେଣୁ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ଭୋଟ୍ ଦେବା ସହ ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟଙ୍କୁ ବାଛିଥିଲୁ। ଅନ୍ୟ ବାଲଟରେ ମଧ୍ୟ ପ୍ରଥମ ପସନ୍ଦରେ ସୁଜିତ୍ କୁମାର, ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟ ଥିଲେ। ପ୍ରଥମ ଓ ଦ୍ୱିତୀୟ ପସନ୍ଦରେ ଗଣନା ପରେ ସ୍ଥିତି ସ୍ପଷ୍ଟ ହୋଇଥିଲା। ତେଣୁ ଆମେ ବିଜୟୀ ହୋଇଥିଲୁ। ମାତ୍ର ବିରୋଧୀ ବିଧାୟକ ୩୦ ଭୋଟ୍ ପରେ ଆଉ ପ୍ରଥମ ପସନ୍ଦ ଚୟନ କରି ଅଡ଼ୁଆରେ ପଡ଼ିଥିଲେ।
ଉଲ୍ଲେ୍‌ଖନୀୟ ଯେ, ଆରମ୍ଭରୁ ଗୃହର ସଂଖ୍ୟା ଗଣିତ ଅନୁସାରେ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ଜିତିବା ପ୍ରାୟ ନିଶ୍ଚିତ ଥିଲା। ହେଲେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ବିଜେଡିର ସମର୍ଥନରେ କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦ୍ୱନ୍ଦ୍ୱ ବଢ଼ିଥିଲା। ଉଭୟଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହେବ ବୋଲି ଜଣାପଡ଼ିଥିଲା। ସେଥିପାଇଁ ବିରୋଧୀ ଦଳ ଭୁତରେ କ୍ରସ୍ ଭୋଟିଂ ଭୟ ଦଳର ମୁଖିଆଙ୍କୁ ଘାରିଥିଲା। ଶେଷରେ ତାହା ହିଁ ହେଲା।

Share

Leave a Reply