tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପଦ୍ମ ଧରିଲେ ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା

1 min read
  • ମଙ୍ଗଳବାର ବିଜେଡିରୁ ଦେଇଥିଲେ ଇସ୍ତଫା


ଭୁବନେଶ୍ୱର,//TATKAL ODISHA//
ଶଙ୍ଖ ଛାଡ଼ିଥିଲେ। ଏବେ ପଦ୍ମ ଧରିଲେ। ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା।


ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି।


ବାଲେଶ୍ୱର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିବା ଏବଂ ଉତ୍ତର ଓଡ଼ିଶାର ରାଜନୀତିରେ ଦବ୍‌ଦବା ଥିବା ରିବିନ୍ଦ୍ର ବାବୁ ଗତ ମଙ୍ଗଳବାର ବିଜେଡିକୁ ବାଏ ବାଏ କରିଥିଲେ। ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ବିଜେପିରେ ସେ ପଦ୍ମ ଧରିଛନ୍ତି। ଆଗକୁ ବଡ଼ ରାଜନୈତିକ ହଟଚମଟ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟସଭା ନିର୍ବାଚନରେ ରବୀନ୍ଦ୍ରଙ୍କ ପତ୍ନୀ ସୁଭାଷିନୀଙ୍କ ଭୋଟ କୁଆଡ଼େ ଯିବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା।

“ଆଞ୍ଚଳିକ ଦଳରେ ରାଜନୈତିକ ଉତ୍ତରାଧିକାରୀ ଯୋଜନା ନଥିଲେ ଦଳ ବୁଡ଼େ”: ରବୀନ୍ଦ୍ର

 ଭଲ କଲା। ମାତ୍ର ପଞ୍ଜାବରେ ଅକାଳୀ ଦଳ, ତାମିଲନାଡୁରେ ଏଆଇଏଡିଏମ୍‌କେ ଉତ୍ତରାଧିକାରୀ ବାଛି ନପାରିବାରୁ ତଳକୁ ଗଲା। ଏ ବିଷୟରେ ମୁଁ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର କହିଛି। ହେଲେ ତାହାକୁ କେବେ ଗୁରୁତ୍ୱ ଦିଆଯାଇନାହିଁ।


୨୦୧୪ ନିର୍ବାଚନରେ ରବିନ୍ଦ୍ର ବାଲେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହେଁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ହେଲେ ୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆଣି ପ୍ରାର୍ଥୀ କରିଥିଲା। ସେ ବି ପରାଜିତ ହୋଇଥିଲେ। ମାତ୍ର ରିବନ୍ଦ୍ରଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା ଦଳ।
ସବୁ ଠିକ୍ ଠାକ୍ ଥିଲା।
ହେଲେ ବିଜେଡିକୁ ଏତେ ଭଳ ପାଉଥିବା ରବିନ୍ଦ୍ର ହଠାତ୍ କାହିଁକି ଛାଡ଼ିଲେ ଦଳ? ସେ ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିଲେ କି? ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ହଟ୍‌ଚମଟ୍‌।
ଉତ୍ତର ବି ପରୋକ୍ଷରେ ସେ ଦେଇଛନ୍ତି।

ରବିନ୍ଦ୍ର କହିଛନ୍ତି ଯେ, ଆଞ୍ଚଳିକ ଦଳରେ ରାଜନୈତିକ ଉତ୍ତରାଧିକାରୀ ଯୋଜନା ନଥିଲେ ଦଳ ବୁଡ଼େ। ଉତ୍ତର ପ୍ରଦେଶରେ କାଂଶୀରାମ ମାୟାବତୀଙ୍କୁ ବାଛିଲେ, ତାମିଲନାଡୁରେ କରୁଣାନିଧି ଷ୍ଟାଲିନଙ୍କୁ ବାଛିଲେ, ଦଳ ଭଲ କଲା। ମାତ୍ର ପଞ୍ଜାବରେ ଅକାଳୀ ଦଳ, ତାମିଲନାଡୁରେ ଏଆଇଏଡିଏମ୍‌କେ ଉତ୍ତରାଧିକାରୀ ବାଛି ନପାରିବାରୁ ତଳକୁ ଗଲା। ଏ ବିଷୟରେ ମୁଁ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର କହିଛି। ହେଲେ ତାହାକୁ କେବେ ଗୁରୁତ୍ୱ ଦିଆଯାଇନାହିଁ।

Share

Leave a Reply