tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନଭେମ୍ବର ୧୪ରୁ ରାଜଧାନୀ ପୁସ୍ତକ ମେଳା

1 min read

  • ଶହୀଦ ନଗର ଦୂର୍ଗାପୂଜା ପଡ଼ିଆରେ ହେବ
  • ୨୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ମେଳା ବସିବ

ଭୁବନେଶ୍ୱର//TATKAL ODISHA//

ଦୀର୍ଘ ୨୫ ବର୍ଷ ଧରି ଭୁବନେଶ୍ବରରେ ଆୟୋଜିତ ହୋଇଆସୁଥିବା ଓଡ଼ିଶାର ସବୁଠୁ ବଡ଼ ବହିମେଳା ‘ରାଜଧାନୀ ପୁସ୍ତକ ମେଳା’ ଆସନ୍ତା ୧୪ ନଭେମ୍ବର ୨୦୨୫ରୁ ୨୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି ।

 ସ୍ଥାନୀୟ ଶହୀଦ ନଗର ଦୂର୍ଗାପୂଜା ପଡ଼ିଆରେ ଭାରତବର୍ଷର ବହୁ ବଡ଼ ବଡ଼ ପୁସ୍ତକ ପ୍ରକାଶକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I

“ମୋବାଇଲ ଛାଡ଼ିବା, ବ‌ହି କିଣି ପଢ଼ିବା, ବହି ପଢ଼ି ଜୀବନକୁ ନୂଆ କରି ଗଢ଼ିବା”

 ପ୍ରତ୍ୟହ ଅପରାହ୍ଣ ୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ମେଳା ଖୋଲା ରହିବ l

 ସପରିବାର ଏହି ପୁସ୍ତକ ମେଳା ପରିଦର୍ଶନ କରିବାକୁ ରାଜଧାନୀ ପୁସ୍ତକମେଳା କମିଟି ଏବଂ ଏକାମ୍ର ପୁସ୍ତକ ମହୋତ୍ସବ କମିଟି ବିନମ୍ର ନିବେଦନ କରିଛନ୍ତି l

Share

Leave a Reply