tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପୁଣି ବାଜି ମାରିଲେ ତ୍ରିବିକ୍ରମ ପ୍ରଧାନ, ସମ୍ବଲପୁର ପ୍ରେସ କ୍ଲବ ସଭାପତି

1 min read
  • ମ୍ବଲପୁର ପ୍ରେସ୍ କ୍ଲବ ନିର୍ବାଚନ
  • ତ୍ରିବିକ୍ରମ୍ ସଭାପତି, ଭବାନୀ ସାଧାରଣ ସମ୍ପାଦକ
  • ସମ୍ବଲପୁର,//TATKAL ODISHA //

ଆନେକ ବାଦ ବିବାଦ ପରେ ଦିର୍ଘ ୮ ବର୍ଷର ବ୍ୟବଧାନରେ ସମ୍ବଲପୁର ପ୍ରେସ୍ କ୍ଲବର ନିର୍ବାଚନ ଶେଷ ହୋଇଛି । ଏଥିରେ ସଭାପତି ଭାବେ ତ୍ରିବିକ୍ରମ୍ ପ୍ରଧାନ ଓ ସାଧାରଣ ସମ୍ପାଦକ ଭାବେ ଭବାନୀ ଶଙ୍କର ଭୋଇ ନିର୍ବାଚିତ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଦୁଇ ଉପସଭାପତି ଭାବେ ଯଥାକ୍ରମେ ନରେଶ ସେଠ୍ ଓ ବିରାଜ କୁମାର ମିଶ୍ର, ଦୁଇ ଯୁଗ୍ମ ସମ୍ପାଦକ ଭାବେ ଅମଳେନ୍ଦୁ ନାୟକ ଓ ଅନୀଲ ଶ୍ରୀରାମକା ନିର୍ବାଚିତ ହୋଇଛନ୍ତି । ତେବେ ଦେବେନ୍ଦ୍ର ମିଶ୍ର ଓ ଜଶବିର ସିଂ ନିଦ୍ଦ୍ୱର୍ନ୍ଦରେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ଅପରପକ୍ଷରେ କୋଷାଧ୍ୟକ୍ଷ ପଦବୀ ପାଇଁ ଦୁଇ ପ୍ରାର୍ଥୀ ବ୍ୟମୋକେଶ ପଣ୍ଡା ଓ ସୁବ୍ରତ ମିଶ୍ରଙ୍କ ମଧ୍ୟରେ ଟାଇ ହୋଇଥିଲା ।

ଉଭୟେ ୩୬ଟି ଲେଖାଏଁ ଭୋଟ୍ ପାଇଥିଲେ । ପରେ ବ୍ୟମୋକେଶ ପଣ୍ଡା ଓହରି ଯିବାରୁ ସୁର୍ବତ ନୂତନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରେସ୍ କ୍ଲବ୍ ନୂଆ ପୁରୁଣା ମିଶି ମୋଟ ୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ୭୩ ଜଣ ସଦସ୍ୟ ଭୋଟ ଦେଇଥିଲେ । ସେଥିମଧ୍ୟରୁ ଗୋଟିଏ ନାକଚ ହୋଇଥିଲା । ଏଥିରେ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଅମଳେନ୍ଦୁ ନାୟକ ୬୧ଟି ଭୋଟ୍ ପାଇ ନିର୍ବାଚନ ଚାମ୍ପିୟନ ହୋଇଛନ୍ତି ।

ନିର୍ବାଚନକୁ ସମ୍ବଲପୁର ଓକିଲ ସଂଘର ସଦସ୍ୟ ଅଶୋକ କୁମାର ସେନାପତି, ସୁନୀଲ କୁମାର ମିଶ୍ର, ବୈସମ୍ପାୟନ ଆଚାର୍ଯ୍ୟ ଓ ଦିପ୍ତିକାନ୍ତ ଠାକୁର ପ୍ରମୁଖ ନିର୍ବାଚନ ଅଧିକାରୀ ନିର୍ବାଚନକୁ ପରିଚାଳନା କରିଥିବା ବେଳେ ପ୍ରେସ୍କ୍ଲବର ବରିଷ୍ଟ ସଦସ୍ୟ ବିରେନ୍ଦ୍ର ପାଣିଗ୍ରାହୀ ସହଯୋଗ କରିଥିଲେ ।

Share

Leave a Reply