ପୁନରୁଦ୍ଧାର: ପ୍ରାଚୀ ନଦୀକୁ ୩୦୦ କୋଟି, ଦୟା ନଦୀକୁ ୧୭୦ କୋଟି
1 min read
Oplus_16908288
- ଦୟା ପଶ୍ଚିମ କେନାଲ ପାଇଁ ୪୦୦ କୋଟି ମଞ୍ଜୁର
ଭୁବନେଶ୍ୱର,//TATKAL ODISHA//
ଓଡ଼ିଶା ସରକାର ଲ୍ଳମ୍ବରେ ହେଉ ପଛକେ ଭଲ ନିଷ୍ପତ୍ତି ନେଇଛନ୍ତି। ଖୁବ୍ଶୀଘ୍ର ଭୁବନେଶ୍ୱରର ପାଶ୍ୱବର୍ତ୍ତୀ ନଦୀଗୁଡ଼ିକର କରିବେ ପୁନରୁଦ୍ଧାର। ତେବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ତାହା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
“ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀର ଉଦ୍ଧାର ପାଇଁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପ୍ରାଚୀ ପରିକ୍ରମା ସଫଳ ହୋଇଛି I ଖୁବଶୀଘ୍ର ପୁନଃରୁଦ୍ଧାର I”

କେଉଁ ନଦୀକୁ କେତେ କୋଟି?

- ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା।
- – ଭୁବନେଶ୍ୱର-ଜୟଦେବ ଅଞ୍ଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୭୫ କୋଟି ଟଙ୍କା।
- – ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦ କୋଟି ଟଙ୍କା ମଞ୍ଜୁରୀ।
- – ଦୟା ପଶ୍ଚିମ କେନାଲ ପୁନଃରୁଦ୍ଧାର ଓ ଉନ୍ନତିକରଣ କରିବା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି।
- ଖୁବ୍ଶୀଘ୍ର ଏଇ ସବୁ କାମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
