tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ

1 min read

ଭୁବନେଶ୍ୱର //TATKAL ODISHA//

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ମନୋନୀତ ହୋଇଛନ୍ତି l ଏହି ମର୍ମରେ ବୁଧବାର ଦିନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣା ଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଳ

ବିଜ୍ଞପ୍ତିରେ 6 ଜଣ ସମ୍ପାଦକ ଓ 7 ଜଣ କର୍ମଜୀବୀ ସାମ୍ବାଦିକଙ୍କ ନାମ ପ୍ରକାଶ ପାଇଛି l

ଶ୍ରୀ ମହାନ୍ତି ଉଭୟ ଖବର କାଗଜ ଓ ଇଲେକ୍ଟ୍ରୋନିକ୍ସ ମେଡିଆରେ ଦୀର୍ଘ ଦିନ ଧରି କାର୍ଯ୍ୟକ୍ରମ କରିଛନ୍ତି l ଜଣେ ରାଜନୈତିକ ସମୀକ୍ଷକ ଭାବେ ସେ ବେଶ ଜଣା ଶୁଣା l

ଓଡିଶା ସାମ୍ବାଦିକ ୟୁନିଅନର ସଭାପତି ଦାୟିତ୍ୱରେ ଥିବା ଶ୍ରୀ ମହାନ୍ତି ପୂର୍ବରୁ ଦୁଇ ଥର ନ୍ୟାସନାଲ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (India) ର ଜାତୀୟ ମହାସଚିବ ଥିଲେ l ପୂର୍ବ କାର୍ଯ୍ୟକାଳ ସମୟରେ ସେ ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ନେଇ ଅନେକ ପ୍ରସଙ୍ଗ କାଉନସିଲ ରେ ଉଠାଇ ଥିଲେ l

Share

Leave a Reply