ଭାରତୀୟ କମ୍ପାନି ରୁଷ୍ ତେଲ କ୍ରୟରୁ ଦୂରେଇଲେ
1 min read
- ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକୀୟ ଦେଶରୁ ଅଧିକ ତେଲ କିଣିବା ଆରମ୍ଭ
ନୂଆଦିଲ୍ଲୀ, //TATKAL ODISHA//
ରୁଷ୍ ତେଲ କ୍ରୟରୁ ଦୂରେଇ ଯାଇଛି ଭାରତୀୟ ତୈଳ କମ୍ପାନି I କମ୍ପାନିଗୁଡ଼ିକ ରୁଷ୍ ପରିବର୍ତ୍ତେ ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅଧିକ ତେଲ କିଣିବା ଆରମ୍ଭ କରିଛନ୍ତି ।
ଭାରତରେ ଘରୋଇ କମ୍ପାନି ନାୟରା ମୁଖ୍ୟତଃ ରୁଷ୍ ତେଲ ଉପରେ ନିର୍ଭର କରିଥାଏ। ଏହି କମ୍ପାନି ରୁଷୀୟ କମ୍ପାନି ରୋଜନେଙ୍କର
ପାଖାପାଖି ୫୦% ଅଂଶଧନ ରହିଛି | ଦୈନିକ ୪ ଲକ୍ଷ ବ୍ୟାରେଲ୍ ତେଲ ନାୟରା ବିଶୋଧନ କରିବା ସହିତ ଦେଶବ୍ୟାପୀ ବିକ୍ରି କରିଥାଏ।
ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ଅର୍ଥାତ ୨୦୨୨ରେ ମସ୍କୋ ଠାରୁ ରିହାତି ମୂଲ୍ୟରେ ଅଧିକ ତେଲ ଆମଦାନି କରି ଆସୁଥିଲା। ଏଥିପାଇଁ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ସମାଲୋଚନା କରି ଆସୁଥିଲେ |
ଭାରତ ରୁଷ୍ ଠାରୁ ତେଲ କିଣି ପରୋକ୍ଷରେ ଯୁଦ୍ଧକୁ ପାଣ୍ଠି ଯୋଗାଉଛି ବୋଲି ଆମେରିକା ଅଭିଯୋଗ କରି ଆସୁଥିଲା। ଏହି କାରଣରୁ ଗତବର୍ଷ ଅଗଷ୍ଟରେ ଟ୍ରମ୍ପ ଭାରତ ଉପରେ ଜରିମାନା ଆକାରରେ ୨୫% ଶୁଳ୍କ ଲଗାଇଥିଲେ |
ଟ୍ରମ୍ପ ମଧ୍ୟ ରୁଷ୍ନୁରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କକୁ ହଟାଇ ଦେଇଛନ୍ତି।
