କାହିଁକି ଓଇଆରସି ଛାଡ଼ିଲେ ଜେନା? କାହା ଚାପରେ ଚେପା??
1 min read
- ଇସ୍ତଫା ନା’ ଆଉକିଛି!!
ଭୁବନେଶ୍ୱର //TATKAL ODISHA//
// INVESTIGATION//
ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଵା ଓଇଆରସି ଅଧ୍ୟକ୍ଷ ପଦ ହଠାତ କାହିଁକି ଛାଡ଼ିଲେ ପ୍ରଦୀପ କୁମାର ଜେନା? ସେ ସ୍ୱ-ଇଛାରେ ଇସ୍ତଫା ଦେଲେ ନା’ କାହା ଚାପରେ ଚାପି ହୋଇଗଲେ??
ଏଭଳି ଅସମାହିତ ପ୍ରଶ୍ନ ଭିତରେ ରାଜ୍ୟର ଅଧିକାଂଶ ପ୍ରଶାସନିକ ଅଧିକାରୀ ଓ ସାଧାରଣ ଲୋକ ଏବେ ଛନ୍ଦି ହୋଇ ଯାଇଛନ୍ତି I ହେଲେ ପ୍ରକୃତ କାରଣ ଖୋଜି ବାହାର କରି ପାରୁନାହାନ୍ତି I
ଯଦିଓ ଜେନା ବାବୁ ଇସ୍ତଫାର କାରଣ ‘ବ୍ୟକ୍ତିଗତ’ ବୋଲି ଦର୍ଶାଇଛନ୍ତି, ହେଲେ ତାହା ଭିନ୍ନ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି I
TATKAL ODISHA ପକ୍ଷରୁ ସେଥିପାଇଁ ଅନୁସନ୍ଧାନ କରାଯାଇଛି I କିଛିଟା ତଥ୍ୟ ଆମର ହସ୍ତଗତ ହୋଇଛି I
ଜେନା ବାବୁ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ପରେ କେଉଁ ପଦ ହାତେଇବେ ସେନେଇ ପ୍ରବଳ ‘ଲବି’ ଆରମ୍ଭ କରିଥିଲେ ବୋଲି ଶୁଣାଯାଏ I ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଅସଫଳ ହୋଇଥିଲେ ହେଁ ପରେ ସଫଳତା ପାଇଥିଲେ I ସେ ଏକାଥରେ ଦୁଇଟି ବଡ଼ ପଦବୀ ହାତେଇଥିଲେ I ତାହା ହେଉଛି… ୧. ଓଇଆରସିର ଅଧ୍ୟକ୍ଷ ପଦବୀ
୨. ଭୁବନେଶ୍ୱର କ୍ଲବ ସଭାପତି ପଦ

ବିବାଦର ସୂତ୍ରପାତ
- ଭୁବନେଶ୍ୱର କ୍ଲବ ନିଜ କବଜାକୁ ଆସିବା ପରେ ଆରମ୍ଭ ହୋଇଥିଲା ଅସଲ ବିବାଦ I ଜେନାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ‘ଅଫିସ ଅଫ ପ୍ରଫିଟ’ର ଖୋଲା ଉଲ୍ଲଘଂନ ହୋଇଥିବା ଦର୍ଶାଇ ବିଭିନ୍ନ ମହଲରେ ଚ୍ୟାଲେଞ୍ଜ କରିଥିଲେ I ଜେନାଙ୍କର ଏଥିରେ ସେ ସିଧାସଳଖ କିଛି କ୍ଷତି କରି ପାରି ନଥିଲେ, ମାତ୍ର ସର୍ବ ସମ୍ମୁଖରେ ବଦନାମ କରିବାରେ ସହାୟକ ହୋଇଥିଲେ I କେବଳ ପଦବୀ ପାଇଁ ଯେ’ ଜେନା ବ୍ୟସ୍ତ ତାହା ତାଙ୍କ ପ୍ରତିଦ୍ବନ୍ଦୀ ପ୍ରମାଣ କରିଦେଇଥିଲେ I
- ଓଇଆରସିରେ ଯୋଗଦେବା ପରେ ଜେନା ବାବୁ ଶାନ୍ତିରେ କାମ କରିପାରି ନ ଥିଲେ I ଏଠି ବି ବିଭିନ୍ନ ବିବାଦରେ ସେ ଛନ୍ଦି ହୋଇ ଯାଇଥିବା କୁହାଯାଉଛି I ତାଙ୍କର କୁଆଡେ ଓଇଆରସିର ସଭ୍ୟ, ଅଧିକାରୀ, ଉପଭୋକ୍ତା ସଂଘ ଓ ଶକ୍ତି ଯୋଗାଉଥିବା ସଂସ୍ଥା ସହ ଭଲ ପଡ଼ୁ ନଥିଲା I ସେଇ କାରଣରୁ ସେ ହାତଖୋଲା କାମ କରିପାରୁ ନ ଥିଲେ I

ରାଜ୍ୟରେ ଅଘୋଷିତ ବିଦ୍ୟୁତକାଟ ନେଇ ବ୍ୟାକଫୁଟରେ ଥିବା ଶକ୍ତି ବିଭାଗକୁ ସେତେଟା ସହଯୋଗ କରୁ ନ ଥିଲେ ଜେନା? ଏଥିରେ ବିଭାଗୀୟ ମନ୍ତ୍ରୀ ବିଷଣ କ୍ଷୁବ୍ଧ ଥିଲେ I ଏହା ମଧ୍ୟ ତାଙ୍କ ବିଦା ହେବାର ଆଉ ଏକ ବଡ଼ କାରଣ ବୋଲି ବିଦ୍ୟୁତ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି I
ସବୁ କାମ ଅଧା
ପ୍ରଦୀପ କୁମାର ଜେନା ଓଇଆରସିକୁ ଆସିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ I ହେଲେ ତାଙ୍କ ଇସ୍ତଫା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହି ଅସଫଳତାର ମୂଳ କାରଣ ହେଉଛି ସରକାର ସହ ଅନ୍ୟ ସହଯୋଗୀ ସଂସ୍ଥାନର ସହଯୋଗ ଵା ବିଶ୍ୱାସକୁ ନ ନେବା..
ଗୋଟିଏ ବର୍ଷର କାର୍ଯ୍ୟକାଳ ଭିତରେ ଜେନା ବାବୁ କଣ ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରି ଅସଫଳ ହୋଇଥିଲେ ଦେଖନ୍ତୁ…
- 1. ବିଦ୍ୟୁତ୍ ଯୋଗାଣର ନିମ୍ନମାନ ପାଇଁ TP DISCOM ଗୁଡିକ ବିରୁଦ୍ଧରେ ସୁଓ-ମୋଟୁ କାର୍ଯ୍ୟାନୁଷ୍ଠାନ।
- 2. TP DISCOM ଗୁଡିକ ପାଇଁ କାର୍ଯ୍ୟସମ୍ପାଦନ ମାନକ ନିୟମାବଳୀ, 2025;
- 3. TP DISCOM ଗୁଡିକ ପାଇଁ ଯୋଗାଣ ସଂହିତା, 2025;
- 4. OPTCL ପାଇଁ ଗ୍ରୀଡ୍ ସପୋର୍ଟ ଚାର୍ଜ ନିୟମାବଳୀ, 2026;
- 5. ପୁଞ୍ଜି ବ୍ୟୟ (CAPEX) ନିୟମାବଳୀ, 2026;
- 6. GRF ଓ ଲୋକପାଳ ନିୟମାବଳୀ, 2026;
- 7. OPTCL ପାଇଁ ପାରେଷଣ ଶୁଳ୍କ ନିୟମାବଳୀ, 2026;
- 8. ନବୀକରଣୀୟ ଶକ୍ତି ନିୟମାବଳୀ, 2026;
- 9. OPGC ପାଇଁ କୋଇଲାର ଇନପୁଟ୍ ମୂଲ୍ୟ ନିର୍ଦ୍ଧାରଣ;
- 10. TP DISCOM ଗୁଡିକର CAG ଅଡିଟ୍;
- 11. 2026-27 ଆର୍ଥିକ ବର୍ଷ ପାଇଁ ଶୁଳ୍କ ଆଦେଶରେ OERC ଦ୍ୱାରା TP DISCOM, GRIDCO, OPTCL, SLDC, OHPC ଓ OPGC କୁ ଦିଆଯାଇଥିବା ନିର୍ଦେଶଗୁଡିକର ସମୀକ୍ଷା ହୋଇପାରିନଥିଲା।
- 12. ସେହିପରି, ଶ୍ରୀ ଜେନାଙ୍କ ଦ୍ୱାରା ଓଡିଶା ସରକାରଙ୍କୁ ବିଭିନ୍ନ ବିଷୟରେ ଦିଆଯାଇଥିବା ପରାମର୍ଶଗୁଡିକର ମଧ୍ୟ ସମୀକ୍ଷା ହୋଇପାରିନଥିଲା।
ଯାହା ଜଣାପଡିଛି, ଜେନା ବାବୁ ତାଙ୍କର ଭୁବନେଶ୍ୱର କ୍ଲବ ସଭାପତି ପଦ କାର୍ଯ୍ୟ ଜାରି ରଖିବେ I ସେଠି କେଉଁ ନୂଆ ବିବାଦ ସୃଷ୍ଟି ହେଉଛି ତାହା ଦେଖିବା କଥା… (କ୍ରମଶଃ)
