ଫେକ୍ ନ୍ୟୁଜ୍ ବିରୋଧରେ ହେବ ବ୍ୟାପକ ଅଭିଯାନ
1 min read
- ରାଞ୍ଚିରେ ଏନ୍ ୟୁ ଜେ ଜାତୀୟ ସମ୍ମିଳନୀ
ରାଞ୍ଚି //TATKAL ODISHA //
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଅନୁଷ୍ଠିତ ଜାତୀୟ ସାମ୍ବାଦିକ ୟୁନିଅନ୍, ଏନ ୟୁ ଜେ (ଆଇ ) ର କର୍ମକର୍ତ୍ତା ଓ ବରିଷ୍ଠ ପଦାଧିକାରୀଙ୍କ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି।
ଦେଶରେ ଫେକ୍ ନ୍ୟୁଜକୁ ନେଇ ଦେଖାଦେଇଥିବା ଅଭାବନୀୟ ପରିସ୍ଥିତିକୁ ନେଇ ଏଥିରେ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା।ପତ୍ରକାରିତା ପ୍ରତି ଏହା ଏକ ବିରାଟ ଆହ୍ବାନ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା।ଏହା ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ନିର୍ବାଚନ ଠାରୁ ଆରମ୍ଭ କରି ସମ୍ବିଧାନ ସଂଶୋଧନ ପର୍ଯ୍ୟନ୍ତ ଅନେକ ଗୁରୁତତ୍ୱପୂର୍ଣ ପ୍ରସଙ୍ଗରେ ବ୍ୟାପକ ତର୍ଜମା କରା ଯାଇ ନିଷ୍ପତି ଗ୍ରହଣ କରାଯାଇଛି।ଆଗାମୀ କାର୍ଯ୍ୟକାରୀ ବୈଠକରେ ସମସ୍ତ ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ଅନୁମୋଦିତ କରାଯିବ। ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ବର୍ତ୍ତମାନ ର କମିଟିର କାର୍ଯ୍ୟକାଳ କୁ ଆଉ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ତା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ସମାପ୍ତ କରାଯିବ। ସହମତି ଭିତ୍ତିରେ ନୂତନ କର୍ମକର୍ତ୍ତା ବାବଦରେ ନିଷ୍ପତ୍ତି ନିଆଯିବ।
ଆଲୋଚନାରେ ଭାଗ ନେଇ ଓୟୁଜେ ସଭାପତି , ଏନ୍ ୟୁ ଜେ (ଆଇ) ର ପୂର୍ବତନ ମହାସଚିବ ପ୍ରସନ୍ନ ମହାନ୍ତି ସଙ୍ଗଠନର ମହାନ୍ ପରମ୍ପରା କୁ ସମ୍ମାନ ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହ ତରବରିଆ ଭାବେ ସମ୍ବିଧାନ ସଂଶୋଧନ ନକରି ପ୍ରଥମେ ନିର୍ବାଚନ ଓ ପରେ ସମ୍ବିଧାନ ସଂଶୋଧନ କରିବାକୁ ମତ ରଖିଥିଲେ। ଏବାବଦ ରେ ସମସ୍ତ ପଦ୍ଧତିକୁ ସଠିକ୍ ରୂପେ ପ୍ରତିପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏନ୍ ୟୁ ଜେ ( ଆଇ) ଅଧ୍ୟକ୍ଷ ରାସ ବିହାରୀ ଆଇନଗତ ଲଢ଼ାଇ ଓ ସାଂଗଠନିକ ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଏନ୍ ୟୁ ଜେ (ଆଇ) ଭଳି ସମ୍ମାନ ଜନକ ସଂଗଠନ ର ନାମକୁ ଅପବ୍ୟବହାର କରି ଯେଉଁ କେତେକ ମୁଷ୍ଟିମେୟ ଅବାଞ୍ଛିତ ବ୍ୟକ୍ତି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଅଦାଲତି ମୁକାବିଲାକୁ ଆହୁରି ତ୍ଵରାନିତ କରା ଯିବ ।ବିଭିନ୍ନ ରାଜ୍ୟରେ ଯେଉଁମାନେ ଅନଧିକୃତ ଭାବେ ଏନ୍ ୟୁ ଜେ (ଆଇ)ର ସେମାନଙ୍କୁ ମଧ୍ୟ ମାମଲାର ପରିସରଭୁକ୍ତ କରାଯିବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି।
ମହାସଚିବ ପ୍ରଦୀ ପ ତିୱାରୀ ସାଂଗଠନିକ ବିଷୟରେ ସୂଚନା ଦେଇଥିଲେ। ବୈଠକରେ,ଝାଡ଼ଖଣ୍ଡ,ଉତ୍ତର ପ୍ରଦେଶ,ଦିଲ୍ଲୀ,ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ,ରାଜସ୍ଥାନ, ଓଡ଼ିଶା,ହରିୟାଣା,ଆସାମ,ପଶ୍ଚିମ ବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟରୁ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଭାଗ ନେଇ ଥିଲେ।ଓଡ଼ିଶାରୁ ଶ୍ରୀ ମହାନ୍ତିଙ୍କ ସହ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ସାମନ୍ତରାୟ ମଧ୍ୟ ଯୋଗ ଦେଇଥିଲେ।ଦ୍ଵିତୀୟ ଦିବସରେ ଝାଡ଼ଖଣ୍ଡ ଶାଖାର ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
