ନୂଆପଡ଼ା ଉପନିର୍ବାଚନ : କଂଗ୍ରେସ କେବଳ ଆଦିବାସୀ ପ୍ରାର୍ଥୀଙ୍କୁ ଦେଇଛି ଗୁରୁତ୍ୱ
1 min read
ବିଜେପି, ବିଜେଡି ପ୍ରାର୍ଥୀ ନ ଦେଇ 40% ଆଦିବାସୀ ଭୋଟ ନେବେ କିପରୀ?: ଜଗନ୍ନାଥ ପଟ୍ଟନାୟକ
- ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା କଂଗ୍ରେସର ମୁଦ୍ଦା
- ଭୁବନେଶ୍ୱର, ନୂଆପଡା //TATKAL ODISHA//
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ଆଦିବାସୀ ଏବଂ ନିର୍ବିବାଦୀୟ ସର୍ବମାନ୍ୟ ନେତା । ୪ ଥର ନିର୍ବାଚନ ଲଢ଼ି ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଗତ ନିର୍ବାଚନରେ ୫୧ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ । ଜିଲ୍ଲାରେ ମୋଟ ୪୦% ଆଦିବାସୀ ଥିବାବେଳେ ବିଜେଡି ବିଜେପି ଆଦିବାସୀ ଜଣଙ୍କୁ ପ୍ରାର୍ଥୀ କରି ପାରିଲା ନାହିଁ । କିନ୍ତୁ କଂଗ୍ରେସ ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବଦ୍ଧପରିକର । ଆମେ ଆଦିବାସୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଟିକେଟ ଦେଇଛୁ । ନିଶ୍ଚିତ ଭାବେ ବିଜୟ ଲାଭ କରିବୁ I
ସୋମବାର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂଆପଡା ଉପନିର୍ବାଚନ ଉପରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନାରୀ, ଶ୍ରମିକ, ଆଦିବାସୀ ଦଳିତ, ବେକାରୀ ଓ କୃଷକଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ବିକାଶ ହେଉଛି କଂଗ୍ରେସର ମୁଦ୍ଦା । ବିଜେପି ବିଜେଡିଙ୍କ ପାଖରେ କୌଣସି ମୁଦ୍ଦା ନାହିଁ କେବଳ ଗୋଟିଏ ଲକ୍ଷ କଂଗ୍ରେସକୁ ପରାଜିତ କରିବା । ୩୦୦ ୟୁନିଟ ବିଜୁଳି ଛାଡ଼, ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା ନାମରେ ବିଜେପି ପ୍ରତାରଣା କରିଛି ତେଣୁ ଭୋଟରଙ୍କ ପାଖକୁ କଣ ମୁଦ୍ଦା ନେଇ ଯିବେ ? କୌଣସି ମୁଦ୍ଦା ନାହିଁ ସମସ୍ତ ରଣ କୌଶଳ କଂଗ୍ରେସ ଆଗରେ କାମ ଦେଉ ନ ଥିବାରୁ ଏକ ନୂତନ ନକାରାତ୍ମକ ପନ୍ଥା ଆପଣାଇଛନ୍ତି । ପରୋକ୍ଷରେ ଆମ ସଭାପତି ଭକ୍ତ ଦାସଙ୍କ ବିରୁଦ୍ଧରେ ବିନା ତଥ୍ୟ ପ୍ରମାଣ ଆଧାରରେ କୁତ୍ସାରଟନା ଆରମ୍ଭ କରି ନୂଆପଡା ନିର୍ବାଚନକୁ ପ୍ରଭାବିତ କରିବା ଅପଚେଷ୍ଟା କରୁଛନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ୧୯୬୬ ମସିହା ବେଳକୁ ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଥିଲା । ସେଠାକୁ ଇନ୍ଦିରା ଗାନ୍ଧୀଙ୍କ ସମେତ ସମସ୍ତ ଦଳର ନେତା, ସମାଜସେବୀ, ବିଦେଶୀ ସାମ୍ବାଦିକ ପରିଦର୍ଶନ କରୁଥିଲେ। ଆମେ ସେତେବେଳେ ରିଲିଫ କାମରେ ଯୋଗ ଦେଇଥିଲୁ । ମୁଁ ୧୯୭୪ ଏବଂ ୧୯୯୭ ରେ ନୂଆପଡାର ନିର୍ବାଚିତ ପ୍ରତିନିଧି ଥିଲି । କଂଗ୍ରେସ ଶାସନ କାଳରେ ଏ ଏନ ଖୋସଲା ରାଜ୍ୟପାଳ ଥାଆନ୍ତି । ସେ ଜଣେ ସ୍ୱନାମଧନ୍ୟ ଇଞ୍ଜିନିଅର ମଧ୍ୟ । ଇନ୍ଦିରା ଗାନ୍ଧୀ ତାଙ୍କ ସହ ଆଲୋଚନା କଲେ । ତାପରେ ଆରମ୍ଭ ହେଲା ନୂଆପଡା କଳାହାଣ୍ଡିର ବିକାଶ ଯାତ୍ରା । କଳାହାଣ୍ଡି, ବଲାଙ୍ଗୀର କୋରାପୁଟକୁ କେବିକେ ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ଆରମ୍ଭ, ଇନ୍ଦ୍ରାବତୀ ଓ ପତୋରା ଭଳି ବୃହତ ଜଳସେଚନ ଭିତ୍ତିକ ଡ୍ୟାମ । ଆଜି ମରୁଡି ଅଞ୍ଚଳ ଶସ୍ୟ ଶ୍ୟାମଳା ହୋଇଛି । କେବଳ ପତୋରା ଡ୍ୟାମ ୬୦ ହଜାର ଏକର ଜମି ଜଳସେଚିତ କରୁଛି । ଏସବୁ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇଛି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳୀ ଓ ରାସ୍ତାଘାଟକୁ ପ୍ରାଧାନ୍ୟ ଦିଆଯାଇ ଅନେକ ବିକାଶମୂଳକ କାମ କରାଯାଇଛି । ଆମେ ବିରୋଧୀ ବିଜେଡି ବିଜେପିଙ୍କୁ ଆହ୍ୱାନ କରୁଛୁ ଏକ ମୁହାଁମୁହିଁ ଆଲୋଚନା ପାଇଁ । କଂଗ୍ରେସ ସରକାର ସମୟରେ କଣ ବିକାଶ ହୋଇଥିଲା ଏବଂ ଗତ ୨୫ ବର୍ଷର ବିଜେଡି ବିଜେପି ଓ ଡବଲ ଇଞ୍ଜିନ ଶାସନରେ କଣ ବିକାଶ କରିଛନ୍ତି । ସାଧାରଣ ଜନତା ନିର୍ଣ୍ଣୟ କରିବେ କାହା ସମୟରେ ପ୍ରକୃତ ବିକାଶ ହୋଇଥିଲା । କଂଗ୍ରେସର ବିଜୟ ହେବ କୌଣସି ଚୋରୀ କିମ୍ବା ଅପପ୍ରଚାର କାମ ଦେଵନାହିଁ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।
