ରାଜ୍ୟରେ ଚାଲିଛି ତ ଆଇନର ଶାସନ? ନବୀନଙ୍କ ପ୍ରଶ୍ନ
1 min read
ଭୁବନେଶ୍ୱର,//TATKAL ODISHA//
ଆଉ କେତେ ଝଡ଼ିବ ନିରୀହ ଜୀବନ? ନାବାଳିକାଙ୍କଠୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ନୁହେଁ ସୁରକ୍ଷିତ। ରାଜ୍ୟରେ ଚାଲିଛି ତ ଆଇନର ଶାସନ?
ଶୁକ୍ରବାର ସାମାଜିକ ଗଣମାଧ୍ୟମ ଏକ୍ସରେ ନବୀନ କହିଛନ୍ତି ଯେ,ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ବୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି। ସବୁଆଡ଼େ ଅରାଜକତା, ସବୁଠି ଅସୁରକ୍ଷିତ ମା’ଭଉଣୀ।
ନବୀନ କହିଛନ୍ତି ଯେ, ନାରୀ ସୁରକ୍ଷା, ଆଇନଶୃଙ୍ଖଳା ନେଇ ସରକାର ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଦିନ ଦ୍ବିପ୍ରହରରେ ବି ଭୟର ବାତାବରଣ।
ବାରମ୍ବାର ଦୁଷ୍କର୍ମ ପରି ହୀନ ଘଟଣା ଘଟୁଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅପରାଧୀଙ୍କ ସାହସ ବଢୁଛି।
ସରକାର କହିଛନ୍ତି ଯେ, ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହୁଅନ୍ତୁ, ରାଜ୍ୟରେ ଆଇନର ଶାସନ ବଜାୟ ରଖନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି I
