tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଲୁମିନିୟମ ପ୍ରକଳ୍ପ ପାଇଁ ‘ଇପିକଲ୍‌’-ୟୁଏଇର ମଧ୍ୟରେ ଏମଓୟୁ

1 min read

  • ବିନିଯୋଗ ହେବ ୧,୧୦ ଲକ୍ଷ କୋଟି,୫୩, ୫୦୦ଙ୍କୁ ନିଯୁକ୍ତି
  • ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ଉଦ୍ୟମ ଜାରି ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,
ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍‌’ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ।
ଶୁକ୍ରବାର ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେ,

  • ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ।
  • ମେଗା ପ୍ରକଳ୍ପ ଦ୍ୱାରା ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
  • ରାଜ୍ୟର ଖଣିଜ ସମ୍ବଳରୁ କେବଳ ରପ୍ତାନି ନୁହେଁ, ବରଂ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ।
  • ବିଶ୍ୱସ୍ତରରେ ବର୍ତ୍ତମାନ ‘ଗ୍ରୀନ୍ ମେଟାଲ୍ସ’ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରା ସୃଷ୍ଟି ହୋଇଛି। ଏ ଦିଗରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ଭୂମିକା ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏହି ପ୍ରକଳ୍ପ ଆମର ଏ ଲକ୍ଷ୍ୟ ପୂରଣ କରିବା ଦିଗରେ ସହାୟକ ହେବ।
Share

Leave a Reply