tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମେଟ୍ରୋ ରେଳ ବିବାଦ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ  ଅପରାଜିତା

1 min read

Oplus_16908288

  • ନିଷ୍ପତ୍ତିର ପୁନବିର୍ବାର ସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ

ଭୁବନେଶ୍ୱର //TATKAL ODISHA//

 ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ରାଜନୀତି ତୀବ୍ର ହୋଇଥିଲା ବେଳେ ଭୁବନେଶ୍ୱର ସାଂସନ୍ଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମର୍ମରେ  ଚିଠି ଦେଇ ବିବାଦକୁ ଆହୁରି ତାଜା କରି ଦେଇଛନ୍ତି I 

2027 ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ସ୍ଥିର ହୋଇଥିଲା

  • ଟ୍ୱିନ ସିଟିରେ ମେଟ୍ରୋ ରେଳ ପାଇଁ ସର୍ବ ପ୍ରଥମେ ପରିକଳ୍ପନା କରିଥିବା ଅପରାଜିତା ଶୁକ୍ରବାର ତାଙ୍କ ଚିଠିରେ କହିଛନ୍ତି ଯେ, ଭୁବନେଶ୍ୱର -କଟକ ମଧ୍ୟରେ ମେଟ୍ରୋ ଚାଲିଵା ଜରୁରୀ I ମେଟ୍ରୋ ଚାଲିଲେ ପର୍ଯ୍ୟଟନର ବିକାଶ ହେବ I ତେଣୁ ମୁଖ୍ୟମନ୍ତ୍ରୀ ଏହା ଉପରେ ନେଇଥିବା ନିଷ୍ପତ୍ତିର ପୁନବିର୍ବାର ସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ I ଅନ୍ୟ ବଡ଼ ସହରରେ ମେଟ୍ରୋ ଚାଲିଛି I ଏହା ରାଜ୍ୟର ଭାବମୂର୍ତ୍ତି ବୃଦ୍ଧି କରିବାରେ ସହାୟକ ହେବ I 

  ପାଞ୍ଚ ପୃଷ୍ଠା ସମ୍ବଳିତ ଚିଠିରେ ଅପରାଜିତା କହିଛନ୍ତି ଯେ, ଟ୍ୱିନ ସିଟିରେ ପ୍ରଥମ କରି ଏହି ମେଟ୍ରୋ ଚାଲିବ I କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ହୋଇ ଏହାର ଖର୍ଚ୍ଚ ବହନ କରିବେ I ଆକଳନ ଅନୁସାରେ ମେଟ୍ରୋ ଭଲ ଚାଲିବ I ଏଥିପାଇଁ ପୁଣିଥରେ ରାଜ୍ୟ ସରକାର ପ୍ରୟାସ କରିବା ଦରକାର ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି I 

Share

Leave a Reply