ରାଜ୍ୟର ବାର୍ଷିକ ୧୦ ହଜାର କୋଟି ଟଙ୍କାର ସହୁଛି କ୍ଷତି : ମଙ୍ଗରାଜ
1 min read
ଭୁବନେଶ୍ୱର,//TATKAL ODISHA//
ମୁଦ୍ରାସ୍ଫୀତି,କୋଇଲା ଉତ୍ପାଦନରେ ନିରନ୍ତର ବୃଦ୍ଧି, ପରିଚାଳନା ଖର୍ଚ୍ଚରେ ବୃଦ୍ଧି ସତ୍ତ୍ୱେ ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ଦର ସଂଶୋଧନ ହେଉନାହିଁ। ଏଥିଯୋଗୁଁ ଓଡ଼ିଶା ବାର୍ଷିକ ୧୦ ହଜାର କୋଟି ଟଙ୍କାର କ୍ଷତି ସହୁଛି।
ରାଜ୍ୟସଭାରେ ଶୂନ୍ୟକାଳରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛନ୍ତି।
ସେ କହିଛନ୍ତି, କୋଇଲା ରୟାଲ୍ଟିରେ ଓଡ଼ିଶା ପାଉନି ହକ୍। ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି। ଓଡି଼ଶାରୁ କୋଇଲା ଆଣି ଦେଶ ବେଶ୍ ଅର୍ଥ ଆଦାୟ କରୁଥିବାବେଳେ ଓଡ଼ିଶାର ଦାବି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ।
କୋଇଲା ଖଣି ଅଞ୍ଚଳରେ ଲୋକେ ବାୟୁ ପ୍ରଦୂଷଣ, ଜଙ୍ଗଲ ଉଚ୍ଛେଦ, ବିଷାକ୍ତ ପାଣି ସହ ବିସ୍ଥାପନ ସମସ୍ୟା ଭୋଗୁଛନ୍ତି। ତେଣୁ ଦେଶକୁ ଅଧିକ ଅର୍ଥ ଯୋଗାଉଥିବା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ଆର୍ôଥକ ଦୃଷ୍ଟିରୁ ପଛୁଆ ରହିବା ଉଚିତ ନୁହେଁ।
ତେଣୁ ତୁରନ୍ତ କୋଇଲା ରୟାଲଟି ଦରରେ ସଂଶୋଧନ ହେବା ନିହାତି ଜରୁରୀ। ଏହା ହେଲେ ରାଜ୍ୟରେ ନିରନ୍ତର ବିକାଶ ସମ୍ଭବ ହେବ ବୋଲି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି।
