tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଉତ୍ତରାୟଣ ଯାତ୍ରା ହେଉଛି ‘ମକର ସଂକ୍ରାନ୍ତି’

1 min read
  • ଶ୍ରକାନ୍ତ ଦାଶ
  • ++++++++

ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | 

ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :-  
 "ମଞ୍ଚ ସ୍ନାନଂ ରଥ ବରଗତିଃ ଶାୟନେ ଚାୟନେ ତ୍ୱେ, ପାର୍ଶ୍ଵ ବୃତ୍ତି8, ଶୟନ ନିବୃତ୍ତି8 ପାବୃତ୍ତ୍ୟେୟୀ8 ପୁଷ୍ୟ ପୂଜା, ଦୋଳଯାତ୍ରା ଦମନକ ମହୋତାକ୍ଷପୂଜା ତୃତୀୟା,ଚୈକ°ଯାତ୍ରା ଵିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର |"   

ଉଲ୍ଲିଖିତ ଶ୍ଳୋକ ବର୍ଣ୍ଣିତ ଦ୍ୱାଦଶ ଯାତ୍ରା ହେଲା ‘ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣାୟନ, ପାର୍ଶ୍ଵ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟପୂଜା, ଉତ୍ତରାୟଣ, ଦୋଳ, ଦମନକ ଚତୁର୍ଦଶୀ, ଅକ୍ଷୟ ତୃତୀୟା |
ଉତ୍ତରାୟଣ ଯାତ୍ରା ହେଉଛି ମକର ସଂକ୍ରାନ୍ତି |ଏହିଦିନ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ଉତ୍ତରାୟଣ ଯାତ୍ରା ଆରମ୍ଭ ହୁଏ | ଏହି ଦିନରୁ ଦିନ ବଡ଼ ହେବା ଆରମ୍ଭ ହୁଏ |ଏହି ଦିନରୁ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ଗତିକରନ୍ତି |ଶ୍ରୀମନ୍ଦିରରେ ପ୍ରଭୁଙ୍କର ମକର ଚଉରାଶୀ ବେଶ ହୁଏ | ଏହି ଦିନ ଆଳତି ଅବକାଶ ପରେ ଦିଅଁ ମାନେ ଫୁଟାପହରଣ ଲାଗି ହୁଅନ୍ତି |

ତ୍ରିମୁଣ୍ଡିରେ ମକର ଚୁଳ ଲାଗି ହୁଏ |ମାଳ ଲାଗି ବେଶ ଓ କର୍ପୁର ଲାଗିହୁଏ |ବଲ୍ଲଭ ଭୋଗ ପରେ ସକାଳ ଧୂପ ସରି ମଇଲମ ପରେ ମହାସ୍ନାନ କରାଯାଏ |ଏହା ପରେ ସର୍ବାଙ୍ଗ ବିଜେ ହୋଇ ଆସି ସର୍ବାଙ୍ଗ ଲାଗି ବଢିବା ପରେ ନୂଆ ଲୁଗା, ଚୁଳ, ମାଳ, ଛ ମୂର୍ତ୍ତି ଅଳଙ୍କାର ଲାଗି ପରେ ବେଶ ଶେଷ ହୁଏ |

ଦିଅଁ ମାନଙ୍କୁ ନୂଆ ଅରୁଆ ଚାଉଳ, ଛେନା, କଦଳୀ, ନଡ଼ିଆ,ଗୋଲ ମରିଚ ଗୁଣ୍ଡ, ଗୁଡ଼, ଆଖୁ, ନବାତ, ଅଦା ଓ ବିଭିନ୍ନ ଫଳ ଯଥା ଅଙ୍ଗୁର, ସେଓ, ଡାଳିମ୍ବ, ସପୁରି, କମଳା ଆଦିରେ ପ୍ରସ୍ତୁତ ସୁସ୍ୱାଦୁ ମକର ଚାଉଳ ନୈବେଦ୍ୟ ଲାଗିଁହୁଏ |


ଆଜନ୍ମ ବ୍ରହ୍ମଚାରୀ ଗଙ୍ଗା ପୁତ୍ର ପିତାମହ ଭୀଷ୍ମ ସୂର୍ଯ୍ୟ ଦେବଙ୍କ ଉତ୍ତରାୟଣରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |ଏହା ପ୍ରମାଣ ଦିଏ ଯେ ମୁନି ରୁଷି, ମାନେ ଏହି ସମୟରେ ଦେହ ତ୍ୟାଗ କରିବାର ଅଭିଳାଷ ପୋଷଣ କରନ୍ତି, କାରଣ ଏହାଦ୍ୱାରା ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି | ଏଥିରୁ ଜଣାଯାଏ ଭାରତୀୟ ଆଧ୍ୟାତ୍ମିକ, ସାଂସ୍କୃତିକ, ଧାର୍ମିକ ଓ ସାମାଜିକ ଜୀବନରେ ସୂର୍ଯ୍ୟ ନାରାୟଣଙ୍କର ଉତ୍ତରାୟଣ ଯାତ୍ରା ବା ମକର ସଂକ୍ରାନ୍ତିର ଗୁରୁତ୍ୱ ରହିଛି |

ଓଡିଶାର ସଂସ୍କୃତି ବହୁ ପ୍ରାଚୀନ |ଏହି ପ୍ରାଚୀନ ସଂସ୍କୃତିରେ ନାନା ପ୍ରଥା -ନାନା ପରମ୍ପରା ପ୍ରଚଳିତ ହୋଇ ଆସିଛି | ବାର ମାସରେ ତେର ପର୍ବ ” ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ | ଅନେକ ପର୍ବ ପର୍ବାଣି ଓ ଉତ୍ସବମଧ୍ୟରେ ମକର ସଂକ୍ରାନ୍ତି ଅନ୍ୟତମ ଲୋକପ୍ରିୟ ଉତ୍ସବ | ଏହା ଏକ କୃଷି ଭିତ୍ତିକ ଗଣପର୍ବ | | ପୌଷ ମାସ ସଂକ୍ରାନ୍ତିରେ ଏହାପାଳିତ ହୁଏ|

ଭାରତରେ ବିଭିନ୍ନ ରାଜ୍ୟରେ ଏହା ଭିନ୍ନ ଭିନ୍ନ ନାମରେ ଓ ବିବିଧ ରୀତି ନୀତିରେ ପାଳିତ ହୁଏ |ପଶ୍ଚିମ ବଙ୍ଗର ଗଙ୍ଗା ସାଗର ମେଳା,ରାଜସ୍ଥାନ ଓ ଗୁଜୁରାଟର ଗୁଡ଼ି ଉଡ଼ା ପର୍ବ, ପଞ୍ଜାବର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ଭରା ଲୋରି ପର୍ବ ଗୁଡ଼, ରାଶିରେ ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନ,ତେଲେଙ୍ଗାନା ରେ ଗାଇ ଗୋରୁଙ୍କୁ ସଜେଇ ପୂଜା କରି ପ୍ରଦର୍ଶନ କରିବା ପ୍ରଥା,ଓ, ହରିଦ୍ୱାର ଓ ପ୍ରୟାଗରାଜର କୁମ୍ଭମେଳା ମକର ସଂକ୍ରାନ୍ତିର ମହତ୍ତ୍ୱ ପ୍ରତିପାଦନ କରେ |

ଦକ୍ଷିଣ ଭାରତରେ ପୋଙ୍ଗଲ’, ଉତ୍ତର ଭାରତରେ ‘ଲୋରି, ‘ପଶ୍ଚିମାଞ୍ଚଳ ‘ତଥା ଗୁଜୁରାଟରେ ‘ଉତ୍ତରାୟଣ, ଆସାମରେ ‘ବିହୁ ‘ନାମରେ ଏହା ପାକିତ ହୁଏ | ଏଥିରୁ ଜଣାଯାଏ ଭାରତର ପ୍ରାୟ ସବୁ ରାଜ୍ୟରେ ଏହାକୁ ଲୋକେ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଓ ଅନେକ
ଗୁଡ଼ି ଉଡେଇ ଏ ପର୍ବର ମଜା ନିଅନ୍ତି |.
, ବୌଦ୍ଧ ମାନେ ମଧ୍ୟ ଏହାକୁ ପାଳନ କରନ୍ତି |


କିମ୍ବଦନ୍ତୀ ଅନୁସାରେ ପ୍ରଭୁ ଶ୍ରୀକୃଷ୍ଣ କୂର୍ମ ଅବତାରରେ ଶଙ୍କରାସୂରକୁ ଏହି ଦିନ ବଧ କରିଥିଲେ |


କୃଷକ ଏହି ପର୍ବ ପାଳନ କରି ବସୁଧା ମାତାଙ୍କୁ ଧନ୍ୟବାଦ ପ୍ରଦାନ କରେ ଓ ଆଗକୁ ଅଧିକ ଅମଳ ପାଇଁ ପ୍ରାର୍ଥନା କରେ |


ଓଡ଼ିଶାର ସମସ୍ତ ମନ୍ଦିରରେ ମକର ଚାଉଳ ଭୋଗ ଲାଗେ ଓ କେତେକ ସ୍ଥାନରେ ମକର ମେଳାର ଆୟୋଜନ ହୁଏ |ଓଡ଼ିଶାରେ କଟକ ଜିଲ୍ଲାର ଧବଳେଶ୍ୱର, ସିଂହନାଥ ଖୋର୍ଦ୍ଧର ଅଟ୍ରି ରେ ମକର ମେଳାର ଆୟୋଜନ ହୁଏ |ଶ୍ରୀମନ୍ଦିର ରେ ମଧ୍ୟ ଏହିଦିନ ମହାପ୍ରଭଙ୍କୁ ମକର ଚାଉଳ ଲାଗିହୁଏ |

ପ୍ରକୃତରେ କହିବାଜୁ ଗଲେ ମକର ସଂକ୍ରାନ୍ତି ପର୍ବ “ଭାରତୀୟ ମୂଳ ତତ୍ତ୍ୱ ‘ବିଭିନ୍ନତା ରେ ଏକତା “କୁ ପ୍ରମାଣିତ କରିଛି |ଶାନ୍ତି, ସୌହାର୍ଦ୍ୟ, ଓ ଭାତୃଭାବର ପରିଚୟ ଦେଉଛି | ଭାରତର ସାଂସ୍କୃତିକ, ସାମାଜିଜ, ଆଧ୍ୟାତ୍ମିକ ,ଧାର୍ମିକ ଭିତ୍ତିଭୁମିକୁ ସୁଦୃଢ କରିବାରେ,”ମକର ସଂକ୍ରାନ୍ତି ‘ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗଣ ପର୍ବ |
ଜୟ ଜଗନ୍ନାଥ 🙏🙏

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ, ଓ ସଭାପତି, “ଅବି”
    Email srikantadash.bpc@gmail.com
Share

Leave a Reply