tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପୂର୍ବ IAS ବାବୁଙ୍କ ଜମି କେଳେଙ୍କାରୀ? କେବେ ହେବ ପର୍ଦାଫାଶ??

1 min read

Oplus_16908288

  • ଚିତ୍ତରଞ୍ଜନ ପିଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବରଖାସ୍ତ କରିଵା ପରେ ଜମି ହଡପକାରି ପ୍ରଶାସକଙ୍କ ନିଦ ହଜିଛି
  • କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଭଗବତୀପୁର ଗାଁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି

ଭୁବନେଶ୍ୱର, ଖୋର୍ଦ୍ଧା, କଟକ //TATKAL ODISHA //

                                  //SUPER EXCLUSIVE//

ବିରି ମାଡ଼ ଦେଖି -କୋଳଥ ଚୋପା”

ଓଡ଼ିଆରେ ଏଇ ପ୍ରଚଳିତ ‘ଢଗ’ ରାଜ୍ୟ ସରକାରଙ୍କର କିଛି ମୁଣ୍ଡିଆଳ(ପୂର୍ବ/ଏବର) ପ୍ରଶାସକଙ୍କୁ ବିଚଳିତ କରିଦେଇଛି I 

କାରଣ, ରାଜଧାନୀର ଛାତି ଉପରେ କୋଟି କୋଟି ଟଙ୍କାର ମୂଲ୍ୟ ଜମି ଘୋଟାଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବରଖାସ୍ତ କରିଵା ପରେ ଏଭଳି ସ୍ଥିତି ଉପୁଜିଛି I

ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ଗୋଟିଏ ପରେ ଗୋଟିଏ ଜମି ଘୋଟାଲାର ପର୍ଦାଫାଶ ହେବାକୁ ଯାଉଛି I 

  • କେଉଁ କାରପଟଦାର ପ୍ରଶାସକ ପିଲ୍ଲାଙ୍କ ଜମି କେଳେଙ୍କାରୀ ସହ ସମ୍ପୃକ୍ତ?
  • କେତେ ଜମି ଏଭଳି ହଡପ ହୋଇଛି ??
  • ସରକାରଙ୍କ ନାକ ତଳେ ଏମିତି କେମିତି ହେଲା ??

ମାତ୍ର, ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଭଗବତୀପୁର ମୌଜାର ଗ୍ରାମବାସୀଙ୍କ ନିରପେକ୍ଷ ତଦନ୍ତ ଦାବି ସତ୍ୱେ ସେଇ ଗାଁର ହଡପ ହୋଇଥିବା ୪. ୫୫ ଏକର ଦୁର୍ମୁଲ୍ୟ ଜମି କେବେ ଉଦ୍ଧାର ହେବ? ତାକୁ ନେଇ ଉଠିଛି ପ୍ରଶ୍ନ I  

   TATKAL ODISHA ଏହି ଜମି ଘୋଟାଲା ଉପରେ ନିୟମିତ ଭାବରେ ରାଜ୍ୟର ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଅନୁସନ୍ଧାନ ଜାରି ରଖିଛି I ଗତ ୨୪ ଜୁନ ୨୦୨୪ରେ – “ଆଇଏଏସ  ବାବୁଙ୍କ ଜମି କେଳେଙ୍କାରୀ -ଜଙ୍ଗଲ ଜମିର କିସମ ପରିବର୍ତ୍ତନ” ରିପୋର୍ଟ ପ୍ରକାଶ ପରେ ବେଶ ହଇଚଇ ସୃଷ୍ଟି ହୋଇଥିଲା I

  • ଏନେଇ ବିଧାନସଭାରେ ପ୍ରଶ୍ନ ବି ଆସିଲା I ହେଲେ କାର୍ଯ୍ୟାନୁଷ୍ଠାନ ଶୂନ I ତଦନ୍ତ ଚାଲିଛି ବୋଲି ରାଜସ୍ୱ ବିଭାଗ ସଫେଇ ଦେଇ ତୁନି ହୋଇ ବସିଛି I ଏନେଇ ଭଗବତୀପୁର ଗାଁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I 

ଆଇନର ରକ୍ଷକ ଏବେ ଭକ୍ଷକ !!

ଯେଉଁମାନେ ଆଇନର ରକ୍ଷକ, ସେମାନେ ହିଁ ଆଇନକୁ ମାଡ଼ି ମକଚି ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି I ଏହାର ନିଚ୍ଛକ ଉଦାହରଣ ଅନେକ ରହିଛି I କିଛି ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଉକ୍ତ ହଡପକାରୀ ପ୍ରଶାସକ ନିଶରେ ତେଲ ଦେଇ ବୁଲୁଛନ୍ତି I ତାହା ହିଁ ବିଡମ୍ବନା I 

ଦେଖନ୍ତୁ… ଭୁଲେଖ : କେଉଁ ନାଁ ରହିଛି

ଅନୁସନ୍ଧାନରୁ ଜଣାପଡିଛି ଯେ, ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଭଗବତୀପୁର ମୌଜା ମୂଳ ଖାତା ନମ୍ବର ୩୯୨ରୁ ‘ଯବାନ ଲିଜ’ କେସ ନମ୍ବର ୨୬୦୯/୧୯୭୪ ମୁତାବକ ୦୫ ଏକର ଜମି ଅମ୍ବିକା କୁମାର ପଟ୍ଟନାୟକଙ୍କୁ ମିଳିଥିଲା I ତାହା ବର୍ତ୍ତମାନ ଖାତା ନମ୍ବର ୫୮୪/୦୧, ୫୭୪ରେ ଜୟା ଜେନା, କ୍ଵାଟର ନଂ ଏସଜି-୩,ଟାଇପ-୮,ଜବାହରଲାଲ ନେହୁରୁ ମାର୍ଗ, କ୍ୟାପିଟାଲ ଥାନା ଭୁବନେଶ୍ୱରଙ୍କ ନାମରେ ଦାଖଲ ଖାରଜ ହୋଇ ରେକର୍ଡ ହୋଇଛି I

ଜଣେ ପୂର୍ବତନ ବଡ଼ IAS ବାବୁ ଏହି କେଳେଙ୍କାରୀରେ ସିଧାସଳଖ ସମ୍ପୃକ୍ତ? ବୋଲି ଚର୍ଚ୍ଚା ଜୋର ଧରିଛି I

ନିୟମର ଖୋଲା ଉଲ୍ଲଘଂନ ?

– ୧୯୭୪ରେ ଅମ୍ବିକା କୁମାର ପଟ୍ଟନାୟକଙ୍କୁ ଯବାନ ଭାବରେ ୦୫ ଏକର ଜମି ଚାଷ କରିବା ପାଇଁ  ‘ଗଭର୍ଣ୍ଣମେଣ୍ଟ ଗ୍ରାଣ୍ଟସ ଆକ୍ଟ’ରେ ଗ୍ରାଣ୍ଟ ଭାବରେ ଦିଆଯାଇଥିଲା I  ଉକ୍ତ ଆଇନର ଧାରା (୩) ମୁତାବକ ଏହି ଗ୍ରାଣ୍ଟ ଜମିକୁ “ଟ୍ରାନ୍ସଫର  ଅଫ  ପ୍ରପାର୍ଟି ଆକ୍ଟ” ଲାଗୁ ହେବନାହିଁ I 

  ଆଇନ ବିଶାରଦଙ୍କ ମତରେ ଯଦି ଯବାନ ଲିଜ ଜମି “ଚାଷ” ସର୍ତ୍ତରେ ଦିଆଯାଇଥିଲା, ତାହାଲେ – ସର୍ତ୍ତାବଳୀରେ ଖିଲାପ ହେଲେ ରାଜ୍ୟ ସରକାର ‘ଗ୍ରାଣ୍ଟ’ ବାତିଲ କରି ନିଜ ଅକ୍ତିଆରକୁ ନେଇ ପାରିବେ I 

ଜମିର କିସମ ପରିବର୍ତ୍ତନ କେମିତି ହେଲା??

 ସରଦେଇପୁର ଜମି ପ୍ରଥମେ ‘ଛୋଟ ଜଙ୍ଗଲ’ କିସମ ଥିଲା, ପରେ ତାହାକୁ ‘ଶାରଦ – ୨’ କିସମ ଏବଂ ପୁଣି ‘ଘରବାଡ଼ି’ କିସମ କରାଯାଇଛି I ସରଜମିନିରେ ତାହା ବୃହତ କାରଖାନା ଭାବରେ ବ୍ୟବହୃତ ହେଉଛି I ପ୍ରାୟ ୨୦ ହଜାର  ୪୦୦  ପରିମିତ ବର୍ଗ ଫୁଟର ଏକ ବିରାଟ ଅତ୍ୟାଧୁନିକ ପ୍ରାସାଦ ନିର୍ମାଣ ମଧ୍ୟ ହୋଇଛି I

  • କେବଳ ସେତିକି ନୁହେଁ, ଉକ୍ତ ଜମିକୁ ଲକ୍ଷାଧିକ ସରକାରୀ ଅର୍ଥରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୦ ଫୁଟିଆ କଂକ୍ରିଟ ରୋଡ ହେବା ସହ  ଶକ୍ତି ବିଭାଗ ଦ୍ୱାରା ଭୁତଳ ଇଲେକ୍ଟ୍ରିକ କେବୁଲ ଲାଇନ ଯୋଗାଇ ଦିଆଯାଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି I 
  • କେମିତି ତାହା ସମ୍ଭବ ହେଲା?
  • କିଏ ଅନୁମତି ଦେଲା? ତାହା ତଦନ୍ତ ସାପେକ୍ଷ I 

ଯାହା ଜଣାପଡୁଛି, ପୂର୍ବତନ ବଡ଼ ବାବୁ ଜଣକ କ୍ଷମତାର ପ୍ରବଳ ଅପବ୍ୟବହାର କରି ଏସବୁ କେଳାଙ୍କାରୀ କରିଛନ୍ତି I

ଏହା ଉପରେ ରାଜ୍ୟ ସରକାର ତଦନ୍ତ କରି ଜମି ଘୋଟାଲାର ପର୍ଦାଫାଶ କରିବା ଜରୁରୀ ବୋଲି ସଚେତକ ମହଲରେ ଦାବି ହୋଇଛି I

(କ୍ରମଶଃ )

Share

Leave a Reply