ଜିତେନ୍ଦ୍ର ପଟ୍ଟନାୟକଙ୍କୁ “ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ”
1 min read
Oplus_16908288
💐’ପ୍ରଗତିବାଦୀ’ ପକ୍ଷରୁ ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୧୯ତମ ଜୟନ୍ତୀ ଅବସରରେ ସମ୍ମାନ
————————————————————–
ଭୁବନେଶ୍ୱର //TATKAL ODISHA//
ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାର ମୂର୍ତ୍ତିବନ୍ତ ପ୍ରତୀକ ପ୍ରଦ୍ୟୁମ୍ନ ବଳଙ୍କ ସଂସ୍ଥା ‘ପ୍ରଗତିବାଦୀ’ ପକ୍ଷରୁ ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ତଥା ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ(ଦାସିଆ ଅଜା)ଙ୍କ ୧୧୯ତମ ଜୟନ୍ତୀ ଅବସରରେ ବିଶିଷ୍ଟ ସାମ୍ବାଦିକ, ଲେଖକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କୁ ସମ୍ମାନଜନକ “ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ” ମିଳିଛି I
ରବିବାର ସନ୍ଧ୍ୟାରେ ‘ପ୍ରଗତିବାଦୀ’ ପାଠାଗାର ପରିସରରେ ଏକ ବର୍ଣ୍ଣାଢ୍ୟ ଓ ମନାଜ୍ଞ ପରିବେଶ ଭିତରେ ଏହି ସମ୍ବର୍ଦ୍ଧନା ପର୍ବ ହୋଇଯାଇଛି I
ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ପ୍ରଫେସର ଡ. ଧନେଶ୍ୱର ସାହୁ ଏବଂ ପ୍ରଫେସର ଡ.ମଣିନ୍ଦ୍ର କୁମାର ମେହେର I ଆଉ ସମାଜରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସେଠି ଉପସ୍ଥିତ ଥିଲେ I

ଆଉ ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ସଂଗୀତା ମହାନ୍ତି ବି ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି I
ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏଇ ସମୃଦ୍ଧ ଆଲୋଚନାଚକ୍ରରେ ‘ଦାସିଆ ଅଜା’ଙ୍କ ଜୀବନୀକୁ ନେଇ କେମିତି ୧୯୯୭ରେ ଫିଲ୍ମର ନାମକରଣ “ଉଦିତ ସୂର୍ଯ୍ୟ”ରୁ “ଅସ୍ତସୂର୍ଯ୍ୟ” ହୋଇଥିଲା ଏବଂ କେତେ ସମସ୍ୟା ଭିତରେ ଚଳଚିତ୍ର ରୂପ କେମିତି ଦିଆଯାଇଥିଲା ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା I
ତେବେ ଡକ୍ୟୁ ଫିଲ୍ମର ନାମକରଣ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ବୋଲି ସଭାରେ ଆଲୋଚନା ହୋଇଥିଲା I
ପୁରସ୍କାର ପାଇବା ପରେ ଜିତେନ୍ଦ୍ର କହିଛନ୍ତି ଯେ,
“ପ୍ରଗତିବାଦୀର ଏହି ‘ସମ୍ମାନ’ ମୋ ପାଇଁ ଶ୍ରେଷ୍ଠ ପୁରସ୍କାର I ଏହା ପାଇ ମୁଁ ନିଜକୁ ଧନ୍ୟ ମଣୁଛି I କୃତଜ୍ଞ ବି I ଉକ୍ତ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ହେବ I ସେ ପ୍ରଦ୍ୟୁମ୍ନ ବଳଙ୍କ ମାନସ ସନ୍ତାନ -‘ପ୍ରଗତିବାଦୀ’କୁ ଉଚିତ ମାର୍ଗରେ ନେଉଛନ୍ତି… ତାହା ଦେଖି ମୁଁ ଅଭିଭୂତ ହୋଇଛି I” କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସନ୍ତୋଷ ଦାସ ଭାଇ, ଲଳିତ ପଟ୍ଟନାୟକ ଭାଇ ଓ ମୋର ପ୍ରିୟ ବନ୍ଧୁ ଶଶୀଙ୍କୁ ଧନ୍ୟବାଦ ନ ଦେଇ ରହି ହେବ ନାହିଁ I

ଜିତେନ୍ଦ୍ର ବର୍ତ୍ତମାନ ସୁଦ୍ଧା ଦେଢ଼ ହଜାରୁ ଅଧିକ ଡକ୍ୟୁ ଫିଲ୍ମ ଓଡ଼ିଶା ସରକାର, ଭାରତ ସରକାର ଓ କର୍ପୋରେଟ ପାଇଁ ହାଉସ ନିର୍ମାଣ କରିସାରିଛନ୍ତି I ସେ ନିଜେ ସ୍କ୍ରିପ୍ଟ ରଚନା ସହ ନିର୍ଦେଶନା ଓ ପ୍ରଯୋଜନା ଦାୟୀତ୍ୱ ତୁଲାଇ ଥାନ୍ତି I

ଜିତେନ୍ଦ୍ରଙ୍କ ପ୍ରସ୍ତୁତ ପୂର୍ବରୁ ଦୁଇଟି ଡକ୍ୟୁ ଫିଲ୍ମ ଅନ୍ତର୍ଜାତୀୟ ପୁରସ୍କାର ହାତେଇଥିଲା I ଓଡ଼ିଶା ସରକାର ତାହା ପାଇଥିଲେ I ସେଇ ଫିଲ୍ମ ଦ୍ୱୟ ହେଉଛି -୧. ଏସଏଚଜି ମହିଳାଙ୍କ ମାଛ ଚାଷ ଉପରେ – “ମିଶନ ଶକ୍ତି” ୨. ପେଡି ପ୍ରକ୍ୟୁରମେଣ୍ଟ ଉପରେ ପର୍ଯ୍ୟବେସିତ- ଗ୍ଲୋବାଲ ପ୍ଲାନେଟ ଭିଜନ ଆୱାର୍ଡ I ଏହା ୟୁଏନଓ ଦ୍ୱାରା ପୁରସ୍କାର ମିଳିଥିଲା I ଫିଲ୍ମଟି I ଇସ୍ରୋ-ଓରସାକ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ନାଁ ତାର ଥିଲା – PATH BREAKING VISION”.
ଅନ୍ୟପକ୍ଷରେ ଜିତେନ୍ଦ୍ର ବାର୍ତ୍ତମାନ ସୁଦ୍ଧା ଚାରୋଟି ପୁସ୍ତକ ରଚନା କରିଛନ୍ତି I ସେଥିରୁ ଜନଜାତିଙ୍କ ଉପରେ ପର୍ଯ୍ୟବେସିତ “ଡଙ୍ଗର ଉହାଡ଼େ ଜହ୍ନ” ଓ “ଡଙ୍ଗରାନ କୁଆଁ” ବେଶ ଆଦୃତ ହୋଇଛି I ଅହୁରି ଦୁଇଟି ପୁସ୍ତକ ପ୍ରକାଶ ଅପେକ୍ଷାରେ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି I
