tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ ‘ : ଧୀର ଚଳନ

1 min read

Oplus_16908288

ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବାପାତ ରୂପ ନେଇଛି: ଛେଚିବ, ପୁଣି ବନ୍ୟା ଆଶଙ୍କା


ଭୁବନେଶ୍ୱର, //TATKAL ODISHA//

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ ଲଘୁଚାପ ଅବପାତରେ ପରିଣତ ହୋଇଛି I ଘନୀଭୂତ ପ୍ରକ୍ରିୟା ବର୍ତ୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଧୀର ଅବସ୍ଥାରେ ରହିଥିବାବେଳେ ଏହା ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ବାତ୍ୟାର ନାଁ ରହିଛି ଅର୍ଣ୍ଣବ ଏବେ ବଳ ଗୋଟାଉଛି I

ବାଙ୍ଗଲାଦେଶ ଏହାର ନାମକରଣ କରିଛି I

ଓଡ଼ିଶାରେ ମଧ୍ୟମ ଧରଣର ପବନ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି I

“ବର୍ତ୍ତମାନ ସୁଦ୍ଧା ବାତ୍ୟାର ନାଁକୁ ଆଇଏମଡି ପୂର୍ଣ୍ଣମାତ୍ରାରେ ଗ୍ରହଣ କରି ନାହିଁ.. ପରବର୍ତ୍ତୀ ସ୍ଥିତି ଦେଖି ତତ୍କାଳ ନିଷ୍ପତ୍ତି ନିଆଯିବ I ଧିର ଚଳନ ଯୋଗୁଁ ଅଧିକ ଶକ୍ତିଶାଳୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି I”

ସେହିପରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ଅନୁରୂପ କଥା କହିଛନ୍ତି I


ସେପ୍ଟେମ୍ବର ୨୨ ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇ ସେପ୍ଟେମ୍ବର ୨୩ ରାତିରେ ଚିଲିକା ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।


ତେବେ ଲଘୁଚାପର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସେ ନେଇ ଏବେ ବି ଅନିଶ୍ଚିତତା ରହିଛି । ଏହା ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତର ଆନ୍ଧ୍ରପ୍ରଦେଶ ଅଂଚଳରେ ମଧ୍ୟ କିଛି ସମୟ ସ୍ଥିର ରହିପାରେ ।


ସେପ୍ଟେମ୍ବର ୨୨ ଅପରାହ୍ଣ ସୁଦ୍ଧା ଲଘୁଚାପର ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ସ୍ଥାନ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ।


ସ୍ଥଳଭାଗ ଛୁଇଁବା ପରେ ଏହା ଦିଗ ପରିବର୍ତନ କରି ପ୍ରଥମେ ଉତର ଏବଂ ପରେ ଉତର-ପୂର୍ବ ଦିଗକୁ ଗତି କରି ଝାଡ଼ଖଣ୍ଡ ଆଡ଼କୁ ଯାଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି । ପ୍ରଭାବରେ ସେପ୍ଟେମ୍ବର ୨୧ରୁ ୨୩ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଏହି ସମୟରେ ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।


ସେପ୍ଟେମ୍ବର ୨୩ରୁ ୨୬ ମଧ୍ୟରେ ପ୍ରବଳ ବର୍ଷାର ପ୍ରଭାବ ଓଡ଼ିଶାର ଉତର ଓ ପଶ୍ଚିମ ଜିଲ୍ଲାଗୁଡ଼ିକ ଆଡ଼କୁ ସ୍ଥାନାନ୍ତରିତ ହୋଇପାରେ ।


ଲଗାଣ ବର୍ଷା ଯୋଗୁଁ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ପ୍ରଣାଳୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଡ. ସାହୁ ସତର୍କ କରିଛନ୍ତି ।

Share

Leave a Reply