tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଇଏଏସ୍ ଅଦଳବଦଳ: ଏଏସ୍ ନରଭାନେ ଇପିକଲ ଏମଡି

1 min read

ଭୁବନେଶ୍ୱର,//TATKAL ODISHA//
ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଦକ୍ଷତା ବିକାଶ ବିଭାଗର ଶାସନ ସଚିବ ଥିବା ଭୁପେନ୍ଦ୍ର ସିଂହ ପୁନିଆ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟତ୍ୱ ତୁଲାଇବେ।

ସେହିପରି ଏମ୍‌ଏସ୍‌ଏମ୍‌ଇ ବିଭାଗର ଶାସନ ସଚିବ ଥିବା ଡିପିକେ ରେଡ୍ଡୀ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଏବଂ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ବିଡିଏ ଉପାଧ୍ୟକ୍ଷା ରଶ୍ମିତା ପଣ୍ଡା ଏମ୍‌ଏସ୍‌ଏମ୍‌ଇ ବିଭାଗର ଶାସନ ସଚିବ ସହ ଷ୍ଟାଟ ଅପ୍ ଓଡ଼ିଶାର ସିଇଓ ଭାବେ ଅତିରିକ୍ତ ଦାୟତ୍ୱ ସଂପାଦନ କରିବେ।

ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଗାର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମିନାଙ୍କୁ ସିଏଜିଆଇର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ଅନ୍ୟପକ୍ଷରେ ଶିଳ୍ପ ନିର୍ଦ୍ଦେଶକ ଏ ଏସ୍ ନରଭାନେ ଇପିକଲର ପରିଚଳନା ନିର୍ଦ୍ଦେଶକ ଭାକେ କାର୍ଯ୍ୟ କରିବେ। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ପ୍ରକାଶ ପାଇଛି।

Share

Leave a Reply