ଆନ୍ତର୍ଜାତୀୟ ଫିଜିଓଥେରାପି ସମ୍ମିଳନୀରେ ଦୁଇ ଓଡ଼ିଆ ଡାକ୍ତର ହିତାର୍ଥ,ଦୁର୍ଗାଶଙ୍କର କଲେ ପ୍ରତିନିଧିତ୍ୱ
1 min read
ଭୁବନେଶ୍ୱର, ବାଲେଶ୍ୱର,//TATKAL ODISHA//
ନୂଆଦିଲ୍ଲୀର ଜାତୀୟ ରାଜଧାନୀସ୍ଥିତ ୟଶୋଭୂମି କନଭେନସନ ସେଣ୍ଟରଠାରେ ‘ଦି ଇଣ୍ଡିଆନ୍ ଆସୋସିଏସନ ଅଫ୍ ଫିଜିଓଥେରାପିଷ୍ଟସ’ (IAP) ଆନୁକୂଲ୍ୟରେ ‘World Physiotherapy AWP Regional Conference 2026’ ସମ୍ମେଳନ ଗତ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱସ୍ତରୀୟ ସମ୍ମେଳନରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ କେବଳ ଦୁଇଜଣ ଫିଜିଓଥେରାପିଷ୍ଟ— ଡା. ହିତାର୍ଥ ପଟ୍ଟନାୟକ ଓ ଡା. ଦୁର୍ଗାଶଙ୍କର ପତି ଡେଲିଗେଟ୍ (Delegate) ଭାବେ ଯୋଗ ଦେଇ ସହର ପାଇଁ ଗୌରବ ଆଣିଦେଇଛନ୍ତି।
IAPର ୭୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ସମ୍ମେଳନରେ ଆଗାମୀ ଦିନରେ ଫିଜିଓଥେରାପି କ୍ଷେତ୍ରର ଅଗ୍ରଗତି, ନୂତନ ଗବେଷଣା, ଏଆଇ (AI) ଓ ଡିଜିଟାଲ୍ ଫିଜିଓଥେରାପିର ପ୍ରୟୋଗ, ଏବଂ “ଭାରତକୁ ଯନ୍ତ୍ରଣାମୁକ୍ତ କରିବା” (Making India Pain-Free) ଲକ୍ଷ୍ୟ ନେଇ ଆଲୋଚନା କରାଯାଇଥିଲା। ବାଲେଶ୍ୱରରୁ ଯାଇଥିବା ଏହି ଦୁଇ ଡାକ୍ତର ସମ୍ମେଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଚିକିତ୍ସା କ୍ଷେତ୍ରର ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କର ଏହି ସଫଳତା ପାଇଁ ବାଲେଶ୍ୱରର ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛାର ସ୍ରୋତ ଛୁଟିବାରେ ଲାଗିଛି।

