tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ ବରିଷ୍ଠ ସାମ୍ବାଦିକ ଏଚକେ ଦୁଆ

1 min read

ବରିଷ୍ଠ ସାମ୍ବାଦିକ ସମ୍ପାଦକ ଏଚ କେ ଦୁଆ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୮ ହୋଇଥିଲା।

•ଦୁଆ ୧୯୯୮ରେ ଟାଇମ୍ସ ଅଫ ଇଣ୍ଡିଆ (ToI)ର ସମ୍ପାଦକୀୟ ପରାମର୍ଶଦାତା ଥିବାବେଳେ ମାଲିକ ଅଶୋକ ଜୈନଙ୍କୁ ଫେରା ମାମଲାରେ ଗିରଫ କରାଗଲାବେଳେ ସାହାଯ୍ୟ କରି ନ ପାରିବାରୁ ତାଙ୍କୁ ଚାକିରିରୁ କାଢ଼ି ଦିଆଯାଇଥିଲା।

•ସେ ୧୯୮୭ରୁ ୨୦୦୩ ଭିତରେ ହିନ୍ଦୁସ୍ତାନ ଟାଇମ୍ସ (HT), ଇଣ୍ଡିଆନ ଏକ୍ସପ୍ରେସ୍ (IE), ଟ୍ରିବ୍ୟୁନର ସମ୍ପାଦକ ଥିଲେ।

•ସେ ଉଭୟ ପ୍ରଧାନମନ୍ତ୍ରୀ ବାଜପେୟୀ ଓ ଦେବେଗୌଡ଼ାଙ୍କ ମିଡିଆ ପରାମର୍ଶଦାତା ଥିଲେ।

•୧୯୯୮ରେ ପଦ୍ମଭୂଷଣ ସହ ୨୦୦୯ରେ ମନମୋହନ ସିଂଙ୍କ ସମୟରେ ତାଙ୍କୁ ରାଷ୍ଟ୍ରପତିଙ୍କ ଜରିଆରେ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା

•୨୦୦୧ରେ ଡେନମାର୍କ ପାଇଁ ଭାରତର ରାଷ୍ଟ୍ରଦୂତ ଥିଲେ

ସ୍ବର୍ଗତ ଦୁଆଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନୀଷ ତିୱାରୀ କହିଛନ୍ତି ଯେ,ଏଚ. କେ. ଦୁଆ ନିଜ ବିଚାରରେ ସ୍ଥିର ଥିଲେ; ମାଲିକମାନଙ୍କ ଚାକର ନଥିଲେ, ବିଜ୍ଞାପନ ପାଇଁ ନେତାଙ୍କ ପାଖରେ ନଉଁ ନଥିଲେ!

Share

Leave a Reply