ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେଲେ ଶେଖ ହସିନା
1 min read
ଢାକା //TATKAL ODISHA//
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି I
ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଏହି ନିର୍ଦେଶ ଦେଇଛନ୍ତି I
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ମାନବତା ଉଲ୍ଲଘଂନ ଅଭିଯୋଗରେ ଶେଖ ହସିନା ଏବଂ ତାଙ୍କ ସହଯୋଗୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
କାରଣ,ହସିନା ନିରସ୍ତ୍ର ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି।
ରାୟ ପ୍ରକାଶ ପାଇବା ପରେ ହସିନାଙ୍କ ସମର୍ଥକ ଲୋକେ ଚିନ୍ତିତ ହୋଇପଡିଛନ୍ତି I
