tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୩୫ ଶ୍ଳୋକ : ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି..

1 min read

ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ ।
ଅପି ତ୍ରୈଲୋକ୍ୟ ରାଜ୍ୟସ୍ୟ ହେତୋଃ କିଂ ନୁ ମହୀକୃତେ ॥

ହେ ମଧୁସୂଦନ ! ସେମାନେ ମତେ ମାରିଦେଲେ ମଧ୍ୟ ମୁଁ ସେମାନଙ୍କୁ ମାରିବାକୁ ଇଛା କରୁନାହିଁ । ଏହି କ୍ଷୁଦ୍ର ରାଜ୍ୟ ବା କ’ଣ, ତ୍ରୈଲୋକ୍ୟର ଆଧିପତ୍ୟ ମିଳିଲେ ମଧ୍ୟ ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ନୁହେଁ ।


ସମ୍ଭବତଃ ଅର୍ଜୁନ ଅନୁଭବ କରୁଥିଲେ ଯେ ସେ କୃଷ୍ଣଙ୍କ ସମ୍ମୁଖରେ ନିଜର ସମସ୍ୟାକୁ ଦୃଢଭାବରେ ଉପସ୍ଥାପନା କରି ପାରିନାହାନ୍ତି ଏବଂ ଏହି କାରଣରୁ ହୁଏତ ଭଗବାନ ଶ୍ରୀକୃଷ୍ଣ ତାଙ୍କ କଥାରେ ନିଜର ସମ୍ମତି ପ୍ରଦାନ କରି ନାହାନ୍ତି । ତେଣୁ ସେ ବୈରାଗ୍ୟ ପ୍ରଦର୍ଶନ ପୂର୍ବକ ଯୁଦ୍ଧ ତ୍ୟାଗ କରିବାକୁ କହିଲେ । ସେ ଦର୍ଶାଇବାକୁ ଚାହୁଁଥିଲେ, ତାଙ୍କର ହୃଦୟ ଏତେ ଉଦାର ଯେ ତାଙ୍କୁ କୌରବମାନେ ମାରିଦେଲେ ମଧ୍ୟ ସେ ସେମାନଙ୍କୁ ମାରିବାକୁ ପ୍ରସ୍ତୁତ ନୁହନ୍ତି ।

ଅତିଶୟୋକ୍ତିର ଚରମ ସୀମାରେ ପହଂଚି ସେ ଘୋଷଣା କରିଥିଲେ ତ୍ରୈଲୋକ୍ୟର ରାଜ୍ୟ ଯଦି ବି ତାଙ୍କୁ ମିଳେ, ତଥାପି ସେ ଯୁଦ୍ଧ କରିବାକୁ ଇଛୁକ ନୁହନ୍ତି । ହସ୍ତୀନାପୁର ରାଜ୍ୟ ସେହି ତୁଳନାରେ ନଗଣ୍ୟ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply