ଇପିଏଫଓର ଅଭିନଵ ‘ବିଶ୍ବାସ ଯୋଜନା ୨୦୨୬’ :ଉପଭୋକ୍ତାଙ୍କ ପାଇଁ ବଡ଼ ଭରଷା
1 min read
Oplus_16908288
ଭୁବନେଶ୍ୱର, କଟକ,//TATKAL ODISHA//
ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କ ଦ୍ବାରା ୪ ଗୋଟି ସ୍କିମ୍ ଯଥା- ‘ବିଶ୍ଵାସ ଯୋଜନା-୨୦୨୬, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ଏଫ୍ଲୋଇଜ୍ ଏନ୍ରୋଲମେଣ୍ଟ ସ୍କିମ୍ -୨୦୨୬ ଏବଂ ଆମେନସିଟି ସ୍କିମ୍- ୨୦୨୬ ଗୁଡ଼ିକ ଉପଭୋକ୍ତା ଓ ନିଯୁକ୍ତିଦାତାଙ୍କ ଲାଭ ପାଇଁ କରାଯାଇଛି । ଏସବୁର ସୁଫଳ ଉପଭୋକ୍ତା ନେବା ଜରୁରୀ I’
କର୍ମଚାରୀ ଭବିଷ୍ୟନିଧି ଆୟୋଗ ଅଧିନସ୍ଥ କ୍ଷେତ୍ରିୟ ଭବିଷ୍ୟନିଧ୍ ଆୟୁକ୍ତ– ୨ର କାର୍ଯ୍ୟନିର୍ବାହୀ ଅଧୂକାରୀ ମୌସୁମୀଲତା ପାଢୀ ଏହି ସୂଚନା ଦେଇଛନ୍ତି I
କର୍ମଚାରୀ ଭବିଷ୍ୟନିଧୂ ଆୟୋଗ ପକ୍ଷରୁ ଭୁବନେଶ୍ଵର ଇପିଏଫ୍ଓ ଅଧନସ୍ଥ, ଜିଲ୍ଲା କାର୍ଯ୍ୟାଳୟ କଟକ ଦ୍ବାରା “ପ୍ରମୋଦ କନ୍ଭେନ୍ସନ୍” ଠାରେ ଏକ ସଚେତନତା ଶିବିରରେ ମୌସୁମୀଲତା କହିଛନ୍ତି ଯେ,
“ଆଜି ଉପସ୍ଥିତ ଥିବା ସମସ୍ତ ନିଯୁକ୍ତିଦାତାମାନେ ‘ବିଶ୍ୱାସ ଯୋଜନା’ର ବ୍ୟବସ୍ଥା ଗୁଡିକ ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ଯୋଗ୍ୟତା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବେ । 7Q ସୁଧ ଜମା କରିବାପରେ ନିଯୁକ୍ତିଦାତା ପେନାଲ୍ ଡ୍ୟାମେଜ୍ (ଦଣ୍ଡମୁଳକ କ୍ଷତିପୂରଣ)ର ରିହାତି ଏବଂ ‘ ବିଶ୍ବାସ ପ୍ରମାଣପତ୍ର’ ପ୍ରାପ୍ତ କରିପାରିବେ I“

ସେହିପରି କୁମାରୀ ବିପ୍ଳବୀସିଂହ ଚୌହାନ୍, ସହାୟକ ଭବିଷ୍ୟନିଧୂ ଆୟୁକ୍ତ ବିଶ୍ଵାସ ସ୍କିମ୍ର ପ୍ରମୁଖ ଗୁଣାବଳୀ ବିଷୟରେ ବର୍ଣ୍ଣନା କହିଥିଲେ, ବିଶ୍ଵାସ ଯୋଜନା’ (Vishwas Scheme) ଡିସେମ୍ବର ୨୯, ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ I ଏହାର ଯୋଗ୍ୟତା ମାନଦଣ୍ଡ ଏବଂ ହ୍ରାସ କରାଯାଇଥିବା ଜୋରିମାନା (Penal Damages)ହାର ସମ୍ପର୍କରେ ଜାଣିବା ଉଚିତ।
ଅନ୍ୟ ପକ୍ଷରେ ବରିଷ୍ଠ ସାମାଜିକ ସହାୟକ ଶଶାଙ୍କର ରାୟ ଡିଜିଟାଲ ‘ବିଶ୍ୱାସ ପ୍ରାମଣପତ୍ର ଅନ୍ଲାଇନ୍ ମାଧ୍ଯମରେ କିପରି ଆବେଦନ କରିପାରିବେ ସେ ସମ୍ବନ୍ଧରେ ବୁଝାଇଥିଲେ । ପରେ ଭବିଷ୍ୟନିଧୂ ଆୟୁକ୍ତ ମୌସୁମୀଲତା ପାଢୀ ନିଯୁକ୍ତିଦାତା ମାନଙ୍କର ପ୍ରଶ୍ନଗୁଡ଼ିକର ସ୍ପଷ୍ଟୀକରଣ ଓ ଉତ୍ତର ପ୍ରଦାନ କରିଥିଲେ ।
ତତ୍ପାଶ୍ଚତ ଚିତ୍ତରଞ୍ଜନ ସ୍ୱାଇଁ, ପ୍ରବର୍ତ୍ତନ ଅଧୀକାରୀ ଜଗତସିଂହପୁର, ମନୋରଞ୍ଜନ ମହାପାତ୍ର, ପ୍ରବର୍ତନ ଅଧିକାରୀ ଅନୁଗୁଳ, ଢେଙ୍କାନାଳ, ସୂର୍ଯ୍ୟନାରାୟଣ ବେହେରା, ପ୍ରବର୍ତ୍ତନ ଅଧୂକାରୀ କଟକ, ରଘୁନାଥ ମହାରଣା, କଟକ ଏବଂ ଦେବେନ୍ଦ୍ର ସାହୁ, ପ୍ରବର୍ତନ ଅଧୂକାରୀ ଯାଜପୁର ନିଯୁକ୍ତିଦାତା ମାନଙ୍କୁ ଏହି ସ୍କିମ୍ ବିଷୟରେ ଭଲ ଭାବରେ ଅବଗତ କରାଇଥିଲେ ଏବଂ ସମସ୍ତ ସନ୍ଦେହ ଦୂରୀଭୁତ କରିଥିଲେ ।
ସଭା ଶେଷରେ ଚିତ୍ତରଞ୍ଜନ ସ୍ୱାଇଁ ପ୍ରବର୍ତ୍ତନ ଅଧୂକାରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ସୂର୍ଯ୍ୟନାରାୟଣ ବେହେରା, ପ୍ରବର୍ତ୍ତନ ଅଧୂକାରୀ ସଭା ପରିଚାଳନା କରିଥିଲେ ।
